BPPLକୁ କାରଣ ଦର୍ଶାଅ ନୋଟିସ୍: ବୈତରଣୀରେ ଅନିୟମିତ ଗେଟ୍ ଖୋଲିବା ନେଇ କାର୍ଯ୍ୟାନୁଷ୍ଠାନ

Madhusudan Das Picture
Published On

ଭୁବନେଶ୍ୱର: ବୈତରଣୀ ନଦୀରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜଳ ସମ୍ପଦ ବିଭାଗ। ବ୍ୟାରେଜ୍ ଗେଟ୍ ଖୋଲିବାରେ ଅନିୟମିତତା ଅଭିଯୋଗରେ ବୈତରଣୀ ପାୱାର୍ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ବିପିପିଏଲ୍) ବିରୋଧରେ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଆହୁରି ପଢ଼ନ୍ତୁ: ରାଜଧାନୀବାସୀଙ୍କୁ ମିଳିବ ଉନ୍ନତ ଆୟୁର୍ବେଦିକ ସେବା: ୧୦୦ ଶଯ୍ୟା ବିଶିଷ୍ଟ ହେବ ସରକାରୀ ଆୟୁର୍ବେଦିକ ହସ୍ପିଟାଲ

ଓଡ଼ିଶା ଜଳ ସମ୍ପଦ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ଇଂ. ଦିଲ୍ଲୀପ କୁମାର ରାଉତ ଆନନ୍ଦପୁର ବ୍ୟାରେଜର ଗେଟ୍‌ଗୁଡ଼ିକୁ ଅନିୟମିତ ତଥା ମନଇଚ୍ଛା ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏ ସମ୍ପର୍କରେ ଶାଳପଡ଼ା ସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି। ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ବିପିପିଏଲ୍ ନିଜର ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟାରେଜ୍ ଗେଟ୍‌ଗୁଡ଼ିକୁ ମନଇଚ୍ଛା ଖୋଲିଦେଉଛି। ଏହି କାରଣରୁ ବ୍ୟାରେଜର ତଳ ମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। 

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍ , ମୋଟ୍ ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ଏଭଳି ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବାର କାରଣ ସ୍ପଷ୍ଟ କରିବାକୁ ବିଭାଗ ପକ୍ଷରୁ ବିପିପିଏଲ୍ କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ତଳ ମୁଣ୍ଡରେ ବନ୍ୟା ରୋକିବା ପାଇଁ କୌଣସି ବଡ଼ ଧରଣର ବନ୍ୟା ଆସିବା ପୂର୍ବରୁ ବ୍ୟାରେଜକୁ ଖାଲି କରିବାକୁ କମ୍ପାନୀକୁ କୁହାଯାଇଛି। ଏଥିସହ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କେବଳ ନିୟମ ଅନୁଯାୟୀ ଗେଟ୍ ପରିଚାଳନା କରିବାକୁ କଡ଼ା ତାଗିଦ୍ କରାଯାଇଛି। ବର୍ତ୍ତମାନ ମୌସୁମୀ ଋତୁ ଜାରି ରହିଥିବା ବେଳେ ବ୍ୟାରେଜରୁ ଜଳ ନିଷ୍କାସନ ପରିଚାଳନାକୁ ନେଇ ଉଦ୍‌ବେଗ ବଢ଼ୁଥିବା ସମୟରେ ବିଭାଗର ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ବହନ କରୁଛି।

ଆହୁରି ପଢ଼ନ୍ତୁ: ମଦ ମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ଅଡିଓ ଭାଇରାଲ: ଚିତ୍ରଡା ଫାଣ୍ଡି ଅଧିକାରୀ ନିଲମ୍ବିତ

20 Aug 2026 By Madhusudan Das

BPPLକୁ କାରଣ ଦର୍ଶାଅ ନୋଟିସ୍: ବୈତରଣୀରେ ଅନିୟମିତ ଗେଟ୍ ଖୋଲିବା ନେଇ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବୈତରଣୀ ନଦୀରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜଳ ସମ୍ପଦ ବିଭାଗ। ବ୍ୟାରେଜ୍ ଗେଟ୍ ଖୋଲିବାରେ ଅନିୟମିତତା ଅଭିଯୋଗରେ ବୈତରଣୀ ପାୱାର୍ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ବିପିପିଏଲ୍) ବିରୋଧରେ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଓଡ଼ିଶା ଜଳ ସମ୍ପଦ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ଇଂ. ଦିଲ୍ଲୀପ କୁମାର ରାଉତ ଆନନ୍ଦପୁର ବ୍ୟାରେଜର ଗେଟ୍‌ଗୁଡ଼ିକୁ ଅନିୟମିତ ତଥା ମନଇଚ୍ଛା ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏ ସମ୍ପର୍କରେ ଶାଳପଡ଼ା ସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି। ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ବିପିପିଏଲ୍ ନିଜର ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟାରେଜ୍ ଗେଟ୍‌ଗୁଡ଼ିକୁ ମନଇଚ୍ଛା ଖୋଲିଦେଉଛି। ଏହି କାରଣରୁ ବ୍ୟାରେଜର ତଳ ମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। 

ଏଭଳି ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବାର କାରଣ ସ୍ପଷ୍ଟ କରିବାକୁ ବିଭାଗ ପକ୍ଷରୁ ବିପିପିଏଲ୍ କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ତଳ ମୁଣ୍ଡରେ ବନ୍ୟା ରୋକିବା ପାଇଁ କୌଣସି ବଡ଼ ଧରଣର ବନ୍ୟା ଆସିବା ପୂର୍ବରୁ ବ୍ୟାରେଜକୁ ଖାଲି କରିବାକୁ କମ୍ପାନୀକୁ କୁହାଯାଇଛି। ଏଥିସହ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କେବଳ ନିୟମ ଅନୁଯାୟୀ ଗେଟ୍ ପରିଚାଳନା କରିବାକୁ କଡ଼ା ତାଗିଦ୍ କରାଯାଇଛି। ବର୍ତ୍ତମାନ ମୌସୁମୀ ଋତୁ ଜାରି ରହିଥିବା ବେଳେ ବ୍ୟାରେଜରୁ ଜଳ ନିଷ୍କାସନ ପରିଚାଳନାକୁ ନେଇ ଉଦ୍‌ବେଗ ବଢ଼ୁଥିବା ସମୟରେ ବିଭାଗର ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ବହନ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର