OHRC ସଦସ୍ୟ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ବିରଜା ଶଙ୍କର ମିଶ୍ର

Madhusudan Das Picture
Published On

ଭୁବନେଶ୍ୱର: ଆଇନଜୀବୀ ବିରଜା ଶଙ୍କର ମିଶ୍ର ଓଡ଼ିଶା ମାନବାଧିକାର କମିସନରେ ସଦସ୍ୟ ନିଯୁକ୍ତ । ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ ଓଡ଼ିଶା ମାନବାଧିକାର କମିଶନ (OHRC) ର ନୂତନ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେ କେନ୍ଦୁଝର ଜିଲ୍ଲାର ନିବାସୀ ନାରାୟଣ ମିଶ୍ରଙ୍କ ସୁପୁତ୍ର ଅଟନ୍ତି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ମାନବାଧିକାର ସୁରକ୍ଷା ଅଧିନିୟମ, ୧୯୯୩ (୧୯୯୪ ର ଅଧିନିୟମ ୧୦) ର ଧାରା ୨୨(୧) ଅନୁଯାୟୀ ଓଡ଼ିଶାର ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଆଇନ ବିଭାଗ ପକ୍ଷରୁ ଏହି ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ପ୍ରମୁଖ ଶାସନ ସଚିବ ଏହି ବିଜ୍ଞପ୍ତିରେ ସ୍ୱାକ୍ଷର କରିଛନ୍ତି। ସୂଚନା ଅନୁଯାୟୀ, ଆଡଭୋକେଟ୍ ବିରଜା ଶଙ୍କର ମିଶ୍ର ଖୁବ୍ ଶୀଘ୍ର କମିଶନରେ ନିଜର ଦାୟିତ୍ୱ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ରାଜ୍ୟରେ ନାଗରିକମାନଙ୍କ ଅଧିକାରର ସୁରକ୍ଷା ଏବଂ ମାନବାଧିକାର ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ କରିବାରେ ଓଡ଼ିଶା ମାନବାଧିକାର କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ବିରଜା ଶଙ୍କର ମିଶ୍ରଙ୍କ ନିଯୁକ୍ତି ରାଜ୍ୟର ମାନବାଧିକାର ସଂସ୍ଥାକୁ ଅଧିକ କ୍ରିୟାଶୀଳ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର