ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ୫ ଜୀବନ, ଅଭିଯୋଗ ଆଣିଲେ ରୋଗୀଙ୍କ ସମ୍ପର୍କୀୟ

The Sakala Picture
Published On

କୋରାପୁଟ : ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ବଡ଼ ଅଘଟଣ। ମେଡିକାଲର ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁ ଆଇସିୟୁରେ ଚିକିତ୍ସିତ ୩ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି। ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇବା […]

କୋରାପୁଟ : ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ବଡ଼ ଅଘଟଣ। ମେଡିକାଲର ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁ ଆଇସିୟୁରେ ଚିକିତ୍ସିତ ୩ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି।

ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇବା ପରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ମୁତାବକ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀ ତିନି ଜଣଙ୍କ ମୃୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଭଗବାନ ପରିଜା ଓ ବତୀ ଖରା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

04 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର