ରାୟଗଡ଼ାରେ ଆନ୍ତଃ-ଜିଲ୍ଲା ଡକାୟତ ଦଳ ଠାବ, ବିପୁଳ ସୁନାଗହଣା ଜବତ ସହ ୧୨ ଗିରଫ

Madhusudan Das Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିବା ଏକ ଆନ୍ତଃ-ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ରାୟଗଡ଼ା ପୋଲିସ ଏହି ଗ୍ୟାଙ୍ଗର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା, ରୁପା, ଗାଡ଼ି, ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ରାଜ ପ୍ରସାଦ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଏହି ଲୁଟେରା ଗ୍ୟାଙ୍ଗଟି ଅତି ଚତୁରତାର ସହ ବନ୍ଦ ଥିବା କିମ୍ବା ଖାଲି ଥିବା ଘରଗୁଡ଼ିକୁ ଟାର୍ଗେଟ୍ କରୁଥିଲା। ସେମାନେ ପ୍ରଥମେ ଘର ମାଲିକଙ୍କ ଗତିବିଧି, ସିସିଟିଭି କ୍ୟାମେରା ଏବଂ ଗାଡ଼ିଗୁଡ଼ିକ ଉପରେ କଡ଼ା ନଜର ରଖୁଥିଲେ। ସୁଯୋଗ ଦେଖି ତାଲା ଭାଙ୍ଗି ଚୋରି କରୁଥିଲେ। ଚୋରି ସୁନାଗହଣାକୁ ସିଧାସଳଖ ବିକ୍ରି କରିବା କଷ୍ଟକର ହେଉଥିବାରୁ, ଗ୍ୟାଙ୍ଗରେ ଥିବା ଜଣେ ବଣିଆଙ୍କ ସହାୟତାରେ ସେମାନେ ସୁନାକୁ ତରଳାଇ ଏହାର ଆକାର ବଦଳାଇ ଦେଉଥିଲେ। ପରେ ଏହି ସୁନାକୁ ବିଭିନ୍ନ ଫାଇନାନ୍ସ ସଂସ୍ଥା ଏବଂ ବ୍ୟାଙ୍କରେ ବନ୍ଧା ପକାଇ ଋଣ ଆଣୁଥିଲେ କିମ୍ବା କମ୍ ଦାମ୍‌ରେ ବିକ୍ରି କରିଦେଉଥିଲେ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଗତ ଜୁଲାଇ ୨୫ ତାରିଖରେ ରାମନଗୁଡ଼ା ଥାନା ଅଞ୍ଚଳରେ ଏବଂ ଅଗଷ୍ଟ ୧ ତାରିଖରେ ଦୋରାଗୁଡ଼ା ଥାନା ଅଞ୍ଚଳରେ ହୋଇଥିବା ଦୁଇଟି ବଡ଼ ଧରଣର ଚୋରି ଘଟଣା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଇନ୍ଦା ବିଭାଗ, ସାଇବର ୟୁନିଟ୍ ଏବଂ ସ୍ପେଶାଲ୍ ରେଡ୍ ଟିମ୍‌କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବୈଷୟିକ ଜ୍ଞାନକୌଶଳ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଏହି ଗ୍ୟାଙ୍ଗ୍ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ପୋଲିସ ଏହି ଗ୍ୟାଙ୍ଗ୍ ନିକଟରୁ ପ୍ରାୟ ୮୦ ଗ୍ରାମ ସୁନା, ୫୮୧ ଗ୍ରାମ ରୁପା, ୩୪.୭୫ ଗ୍ରାମ ତରଳା ଯାଇଥିବା ସୁନା ଏବଂ ବିଭିନ୍ନ ଫାଇନାନ୍ସ ସଂସ୍ଥାରେ ବନ୍ଧା ପଡ଼ିଥିବା ୧୨୫.୭୬ ଗ୍ରାମ ସୁନା ଗହଣା ଜବତ କରିଛି। ଏହାଛଡ଼ା ୧୨ଟି ମୋବାଇଲ୍ ଫୋନ୍, ୩ଟି କାର୍ ଏବଂ ଗୋଟିଏ ରୟାଲ୍ ଏନଫିଲ୍ଡ ବୁଲେଟ୍ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଛି। ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ, ସୁନା ତରଳାଇବା ପାଇଁ ଗ୍ୟାସ୍ ସିଲିଣ୍ଡର ଏବଂ ଓଜନ ମେସିନ୍ ମଧ୍ୟ ପୋଲିସ ହାତରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର