ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Madhusudan Das Picture
Published On

ବାରିପଦା: କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ବର୍ଷା ବିତ୍ପାତ ବ୍ୟାପକ କ୍ଷୟକ୍ଷତି ରଚିଛି । ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ସ୍ତ୍ରୀର ଜୀବନ ଚାଲିଯାଇଥିବାବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ବାଦାମପାହାଡ ଥାନା ଅନ୍ତର୍ଗତ  ଚୁଆପାଣି ପଞ୍ଚାୟତର ଛଣୁଆ- ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ(୪୫) ସୋମବାର ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ସାରା ଲଗାଣ ବର୍ଷା ପାଇଁ ପ୍ରାୟ ୩ଟା ସମୟରେ ପଡୋଶୀ ଘରର କାନ୍ଥ ଭୁଷୁଡି ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଚାପି ହୋଇଯାଇଥିଲା । 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ରତ୍ନଚିତା, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା; ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ, ଥାନା ଘେରାଉ କଲେ ଗ୍ରାମବାସୀ

ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବହଳଦା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୩ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୨୦୭ ମିମି ରେକର୍ଡ ହୋଇଛି । ଏହା ବ୍ୟତିତ ଜାମଦାରେ ୧୨୪ ମିମି, ବାଙ୍ଗିରିପୋଷିରେ ୧୧୨.୪ ମିମି ଏବଂ ବିଜାତଳାରେ ୧୦୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ​ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ତିରିଂରେ ୯୬.୨ ମିମି, ସାରସକଣା ଓ ବିଶୋଇରେ ୯୨ ମିମି ଲେଖାଏଁ ବୃଷ୍ଟିପାତ ରେକର୍ଡ ହୋଇଛି । ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ବୃଷ୍ଟିପାତ ଯଥେଷ୍ଟ କମ୍ ରହିଛି । ​ଲଗାଣ ବର୍ଷା ଯୋଗୁଁ ତଳିଆ ପୋଲ ଗୁଡିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ବିଜେଡିର ତୀବ୍ର ବିରୋଧ, ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଲେ ସାଂସଦ ମାନସ ମଙ୍ଗରାଜ

18 Aug 2026 By Madhusudan Das

ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବାରିପଦା: କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ବର୍ଷା ବିତ୍ପାତ ବ୍ୟାପକ କ୍ଷୟକ୍ଷତି ରଚିଛି । ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ସ୍ତ୍ରୀର ଜୀବନ ଚାଲିଯାଇଥିବାବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ବାଦାମପାହାଡ ଥାନା ଅନ୍ତର୍ଗତ  ଚୁଆପାଣି ପଞ୍ଚାୟତର ଛଣୁଆ- ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ(୪୫) ସୋମବାର ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ସାରା ଲଗାଣ ବର୍ଷା ପାଇଁ ପ୍ରାୟ ୩ଟା ସମୟରେ ପଡୋଶୀ ଘରର କାନ୍ଥ ଭୁଷୁଡି ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଚାପି ହୋଇଯାଇଥିଲା । 

ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବହଳଦା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୩ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୨୦୭ ମିମି ରେକର୍ଡ ହୋଇଛି । ଏହା ବ୍ୟତିତ ଜାମଦାରେ ୧୨୪ ମିମି, ବାଙ୍ଗିରିପୋଷିରେ ୧୧୨.୪ ମିମି ଏବଂ ବିଜାତଳାରେ ୧୦୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ​ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ତିରିଂରେ ୯୬.୨ ମିମି, ସାରସକଣା ଓ ବିଶୋଇରେ ୯୨ ମିମି ଲେଖାଏଁ ବୃଷ୍ଟିପାତ ରେକର୍ଡ ହୋଇଛି । ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ବୃଷ୍ଟିପାତ ଯଥେଷ୍ଟ କମ୍ ରହିଛି । ​ଲଗାଣ ବର୍ଷା ଯୋଗୁଁ ତଳିଆ ପୋଲ ଗୁଡିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର