କାମ ଦେଲାନି ଲଘୁଚାପ; ଆଜିଠୁ କମିବ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଲଘୁଚାପ ରାଜ୍ୟ ପାଇଁ ବିଶେଷ କିଛି ଲାଭପ୍ରଦ ହୋଇନାହିଁ। ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିଯିବ। କେବଳ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଉପକୂଳରେ ସକ୍ରିୟ ଥିଲେ ମଧ୍ୟ ରାଜ୍ୟରେ ଆଉ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଗତ ୩୬ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୧୦୦ ମିିମି ବର୍ଷା ହୋଇଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ ୩୦ ମିିମି ଯାଏ […]

ଭୁବନେଶ୍ୱର : ଲଘୁଚାପ ରାଜ୍ୟ ପାଇଁ ବିଶେଷ କିଛି ଲାଭପ୍ରଦ ହୋଇନାହିଁ। ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିଯିବ। କେବଳ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଉପକୂଳରେ ସକ୍ରିୟ ଥିଲେ ମଧ୍ୟ ରାଜ୍ୟରେ ଆଉ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଗତ ୩୬ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୧୦୦ ମିିମି ବର୍ଷା ହୋଇଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ ୩୦ ମିିମି ଯାଏ ବର୍ଷା ହୋଇଥିବା ରେକର୍ଡ ହୋଇଛି। ପାଣପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ୧ ଜୁନ୍‍ରୁ ୧୭ ଅଗଷ୍ଟ ମଧ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍‍ ବର୍ଷା ହୋଇଛି। ଏହି ଅବଧିରେ ୨୩ ଜିଲ୍ଲାରେ କମ୍‍ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ପ୍ରଭାବିତ ଜିଲ୍ଲା ଭାବେ ଯାଜପୁର, ଭଦ୍ରକ, ବଲାଙ୍ଗୀର, କେନ୍ଦୁଝର ଓ ଅନୁଗୁଳ ଆଦିରେ ସବୁଠାରୁ କମ୍‍ ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

18 Aug 2021 By The Sakala

କାମ ଦେଲାନି ଲଘୁଚାପ; ଆଜିଠୁ କମିବ ବର୍ଷା

ଭୁବନେଶ୍ୱର : ଲଘୁଚାପ ରାଜ୍ୟ ପାଇଁ ବିଶେଷ କିଛି ଲାଭପ୍ରଦ ହୋଇନାହିଁ। ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିଯିବ। କେବଳ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଉପକୂଳରେ ସକ୍ରିୟ ଥିଲେ ମଧ୍ୟ ରାଜ୍ୟରେ ଆଉ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଗତ ୩୬ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୧୦୦ ମିିମି ବର୍ଷା ହୋଇଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ ୩୦ ମିିମି ଯାଏ ବର୍ଷା ହୋଇଥିବା ରେକର୍ଡ ହୋଇଛି। ପାଣପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ୧ ଜୁନ୍‍ରୁ ୧୭ ଅଗଷ୍ଟ ମଧ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍‍ ବର୍ଷା ହୋଇଛି। ଏହି ଅବଧିରେ ୨୩ ଜିଲ୍ଲାରେ କମ୍‍ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ପ୍ରଭାବିତ ଜିଲ୍ଲା ଭାବେ ଯାଜପୁର, ଭଦ୍ରକ, ବଲାଙ୍ଗୀର, କେନ୍ଦୁଝର ଓ ଅନୁଗୁଳ ଆଦିରେ ସବୁଠାରୁ କମ୍‍ ବର୍ଷା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର