ମନୋରଞ୍ଜନ
ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ ଗୌଡ଼ପାଟଣା ନିକଟବର୍ତ୍ତୀ ମହୁଳାକୁଦିଆର ଏକ ଗଛରେ ଯୁବତୀଯୁବକଙ୍କ ମୃତଦେହ ଝୁଲୁଛି। ଉଭୟଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏନେଇ ଖବରପାଇବା ପରେ ଜଙ୍କିଆ ଓ ବେଗୁନିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। ତେବେ ପୁଅଙ୍କ ଘର […]
ଖୋର୍ଦ୍ଧା: ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ ଗୌଡ଼ପାଟଣା ନିକଟବର୍ତ୍ତୀ ମହୁଳାକୁଦିଆର ଏକ ଗଛରେ ଯୁବତୀଯୁବକଙ୍କ ମୃତଦେହ ଝୁଲୁଛି। ଉଭୟଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏନେଇ ଖବରପାଇବା ପରେ ଜଙ୍କିଆ ଓ ବେଗୁନିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ପ୍ରାରମ୍ଭିକ ତଦନ୍ତରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। ତେବେ ପୁଅଙ୍କ ଘର ରାଜସୁନାଖଳା ଗୋପିନାଥପୁର ସାହି ହୋଇଥିବା ବେଳେ ତାଙ୍କ ନାମ ଅଜୟ ପ୍ରଧାନ(୪୩) ଏବଂ ଝିଅଙ୍କ ନାମ ଶାନ୍ତି ସାହୁ ବୋଲି ଜଣାପଡ଼ିଛି। ଉଭୟ ରାଜସୁନାଖଳାର ବାସିନ୍ଦା ବୋଲି ସ୍ପଷ୍ଟ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।