ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

Madhusudan Das Picture
Published On

ମହାରାଷ୍ଟ୍ର: ଆଇଫୋନ କିଣିବାକୁ ନେଇ କଳି, ପାହାଡ଼ରୁ ଡେଇଁ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ ।ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗରରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା । କେବଳ ଏକ ଆଇଫୋନ୍ (iPhone) କିଣିବାକୁ ନେଇ ହୋଇଥିବା ବିବାଦ ଶେଷରେ ଏକ ପରିବାରର ୩ ଜଣଙ୍କ ଜୀବନ ନେଇଛି। ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ ଖବଡ଼୍ୟା ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।  ପାହାଡ଼ ଉପରୁ ଖସି ୧୮ ବର୍ଷୀୟ ପୁଅ, ତାଙ୍କ ବାପା ପ୍ରାଣ ହରାଇଥିବାବେଳେ ଘଟଣାସ୍ଥଳରେ ମାଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୮ ବର୍ଷୀୟ କୁଣାଲ ଏକ ଆଇଫୋନ୍ କିଣିବାକୁ ଜିଦ୍ କରିଥିଲେ । ଯାହାକୁ ନେଇ ତାଙ୍କ ବାପା ମୁରଲୀଧର ଚାନ୍ଦଗୁଡେଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ବାପା ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ କୁଣାଲ ଘରୁ ବାହାରି ଯାଇ ୱାଲୁଜ ଏମଆଇଡିସି ଥାନା ଅନ୍ତର୍ଗତ ତିସଗାଓଁ ଅଞ୍ଚଳରେ ଥିବା ଏକ ପାହାଡ଼ ଉପରକୁ ଚଢ଼ିଯାଇଥିଲେ।

ଆହୁରି ପଢ଼ନ୍ତୁ: ୟେମେନ ଏବଂ ସୋମାଲିଆ ନିକଟରେ ଜଳଦସ୍ୟୁଙ୍କ ଆତଙ୍କ: ୨୨ ଭାରତୀୟଙ୍କୁ ନେଇ ଯାଉଥିବା ଦୁଇଟି ଜାହାଜ ଅପହୃତ

ଘଟଣାସ୍ଥଳରେ ତାଙ୍କ ପିତାମାତା ଏବଂ ଅନେକ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ତଳକୁ ଫେରିଆସିବାକୁ ଦୀର୍ଘ ୩ ଘଣ୍ଟା ଧରି ବୁଝାଇଥିଲେ। ତିସଗାଓଁ ଗାଁର ପୂର୍ବତନ ସରପଞ୍ଚ ସଞ୍ଜୟ ଯାଦବ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଲୋକେ ତାଙ୍କୁ ମାଆଙ୍କ ପାଇଁ ବଞ୍ଚିବାକୁ ଅନୁରୋଧ କରିଥିଲେ ଏବଂ କେହି କେହି ତାଙ୍କୁ ଏକ ନୂଆ ଆଇଫୋନ୍ ୧୫ ପ୍ରୋ (iPhone 15 Pro) ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ କୁଣାଲ ବାରମ୍ବାର ମରିଯିବାକୁ ଜିଦ୍ ଧରିଥିଲେ। ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଦିନ ପ୍ରାୟ ୧ଟା ବେଳେ ବାପା ମୁରଲୀଧର ପୁଅ ପାଖକୁ ଯାଇ ତାଙ୍କୁ ତଳକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲେ। ଏହି ଦୃଶ୍ୟ ଦେଖିବା ପରେ ମାଆ ସଙ୍ଗୀତା ମଧ୍ୟ ସେହି ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ କୁଣାଲ ଅବସାଦଗ୍ରସ୍ତ ଥିଲେ କି ନାହିଁ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।

22 Aug 2026 By Madhusudan Das

ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

ମହାରାଷ୍ଟ୍ର: ଆଇଫୋନ କିଣିବାକୁ ନେଇ କଳି, ପାହାଡ଼ରୁ ଡେଇଁ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ ।ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗରରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା । କେବଳ ଏକ ଆଇଫୋନ୍ (iPhone) କିଣିବାକୁ ନେଇ ହୋଇଥିବା ବିବାଦ ଶେଷରେ ଏକ ପରିବାରର ୩ ଜଣଙ୍କ ଜୀବନ ନେଇଛି। ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ ଖବଡ଼୍ୟା ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।  ପାହାଡ଼ ଉପରୁ ଖସି ୧୮ ବର୍ଷୀୟ ପୁଅ, ତାଙ୍କ ବାପା ପ୍ରାଣ ହରାଇଥିବାବେଳେ ଘଟଣାସ୍ଥଳରେ ମାଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୮ ବର୍ଷୀୟ କୁଣାଲ ଏକ ଆଇଫୋନ୍ କିଣିବାକୁ ଜିଦ୍ କରିଥିଲେ । ଯାହାକୁ ନେଇ ତାଙ୍କ ବାପା ମୁରଲୀଧର ଚାନ୍ଦଗୁଡେଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ବାପା ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ କୁଣାଲ ଘରୁ ବାହାରି ଯାଇ ୱାଲୁଜ ଏମଆଇଡିସି ଥାନା ଅନ୍ତର୍ଗତ ତିସଗାଓଁ ଅଞ୍ଚଳରେ ଥିବା ଏକ ପାହାଡ଼ ଉପରକୁ ଚଢ଼ିଯାଇଥିଲେ।

ଘଟଣାସ୍ଥଳରେ ତାଙ୍କ ପିତାମାତା ଏବଂ ଅନେକ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ତଳକୁ ଫେରିଆସିବାକୁ ଦୀର୍ଘ ୩ ଘଣ୍ଟା ଧରି ବୁଝାଇଥିଲେ। ତିସଗାଓଁ ଗାଁର ପୂର୍ବତନ ସରପଞ୍ଚ ସଞ୍ଜୟ ଯାଦବ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଲୋକେ ତାଙ୍କୁ ମାଆଙ୍କ ପାଇଁ ବଞ୍ଚିବାକୁ ଅନୁରୋଧ କରିଥିଲେ ଏବଂ କେହି କେହି ତାଙ୍କୁ ଏକ ନୂଆ ଆଇଫୋନ୍ ୧୫ ପ୍ରୋ (iPhone 15 Pro) ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ କୁଣାଲ ବାରମ୍ବାର ମରିଯିବାକୁ ଜିଦ୍ ଧରିଥିଲେ। ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଦିନ ପ୍ରାୟ ୧ଟା ବେଳେ ବାପା ମୁରଲୀଧର ପୁଅ ପାଖକୁ ଯାଇ ତାଙ୍କୁ ତଳକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲେ। ଏହି ଦୃଶ୍ୟ ଦେଖିବା ପରେ ମାଆ ସଙ୍ଗୀତା ମଧ୍ୟ ସେହି ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ କୁଣାଲ ଅବସାଦଗ୍ରସ୍ତ ଥିଲେ କି ନାହିଁ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର