କେନ୍ଦୁଝରରେ ଗଣେଶ ଭସାଣି ବେଳେ ଶବ୍ଦ ପ୍ରଦୂଷଣ ନିୟମ ଉଲ୍ଲଂଘନ: ଡିଜେ ସିଷ୍ଟମ୍ ଜବତ କଲା ପୋଲିସ

Madhusudan Das Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ବେଳେ ଶବ୍ଦ ପ୍ରଦୂଷଣ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଘଷିପୁରା ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରିବା ସହ ଡିଜେ (DJ) ସାଉଣ୍ଡ ସିଷ୍ଟମ ଖଞ୍ଜାଯାଇଥିବା ଏକ ଗାଡ଼ିକୁ ଜବତ କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆନନ୍ଦପୁର ପୌରପାଳିକାର ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ପୋଡ଼ାଖମଣା ଠାରେ ଏହି ଘଟଣା ଘଟିଛି। ସେଠାରେ ଏକ ଗଣେଶ ଭସାଣି ଶୋଭାଯାତ୍ରା ଚାଲିଥିଲା। ଶୋଭାଯାତ୍ରା ପାଇଁ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଠାରୁ କିଛି ସର୍ତ୍ତମୂଳକ ଅନୁମତି ଅଣାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସର୍ତ୍ତକୁ ଉଲ୍ଲଂଘନ କରି ଅତ୍ୟଧିକ ଉଚ୍ଚ ସ୍ୱରରେ ଡିଜେ ବଜାଯାଉଥିଲା।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର

ଉଚ୍ଚ ଶବ୍ଦ ଯୋଗୁଁ ସ୍ଥାନୀୟ ବାସିନ୍ଦା, ବିଶେଷକରି ହୃଦରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଖବର ପାଇବା ପରେ ଘଷିପୁରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ଟ୍ରେନରେ ଯାଉଥିବାବେଳେ ଆରମ୍ଭ ହେଲା ପ୍ରସବ ବେଦନା, ପ୍ଲାଟଫର୍ମରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା

ତଦନ୍ତ ପରେ ପୋଲିସ ଡିଜେ ସାଉଣ୍ଡ ସିଷ୍ଟମ ସହିତ ଗାଡ଼ିଟିକୁ ଜବତ କରିଥିଲା ଏବଂ ଅକ୍ଟୋବର ୪ ତାରିଖରେ ଥାନା କେସ୍ ନମ୍ବର ୪୧୮ ରୁଜୁ କରିଥିଲା। ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୨୩(କ)(ଖ) ଏବଂ ୨୯୨, ସହିତ ଓଡ଼ିଶା ଫାୟାରୱାର୍କସ୍ ଆଣ୍ଡ ଲାଉଡସ୍ପିକର୍ (ରେଗୁଲେସନ୍) ଆକ୍ଟ, ୧୯୫୮ ର ଧାରା ୫ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର