କଙ୍ଗାରୁ କୋର୍ଟ ଭାଙ୍ଗିଦେଲା ପ୍ରେମ ବନ୍ଧନ; ପତ୍ନୀ ବିଚ୍ଛେଦରେ ବିଷପିଇ ଜୀବନ ହାରିଲେ ସ୍ୱାମୀ

The Sakala Picture
Published On

ମାଲକାନଗିରି: ପତ୍ନୀଙ୍କୁ ତାଙ୍କ ବାପ ଘର ଲୋକେ ନେଇ ଆଉ ନ ଛାଡ଼ିବାରୁ ମାଲକାନଗିରି ଜିଲ୍ଲା ଏମ୍‌ଭି-୯ ଗ୍ରାମର ସଞ୍ଜିତ ହାଲଦାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଞ୍ଜିତ ପଡୋଶୀ ଛତିଶଗଡ଼ ବୈଲାପାରି ଗ୍ରାମର ଗାୟତ୍ରୀ ପଡିଆମୀ ନାମକ ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରୁଥିଲେ। ସାବାଳକ ହୋଇଥିବାରୁ ଉଭୟ ରେଜିଷ୍ଟ୍ରି ବିବାହ ମଧ୍ୟ କରିଥିଲେ। ଘରୁ ପଳାଇ ଆସି ଜଣେ ସମ୍ପର୍କୀୟଙ୍କ ଘରେ ମେ ୧୪ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ […]

ମାଲକାନଗିରି: ପତ୍ନୀଙ୍କୁ ତାଙ୍କ ବାପ ଘର ଲୋକେ ନେଇ ଆଉ ନ ଛାଡ଼ିବାରୁ ମାଲକାନଗିରି ଜିଲ୍ଲା ଏମ୍‌ଭି-୯ ଗ୍ରାମର ସଞ୍ଜିତ ହାଲଦାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଞ୍ଜିତ ପଡୋଶୀ ଛତିଶଗଡ଼ ବୈଲାପାରି ଗ୍ରାମର ଗାୟତ୍ରୀ ପଡିଆମୀ ନାମକ ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରୁଥିଲେ। ସାବାଳକ ହୋଇଥିବାରୁ ଉଭୟ ରେଜିଷ୍ଟ୍ରି ବିବାହ ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଘରୁ ପଳାଇ ଆସି ଜଣେ ସମ୍ପର୍କୀୟଙ୍କ ଘରେ ମେ ୧୪ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ରହି ନ ଥିଲା ବିବାହର ୨ଦିନ ପରେ ୧୬ ତାରିଖରେ ଝିଅ ଘର ଲୋକେ ବିବାହ ବିଷୟରେ ଜାଣିବା ପରେ ଏମଭି ୯ ସ୍ଥିତ ସଞ୍ଜିତଙ୍କ ଘରେ ପହଞ୍ଚିଥିଲେ । ମାଆ ସହିତ ଝିଅକୁ ଦେଖା କରାଇବା ପରେ ଝିଅକୁ ଘରକୁ ବୁଲାଇବାକୁ ନେଇ ଆଉ ଛାଡ଼ି ନ ଥିଲେ। ଶେଷରେ ସଞ୍ଜିତ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ବୈଲାପାରି ଗ୍ରାମକୁ ୨୦ ତାରିଖ ଦିନ ଯାଇଥିଲେ । ସ୍ତ୍ରୀକୁ ଫେରେଇ ଆଣିବା ଲାଗି ପରିବାର ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ ସୁଫଳ ମିଳି ନଥିଲା। ପରେ ସଞ୍ଜିତଙ୍କ ପରିବାର ଓ ଗ୍ରାମବାସୀ ଏବଂ ଝିଅ ଘର ଲୋକଙ୍କୁ ନେଇ କଙ୍ଗାରୁକୋର୍ଟ ବସିଥିଲା। କିନ୍ତୁ ସେଠାରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଭିନ୍ନ ଜାତିର ହୋଇଥିବାରୁ ବୈଠକରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଅଲଗା କରି ଦେଇଥିଲା କଙ୍ଗାରୁକୋର୍ଟ। ନିରାଶ ହୋଇ ସଞ୍ଜିତ ଓ ତାଙ୍କ ପରିବାର ଲୋକେ ଘରକୁ ଫେରି ଆସିଥିଲେ । ଯାହାକୁ ଏତେ ଭଲ ପାଉଥିଲେ, ତାକୁ ହରାଇବା ପରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ସଞ୍ଜିତ। ଏହାପରେ ସେ ଜମିରେ ଚାଷ କରିବାକୁ ଯାଇ ସେଠାରେ ବିଷ ପିଇଦେଇଥିଲେ। ସଞ୍ଜିତଙ୍କୁ ତାଙ୍କ ପରିବାର ଲୋକେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର