ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟିହେଲା ଲଘୁଚାପ : ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ବର : ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଏକ ଉପତ୍ୟାକାର ଦକ୍ଷିଣ ଭାଗରେ ସକ୍ରିୟ ରହିଛି। ସେହିପରି ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନଠାରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଅନ୍ୟଏକ ନିମ୍ନଚାପରେଖା ଲଘୁଚାପକ୍ଷେତ୍ରରୁ ବାହାରି ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି। ଏହାପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାର ଥିବାବେଳେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, […]

ଭୁବନେଶ୍ବର : ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଏକ ଉପତ୍ୟାକାର ଦକ୍ଷିଣ ଭାଗରେ ସକ୍ରିୟ ରହିଛି।
ସେହିପରି ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନଠାରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଅନ୍ୟଏକ ନିମ୍ନଚାପରେଖା ଲଘୁଚାପକ୍ଷେତ୍ରରୁ ବାହାରି ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି।
ଏହାପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।

ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାର ଥିବାବେଳେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମଲାକାନଗିରି, କୋରାପୁଟ, ସୋନପୁର ଓ ବୌଦ୍ଧରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ଏହାକୁ ଦୃଷ୍ଟିରେ ରଖ୍ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଗୁରୁବାର ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ୧ଜନ୍‌ରୁ ସେପ୍ଟେମ୍ବର ୨୧ ମଧ୍ୟରେ ୯୮୧.୨ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକ ବର୍ଷା ୧୧୦୫ ଠାରୁ ୧୧ ପ୍ରତିଶତ କମ୍ ରହିଛି | ଏହି ସମୟ ପରିଧି ମଧ୍ୟରେ ୮ ଟି ଜିଲ୍ଲାରେ ୨୦-୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବାକି ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଅନ୍ୟପଟେ ହୀରାକୁଦରୁ ବର୍ତ୍ତମାନ ୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସୋମବାର ରାତି ସୁଦ୍ଧା ୧୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଥିବା ବେଳେ ମଙ୍ଗଳବାରୁ ସକାଳୁ ଏହାକୁ ବଢ଼ାଇ ୧୨ କରାଯାଇଥିଲା । ଦିନ ୩ ଟାରୁ ପୁଣି ଗେଟ୍ ବନ୍ଦ କରାଯାଇ ୮ ଓ ପରେ ୬ ଟି ଗେଟ୍‌ରେ ପାଣି ଛଡ଼ାଯାଉଛି। ସନ୍ଧ୍ୟା ୬ ଟା ସୁଦ୍ଧା ହୀରାକୁଦରେ ଜଳପତନ ୬୨୯.୩୧ ଫୁଟ୍ ରହିଥିବା ବେଳେ ସେକେଣ୍ଡ ପିଛା ହଜାର ୪୨୬ କ୍ୟୁସେକ ଜଳ ପ୍ରବେଶ କରୁଛି। ୬ ଟି ଗେଟ୍ ଦେଇ ୧ ଲକ୍ଷ ୨୬ ହଜାର ୮୪୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିଠାରେ ୨ ଲକ୍ଷ ୩୩ ହଜାର ୩୪୪ କ୍ୟୁସେକ ଜଳ ପ୍ରବାହିତ ହେଉଛି।

22 Sep 2021 By The Sakala

ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟିହେଲା ଲଘୁଚାପ : ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଏକ ଉପତ୍ୟାକାର ଦକ୍ଷିଣ ଭାଗରେ ସକ୍ରିୟ ରହିଛି।
ସେହିପରି ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନଠାରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଅନ୍ୟଏକ ନିମ୍ନଚାପରେଖା ଲଘୁଚାପକ୍ଷେତ୍ରରୁ ବାହାରି ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି।
ଏହାପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।

ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାର ଥିବାବେଳେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମଲାକାନଗିରି, କୋରାପୁଟ, ସୋନପୁର ଓ ବୌଦ୍ଧରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହାକୁ ଦୃଷ୍ଟିରେ ରଖ୍ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଗୁରୁବାର ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ୧ଜନ୍‌ରୁ ସେପ୍ଟେମ୍ବର ୨୧ ମଧ୍ୟରେ ୯୮୧.୨ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକ ବର୍ଷା ୧୧୦୫ ଠାରୁ ୧୧ ପ୍ରତିଶତ କମ୍ ରହିଛି | ଏହି ସମୟ ପରିଧି ମଧ୍ୟରେ ୮ ଟି ଜିଲ୍ଲାରେ ୨୦-୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଛି।

ବାକି ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଅନ୍ୟପଟେ ହୀରାକୁଦରୁ ବର୍ତ୍ତମାନ ୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସୋମବାର ରାତି ସୁଦ୍ଧା ୧୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଥିବା ବେଳେ ମଙ୍ଗଳବାରୁ ସକାଳୁ ଏହାକୁ ବଢ଼ାଇ ୧୨ କରାଯାଇଥିଲା । ଦିନ ୩ ଟାରୁ ପୁଣି ଗେଟ୍ ବନ୍ଦ କରାଯାଇ ୮ ଓ ପରେ ୬ ଟି ଗେଟ୍‌ରେ ପାଣି ଛଡ଼ାଯାଉଛି। ସନ୍ଧ୍ୟା ୬ ଟା ସୁଦ୍ଧା ହୀରାକୁଦରେ ଜଳପତନ ୬୨୯.୩୧ ଫୁଟ୍ ରହିଥିବା ବେଳେ ସେକେଣ୍ଡ ପିଛା ହଜାର ୪୨୬ କ୍ୟୁସେକ ଜଳ ପ୍ରବେଶ କରୁଛି। ୬ ଟି ଗେଟ୍ ଦେଇ ୧ ଲକ୍ଷ ୨୬ ହଜାର ୮୪୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିଠାରେ ୨ ଲକ୍ଷ ୩୩ ହଜାର ୩୪୪ କ୍ୟୁସେକ ଜଳ ପ୍ରବାହିତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର