ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା: ମ୍ୟାନେଜର ଶଶି ସିହ୍ନା ଉଠାଇଲେ ପ୍ରଶ୍ନ

Suryakanta Picture
Published On

ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦରେ ଏବେ ଏକ ନୂଆ ମୋଡ଼ ଆସିଛି। ସୁନିତା ଆହୁଜା ନିକଟରେ ମୁମ୍ବାଇର ଏକ ପାରିବାରିକ ଅଦାଲତରେ ଉପସ୍ଥିତ ହୋଇ ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ନିଜ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ ସହ ସେ କୋର୍ଟ ବାହାରେ ନଜର ଆସିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ କୋର୍ଟ ଆସିବାର କାରଣ ପଚାରିବାରୁ ସେ ମଜାକିଆ ଢଙ୍ଗରେ 'ଜନ୍ମଦିନ ପାଳନ କରିବାକୁ ଆସିଥିଲି' ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'

ମ୍ୟାନେଜର ଶଶି ସିହ୍ନା ଉଠାଇଲେ ପ୍ରଶ୍ନ

ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୁନିତାଙ୍କ ଦ୍ୱାରା ଛାଡ଼ପତ୍ର ମାମଲା ପ୍ରତ୍ୟାହାର ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ମାମଲା ପ୍ରତ୍ୟାହାର ହେବା ଖୁସିର ବିଷୟ ବୋଲି କହିବା ସହ ସେ ସୁନିତାଙ୍କ ଏଭଳି ପଦକ୍ଷେପକୁ ନେଇ କିଛି ଗମ୍ଭୀର ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଶଶି କହିଛନ୍ତି ଯେ, 'ଯଦି ମାମଲା ପ୍ରତ୍ୟାହାର ହିଁ କରିବାର ଥିଲା, ତେବେ ଏହାକୁ ପ୍ରଥମେ ଦାୟର କାହିଁକି କରାଯାଇଥିଲା? ପାରିବାରିକ କଥା ଘର ଭିତରେ ବସି ସମାଧାନ କରାଯାଇପାରିଥାନ୍ତା। ଅଯଥାରେ ଏହାକୁ ବାହାରକୁ ଆଣି ଆମକୁ ଦୁନିଆ ଆଗରେ ଏକ ତମାସା କାହିଁକି ବନାଗଲା?'

ଆହୁରି ପଢ଼ନ୍ତୁ: ଡିଜ୍ନି ଲିଜେଣ୍ଡ୍ସ ଇଭେଣ୍ଟରେ ଚକୋଲେଟ୍ ବ୍ରାଉନ୍ ଡ୍ରେସ୍‌ରେ ଜଲୱା ଦେଖାଇଲେ ପ୍ରିୟଙ୍କା ଚୋପ୍ରା

କ'ଣ ଥିଲା ପୂର୍ବ ବିବାଦ?

ସୂଚନାଯୋଗ୍ୟ ଯେ, ଡିସେମ୍ବର ୫, ୨୦୨୪ରେ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ସୁନିତା ଏହି ଛାଡ଼ପତ୍ର ମାମଲା ଦାୟର କରିଥିଲେ। ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ସେ ବ୍ୟଭିଚାର, ନିର୍ଯାତନା ଏବଂ ପରିତ୍ୟାଗ ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ। ବିଶେଷକରି ଅଭିନେତ୍ରୀ କୋମଲ ରାନୀ ସ୍ୱର୍ଣ୍ଣକାରଙ୍କ ସହ ଗୋବିନ୍ଦାଙ୍କ ଘନିଷ୍ଠତାକୁ ନେଇ ସୁନିତା ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାଙ୍କୁ ସର୍ବସମ୍ମୁଖରେ ସମାଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ୩୬ ବର୍ଷ ବୟସରେ ହଲିଉଡ୍ ଅଭିନେତ୍ରୀ ହେଡେନ୍ ପାନେଟିଏରଙ୍କ ପରଲୋକ, ହୃଦ୍‌ଘାତରେ ମୃତ୍ୟୁ ସନ୍ଦେହ

ପ୍ରାୟ ୪ ଦଶନ୍ଧିର ବୈବାହିକ ସମ୍ପର୍କ

ଗୋବିନ୍ଦା ଏବଂ ସୁନିତାଙ୍କ ବିବାହ ୧୯୮୭ ମସିହାରେ ହୋଇଥିଲା। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି- ଝିଅ ଟିନା ଆହୁଜା ଏବଂ ପୁଅ ଯଶବର୍ଦ୍ଧନ। ଦୀର୍ଘ ୪ ଦଶନ୍ଧିର ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଗତ କିଛି ବର୍ଷ ଧରି ଖବର ପ୍ରକାଶ ପାଉଥିଲା। ତେବେ ବର୍ତ୍ତମାନ ସୁନିତା ମାମଲା ପ୍ରତ୍ୟାହାର କରିନେବା ପରେ ପରିବାର ମଧ୍ୟରେ ପୁଣି ଥରେ ସବୁକିଛି ସ୍ୱାଭାବିକ ହୋଇଥିବା ଆଶା କରାଯାଉଛି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏବେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ଅର୍ଥାତ କୌଣସି ପାରିବାରିକ ସମସ୍ୟା ଆଉ ନାହିଁ।

20 Aug 2026 By Suryakanta

ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା: ମ୍ୟାନେଜର ଶଶି ସିହ୍ନା ଉଠାଇଲେ ପ୍ରଶ୍ନ

ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦରେ ଏବେ ଏକ ନୂଆ ମୋଡ଼ ଆସିଛି। ସୁନିତା ଆହୁଜା ନିକଟରେ ମୁମ୍ବାଇର ଏକ ପାରିବାରିକ ଅଦାଲତରେ ଉପସ୍ଥିତ ହୋଇ ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ନିଜ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ ସହ ସେ କୋର୍ଟ ବାହାରେ ନଜର ଆସିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ କୋର୍ଟ ଆସିବାର କାରଣ ପଚାରିବାରୁ ସେ ମଜାକିଆ ଢଙ୍ଗରେ 'ଜନ୍ମଦିନ ପାଳନ କରିବାକୁ ଆସିଥିଲି' ବୋଲି କହିଥିଲେ।

ମ୍ୟାନେଜର ଶଶି ସିହ୍ନା ଉଠାଇଲେ ପ୍ରଶ୍ନ

ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୁନିତାଙ୍କ ଦ୍ୱାରା ଛାଡ଼ପତ୍ର ମାମଲା ପ୍ରତ୍ୟାହାର ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ମାମଲା ପ୍ରତ୍ୟାହାର ହେବା ଖୁସିର ବିଷୟ ବୋଲି କହିବା ସହ ସେ ସୁନିତାଙ୍କ ଏଭଳି ପଦକ୍ଷେପକୁ ନେଇ କିଛି ଗମ୍ଭୀର ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଶଶି କହିଛନ୍ତି ଯେ, 'ଯଦି ମାମଲା ପ୍ରତ୍ୟାହାର ହିଁ କରିବାର ଥିଲା, ତେବେ ଏହାକୁ ପ୍ରଥମେ ଦାୟର କାହିଁକି କରାଯାଇଥିଲା? ପାରିବାରିକ କଥା ଘର ଭିତରେ ବସି ସମାଧାନ କରାଯାଇପାରିଥାନ୍ତା। ଅଯଥାରେ ଏହାକୁ ବାହାରକୁ ଆଣି ଆମକୁ ଦୁନିଆ ଆଗରେ ଏକ ତମାସା କାହିଁକି ବନାଗଲା?'

କ'ଣ ଥିଲା ପୂର୍ବ ବିବାଦ?

ସୂଚନାଯୋଗ୍ୟ ଯେ, ଡିସେମ୍ବର ୫, ୨୦୨୪ରେ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ସୁନିତା ଏହି ଛାଡ଼ପତ୍ର ମାମଲା ଦାୟର କରିଥିଲେ। ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ସେ ବ୍ୟଭିଚାର, ନିର୍ଯାତନା ଏବଂ ପରିତ୍ୟାଗ ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ। ବିଶେଷକରି ଅଭିନେତ୍ରୀ କୋମଲ ରାନୀ ସ୍ୱର୍ଣ୍ଣକାରଙ୍କ ସହ ଗୋବିନ୍ଦାଙ୍କ ଘନିଷ୍ଠତାକୁ ନେଇ ସୁନିତା ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାଙ୍କୁ ସର୍ବସମ୍ମୁଖରେ ସମାଲୋଚନା କରିଥିଲେ।

ପ୍ରାୟ ୪ ଦଶନ୍ଧିର ବୈବାହିକ ସମ୍ପର୍କ

ଗୋବିନ୍ଦା ଏବଂ ସୁନିତାଙ୍କ ବିବାହ ୧୯୮୭ ମସିହାରେ ହୋଇଥିଲା। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି- ଝିଅ ଟିନା ଆହୁଜା ଏବଂ ପୁଅ ଯଶବର୍ଦ୍ଧନ। ଦୀର୍ଘ ୪ ଦଶନ୍ଧିର ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଗତ କିଛି ବର୍ଷ ଧରି ଖବର ପ୍ରକାଶ ପାଉଥିଲା। ତେବେ ବର୍ତ୍ତମାନ ସୁନିତା ମାମଲା ପ୍ରତ୍ୟାହାର କରିନେବା ପରେ ପରିବାର ମଧ୍ୟରେ ପୁଣି ଥରେ ସବୁକିଛି ସ୍ୱାଭାବିକ ହୋଇଥିବା ଆଶା କରାଯାଉଛି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏବେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ଅର୍ଥାତ କୌଣସି ପାରିବାରିକ ସମସ୍ୟା ଆଉ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର