ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୯ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Madhusudan Das Picture
Published On

ବାରିପଦା: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି। ଜିଲ୍ଲାରେ ବର୍ଷାର ପରିମାଣ କମିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି। ଜନସାଧାରଣ ଆତଙ୍କିତ ନହେବାକୁ ସେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୧୬ ଓ ୧୭ ତାରିଖ ପାଇଁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା। ବିଶେଷ କରି ପଶ୍ଚିମ ମୟୂରଭଞ୍ଜର କରଞ୍ଜିଆ ଉପଖଣ୍ଡ (କରଞ୍ଜିଆ, ଯଶିପୁର, ରରୁଆଁ, ଶୁକୃଳି) ସମେତ ଠାକୁରମୁଣ୍ଡା ଓ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଶିମିଳିପାଳ ଉପରମୁଣ୍ଡରେ ଗତକାଲି ରାତିରେ ପ୍ରାୟ ୧୨୮ ମିମି ବର୍ଷା ରେକର୍ଡ କରାଯାଇଥିଲେ ହେଁ ସକାଳୁ ବର୍ଷା କମିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବର୍ତ୍ତମାନ ୨୫.୫ ମିଟରରେ ରହିଛି, ଯାହାକି ଚେତାବନୀ ସଙ୍କେତଠାରୁ ବହୁତ ତଳେ। ଫଳରେ ବାରିପଦା ପୌରାଞ୍ଚଳ କିମ୍ବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ନାହିଁ। ସେହିପରି ଶିମିଳିପାଳ ଓ ଗୁଡଗୁଡ଼ିଆ ଅଞ୍ଚଳର ବର୍ଷା ପାଣି ଦେଓ ନଦୀ ଦେଇ ବୈତରଣୀକୁ ନିଷ୍କାସିତ ହେଉଛି। ଡୁକୁରା ଓ ଖୁଣ୍ଟା ଅଞ୍ଚଳରେ ବର୍ଷା ଯୋଗୁଁ ଗଙ୍ଗାହାର ନଦୀ ଫୁଲିଛି। ବାଙ୍ଗିରିପୋଷି ନିକଟସ୍ଥ କାଳିଆମି ପୋଲ ତଳେ ବୁଢାବଳଙ୍ଗ ପାଣି ଅଧାରୁ କମ୍ ସ୍ତରକୁ ଖସିଆସିଛି। 

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ

ବାରିପଦା ପୌରାଞ୍ଚଳରୁ ଜଳବନ୍ଦୀ ସମସ୍ୟା ଦୂର ହୋଇଛି। ଶୁନଗଡିଆ ଅଞ୍ଚଳରେ ରେଳ ଧାରଣା ପ୍ରାୟ ୫୦ ମିଟର ଦବିଯାଇଥିବାରୁ ଏସ୍.ପି.ଙ୍କ ସହ ଜିଲ୍ଲାପାଳ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗୁଆ ସତର୍କତା ଭାବେ ଓଡ୍ରାଫ୍ (ODRAF) ଓ ଏନଡିଆରଏଫ୍ (NDRF) ଟିମ୍ ବଡ଼ସାହି, ବେତନଟୀ ଏବଂ ରାସଗୋବିନ୍ଦପୁରରେ ମୁତୟନ ଅଛନ୍ତି। ପୂର୍ବ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ କୃଷି ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘରଭଙ୍ଗା ଓ ରିଲିଫ୍ ସହାୟତା ରାଶି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ/କର୍ମଚାରୀଙ୍କ ଛୁଟି ୧୯ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଶିକ୍ଷାଧିକାରୀ ସୋମବାର ଦିନ ଜିଲ୍ଲାର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବନ୍ଦ ରହିବାକୁ ଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣ-ଶିକ୍ଷଣ କର୍ମଚାରୀ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହି ନିଜର ଦାୟିତ୍ୱ ତୁଲାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡିଏସଡବ୍ଲୁଓ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଘୋଷଣା ପରେ କେନ୍ଦ୍ର ଗୁଡିକ ବନ୍ଦ ଅଛି । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇବା ପାଇଁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

17 Aug 2026 By Madhusudan Das

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୯ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ବାରିପଦା: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି। ଜିଲ୍ଲାରେ ବର୍ଷାର ପରିମାଣ କମିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି। ଜନସାଧାରଣ ଆତଙ୍କିତ ନହେବାକୁ ସେ ନିବେଦନ କରିଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୧୬ ଓ ୧୭ ତାରିଖ ପାଇଁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା। ବିଶେଷ କରି ପଶ୍ଚିମ ମୟୂରଭଞ୍ଜର କରଞ୍ଜିଆ ଉପଖଣ୍ଡ (କରଞ୍ଜିଆ, ଯଶିପୁର, ରରୁଆଁ, ଶୁକୃଳି) ସମେତ ଠାକୁରମୁଣ୍ଡା ଓ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଶିମିଳିପାଳ ଉପରମୁଣ୍ଡରେ ଗତକାଲି ରାତିରେ ପ୍ରାୟ ୧୨୮ ମିମି ବର୍ଷା ରେକର୍ଡ କରାଯାଇଥିଲେ ହେଁ ସକାଳୁ ବର୍ଷା କମିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବର୍ତ୍ତମାନ ୨୫.୫ ମିଟରରେ ରହିଛି, ଯାହାକି ଚେତାବନୀ ସଙ୍କେତଠାରୁ ବହୁତ ତଳେ। ଫଳରେ ବାରିପଦା ପୌରାଞ୍ଚଳ କିମ୍ବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ନାହିଁ। ସେହିପରି ଶିମିଳିପାଳ ଓ ଗୁଡଗୁଡ଼ିଆ ଅଞ୍ଚଳର ବର୍ଷା ପାଣି ଦେଓ ନଦୀ ଦେଇ ବୈତରଣୀକୁ ନିଷ୍କାସିତ ହେଉଛି। ଡୁକୁରା ଓ ଖୁଣ୍ଟା ଅଞ୍ଚଳରେ ବର୍ଷା ଯୋଗୁଁ ଗଙ୍ଗାହାର ନଦୀ ଫୁଲିଛି। ବାଙ୍ଗିରିପୋଷି ନିକଟସ୍ଥ କାଳିଆମି ପୋଲ ତଳେ ବୁଢାବଳଙ୍ଗ ପାଣି ଅଧାରୁ କମ୍ ସ୍ତରକୁ ଖସିଆସିଛି। 

ବାରିପଦା ପୌରାଞ୍ଚଳରୁ ଜଳବନ୍ଦୀ ସମସ୍ୟା ଦୂର ହୋଇଛି। ଶୁନଗଡିଆ ଅଞ୍ଚଳରେ ରେଳ ଧାରଣା ପ୍ରାୟ ୫୦ ମିଟର ଦବିଯାଇଥିବାରୁ ଏସ୍.ପି.ଙ୍କ ସହ ଜିଲ୍ଲାପାଳ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗୁଆ ସତର୍କତା ଭାବେ ଓଡ୍ରାଫ୍ (ODRAF) ଓ ଏନଡିଆରଏଫ୍ (NDRF) ଟିମ୍ ବଡ଼ସାହି, ବେତନଟୀ ଏବଂ ରାସଗୋବିନ୍ଦପୁରରେ ମୁତୟନ ଅଛନ୍ତି। ପୂର୍ବ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ କୃଷି ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘରଭଙ୍ଗା ଓ ରିଲିଫ୍ ସହାୟତା ରାଶି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ/କର୍ମଚାରୀଙ୍କ ଛୁଟି ୧୯ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଶିକ୍ଷାଧିକାରୀ ସୋମବାର ଦିନ ଜିଲ୍ଲାର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବନ୍ଦ ରହିବାକୁ ଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣ-ଶିକ୍ଷଣ କର୍ମଚାରୀ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହି ନିଜର ଦାୟିତ୍ୱ ତୁଲାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡିଏସଡବ୍ଲୁଓ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଘୋଷଣା ପରେ କେନ୍ଦ୍ର ଗୁଡିକ ବନ୍ଦ ଅଛି । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇବା ପାଇଁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର