ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

Madhusudan Das Picture
Published On

ବାରିପଦା: ସାମ୍ବାଦିକମାନଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଆଜି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ୪ଶହରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ପ୍ରଶାସନ ବିରୋଧରେ ବିଷଦାଗାର ବଖାଣିଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୮ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଚାଲିବ ଘରୋଇ ବସ୍, ସମ୍ପୂର୍ଣ୍ଣ ଠପ୍ ରହିବ ଅଟୋ ସେବା

Journalist Protest

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରୁ ଏହି ଧାରଣା ଆରମ୍ଭ ହେହୋଇଛି। ଏଥିରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଭଳି ପ୍ରମୁଖ ସଂଗଠନର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇ ସାମ୍ବାଦିକଙ୍କ ପ୍ରତି ଅବହେଳା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହିତ ଆଗାମୀ ଦିନରେ ସାମ୍ବାଦିକ ମାନେ ଦୃଢ ଜବାବ ଦେବେ ବୋଲି କହିଛନ୍ତି । ସାମ୍ବାଦିକମାନଙ୍କ ମର୍ଯ୍ୟାଦା, ସୁରକ୍ଷା ଏବଂ ସାମୂହିକ ସ୍ୱାର୍ଥରକ୍ଷା ଦିଗରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ସମସ୍ତେ ସର୍ବ ସମ୍ମତି ନିଷ୍ପତ୍ତି ନେଇଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର, ହକି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପରିଚୟ ହରାଉଛି: ବିଜେଡି

Mayrbhanj Journalist Protest

ଦଳମତ ତଥା ସଂଗଠନଗତ ମତଭେଦରୁ ଊର୍ଦ୍ଧ୍ୱରେ ରହି ଜିଲ୍ଲାର ସମସ୍ତ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ମହାମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସାମ୍ବାଦିକଙ୍କ ଏକତା ଓ ଅଧିକାର ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର