ହୋଲିରେ ରାଜଧାନୀକୁ ଜଗିବେ ୩୦ ପ୍ଲାଟୁନ୍‌ ଫୋର୍ସ, ହୋଇପାରେ ଅଚାନକ ଚଢ଼ାଉ

The Sakala Picture
Published On

ଭୁବନେଶ୍ୱର: ଦିନକପରେ ଫଗୁ ଓ ଫଗୁଣର ପର୍ବ ହୋଲି। ରବିବାର ଦୋଳ ପୂର୍ଣ୍ଣିମା। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ସବୁ ଫିକା ପଡ଼ିଛି। ସବୁ ଦୋଳ ମେଲଣ ପଡ଼ିଆ ଫାଙ୍କା ପଡ଼ିଛି। ସାହି ବସ୍ତିରେ ଖାଁ ଖାଁ ପରିବେଶ ସୃଷ୍ଟି କରୁଛି। ନା ମେଲଣର ଆସର ଜମିଛି ନା ମୀନା ବଜାର ଲୋକଙ୍କୁ ଆକର୍ଷିତ କରୁଛି। ସେହିଭଳି ବିମାନରେ ଠାକୁର ବି ବୁଲୁନାହାନ୍ତି କି ଦ୍ୱାର ଦ୍ୱାର ବୁଲି ଭୋଗ ଖାଉନାହାନ୍ତି। ତଥାପି ରୀତିନୀତିରେ ଅନୁଯାୟୀ […]

ଭୁବନେଶ୍ୱର: ଦିନକପରେ ଫଗୁ ଓ ଫଗୁଣର ପର୍ବ ହୋଲି। ରବିବାର ଦୋଳ ପୂର୍ଣ୍ଣିମା। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ସବୁ ଫିକା ପଡ଼ିଛି। ସବୁ ଦୋଳ ମେଲଣ ପଡ଼ିଆ ଫାଙ୍କା ପଡ଼ିଛି। ସାହି ବସ୍ତିରେ ଖାଁ ଖାଁ ପରିବେଶ ସୃଷ୍ଟି କରୁଛି। ନା ମେଲଣର ଆସର ଜମିଛି ନା ମୀନା ବଜାର ଲୋକଙ୍କୁ ଆକର୍ଷିତ କରୁଛି। ସେହିଭଳି ବିମାନରେ ଠାକୁର ବି ବୁଲୁନାହାନ୍ତି କି ଦ୍ୱାର ଦ୍ୱାର ବୁଲି ଭୋଗ ଖାଉନାହାନ୍ତି। ତଥାପି ରୀତିନୀତିରେ ଅନୁଯାୟୀ ଚଳିତବର୍ଷ କେବଳ ନୀତିନିୟମରେ ଦୋଳ ପର୍ବ ଅନୁଷ୍ଠିତ ହୋଇଛି। କିନ୍ତୁ ଚଳିତବର୍ଷ କରୋନା ଭୟରେ ରଙ୍ଗର ପର୍ବ ହୋଲି ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏପର୍ଯ୍ୟନ୍ତ କିନ୍ତୁ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁନି। କାଁଭାଁ ଗୋଟିଏ ୨ଟି ଦୋକାନ ଖୋଲିଛି। ପ୍ରତିବର୍ଷ ଏତେବେଳକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାଳମାଳ ରଙ୍ଗ ଦୋକାନୀ ପସରା ମେଲାଇ ବସିଥାଏ।

ଆହୁରି ପଢ଼ନ୍ତୁ: ମାମୁଁ ଘରେ ପଶି ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା

ଆହୁରି ପଢ଼ନ୍ତୁ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥର ସଅଳ ଆସିଲା ମୌସୁମୀ

ଖଣ୍ଡଗିରିସ୍ଥିତ ଶ୍ୟାମପୁର ସିଦ୍ଧେଶ୍ବରର ମହାଦେବଙ୍କ ଦୋଳ ମେଲଣ ବହୁ ପୁରୁଣା। ଦୋଳ ଯାତ୍ରା ପ୍ରାୟ ୩୦୦ ବର୍ଷର ପୁରୁଣା। ଚଳିତବର୍ଷ କରୋନା ମହାମାରି ଯୋଗୁଁ କିନ୍ତୁ ଏହି ଯାତ୍ରା ଫିକା ପଡ଼ିଛି। ଦହି ହାଣ୍ଡି ଭଙ୍ଗା ଯିବାର ଅବକାଶ ନାହିଁ କି ସାଙ୍ଗସାଥୀଙ୍କ ଗହଣରେ ହୋଲି ଖେଳିବାର ପ୍ରସ୍ତୁତି ନାହିଁ। ବହୁ ସଂଖ୍ୟାରେ ଭିଡ ଜମୁଥିବା ମେଳଣ ପଡ଼ିଆ ଚଳିତବର୍ଷ ପୂରା ଖାଁ ଖାଁ ହୋଇଯାଇଛି। କେବଳ ରୀତିନୀତି ଅନୁସାରେ ହରିହର ଭେଟ ହୋଇଛି। ଠାକୁରଙ୍କ ବିମାନ ଉଠେଇବା ନିମନ୍ତେ ଅଧିକ କର୍ମଚାରୀ ନିୟୋଜିତ ନେଇ କଟକଣା ରହିଥିବାରୁ ଛୋଟ ବିମାନରେ ଠାକୁର ଘରଘର ବୁଲି ଦୋଳ ଭୋଗ ଖାଇଛନ୍ତି। ମେଳଣ କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ କେବଳ କାନ୍ଧୁଆ ଓ ଜଣେ ବ୍ରାହ୍ମଣ ଗାଁ ବୁଲି ଭୋଗ ଖାଉଛନ୍ତି। କରୋନା କଟକଣାକୁ ନଜର ରେ ରଖି ବିନା ଜାକଜକମରେ ମେଳଣ ହେଉଛି।

ଆହୁରି ପଢ଼ନ୍ତୁ: ୪ ଦଫା ଦାବିକୁ ନେଇ ପାତ୍ରପଡା 'ଆମବସ' ଡିପୋରେ କର୍ମଚାରୀଙ୍କ ଆନ୍ଦୋଳନ, ୪୫ଟି ରୁଟରେ ଚାଲୁନି ବସ୍

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଲି ପାଳିବା ଉପରେ କଟକଣା ଲଗାଯାଇଛି। ତଥାପି ରାଜଧାନୀରେ ହୋଲି ଉତ୍ସବ ଧୁମ୍‍ଧାମ୍‍ରେ ପାଳନ କରିବାର ଆଶଙ୍କା ରହିଛି। ତେଣୁ ହୋଲି ଉତ୍ସବ ପାଳନ ନ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ସୁରକ୍ଷାକୁ କଡ଼ାକଡ଼ି କରିବା ସହ ସହରରେ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତିି। ଏଥିସହିତ ୧୨ଜଣ ଅତିରିକ୍ତ ଡିସିପି, ୧୫ ଏସିପିଙ୍କୁ ସୁରକ୍ଷା ଦାୟିତ୍ୱର ତଦାରଖ କରିବା ଲାଗି କୁହାଯାଇଛି। ଏଥିସହିତ ସମସ୍ତ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବା ରହିବାକୁ କୁହାଯାଇଛି। ଏହାସହ ସହରରେ କୌଣସି ଅପ୍ରୀତିକିର ପରିସ୍ଥିତିକୁ ଏଡ଼ାଇବା ଲାଗି କମିସନରେଟ ପୁଲିସ ପକ୍ଷରୁ ଷ୍ଟାଇକିଂ ଫୋର୍ସଙ୍କୁ ସଜାଗ୍‍ କରାଯାଇଛି।

ସେହିପରି ବିନା କାରଣରେ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଯଦି କେହି ଏହାକୁ ପାଳନ ନ କରିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଦରକାର ପଡ଼ିଲେ ସେମାନଙ୍କୁ ଥାନାରେ ଅଟକ ରଖାଯିବ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି। ସେପଟେ ଛକ ଛକରେ ନାକାବନ୍ଦି କରାଯିବ। ଅନ୍ୟପଟେ କମିସନରେଟ ପୁଲିସ ସହରାଞ୍ଚଳର ସମସ୍ତ ଥାନାଗୁଡ଼ିକୁ ଆଲର୍ଟ କରାଯାଇଛି। ସେମାନେ ପିସିଆର୍‍ ଓ ଥାନା ଗାଡ଼ିଗୁଡିକୁ ପଇଁତରା ମାରିବାକୁ କୁହାଯାଇଛି।

ହୋଇପାରେ ଅଚାନକ ଚଢ଼ଉ
ହୋଲି ଉତ୍ସବ ପାଳନ କରିବା ଉପରେ କଟକଣା ଲଗାଯାଇଥିଲେ ମଧ୍ୟ କିଛି ଆପାର୍ଟମେଣ୍ଟ ଓ କଲୋନୀରେ ବନ୍ଦୋବସ୍ତ କରାଯାଇଛି। ଏଥିସହିତ କିଛି କ୍ଲବ ପିଲା ଓ ସାହି ସାହିରେ ହୋଲି ଉତ୍ସବ ପାଳନ କରିବା ଲାଗି ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ତେବେ ଏସବୁ ଉପରେ ତୀକ୍ଷ୍‍ଣ ନଜର ରଖାଯାଇଛି। ଏଥିସହିତ ଏସବୁ ଉପରେ ନଜର ରଖିବା ଲାଗି କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିଛି।

ହସ୍ପିଟାଲ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ
ହୋଲି ଖେଳିବା ଉପରେ କଟକଣା ଲଗାଯାଇଥିବା ବେଳେ ଘରେ ହୋଲି ଖେଳିବେ। ଅବିର ଖେଳ ଖୋଳିବା ଲାଗି ପରାମର୍ଶ ଦିଆଯାଇଥିବା ବେଳେ ବସ୍ତିଗୁଡ଼ିକରେ ରାସାୟନିକ ରଙ୍ଗ ଖୋଳିବାର ନଜିର ରହିଛି। ଏଥିସହିତ ରଙ୍ଗଖେଳ ଦିନ କିଛି ଯୁବପିଢ଼ି ନିଶାସେବନ କରିଥିବାରୁ ଗଣ୍ଡଗୋଳ ଘଟିଥାଏ। ତେଣୁ ଗଣ୍ଡଗୋଳ ହେଉ କିମ୍ବା ଆଖିରେ ରଙ୍ଗ ପଡ଼ି ହେଉ। ଏସବୁ ଲାଗି କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ୱାର୍ଡକୁ ପ୍ରସ୍ତୁତ କରାଯାଇଛି।

ହୋଲି ଖେଳି ସାରିବା ପରେ ଗାଁ ଗଣ୍ଡା ହେଉ କିମ୍ବା ସହରୀଲୋକେ କୁଆଖାଇ କିମ୍ବା ଦୟା ଭଳି ନଦୀରେ ଗାଧୋଇବାକୁ ଯାଆନ୍ତି। ସେଠାରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ଅଘଟଣ ଘଟିଥାଏ। ଏଥର ନଦୀକୂଳରେ ଅଗ୍ନିଶମ ଟିମ୍‍ ରହିବେ ସହ କଣ୍ଟୋଲ୍‍ ରୁମ୍‍କୁ ସଜାଗ୍‍ ରଖାଯାଇଛି।

28 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର