ପାଇଖାନା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଶାବଳରେ ପିଟିପଟି ମହିଳାଙ୍କୁ ମାରିଦେଲେ ପଡୋଶୀ

The Sakala Picture
Published On

କେନ୍ଦ୍ରାପଡା: ଶାବଳରେ ପିଟିପଟି ମହିଳାଙ୍କୁ ମାରିଦେଲେ ପଡୋଶୀ । କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଜମିବାଡି ବିବାଦରୁ ଘଟିଛି ଏହି ଅଘଟଣ । ମୃତ ମହିଳା ହେଉଛନ୍ତି ୫୨ ବର୍ଷିୟା ସୁଶୀଳା ନାୟକ । ମିଳିଥିବା ସୂଚନା ଅନୁଯାୟୀ, ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ଏକ ପାଇଖାନା ନିର୍ମାଣ କରିଥିଲେ। ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା । ଆଜି […]

କେନ୍ଦ୍ରାପଡା: ଶାବଳରେ ପିଟିପଟି ମହିଳାଙ୍କୁ ମାରିଦେଲେ ପଡୋଶୀ । କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଜମିବାଡି ବିବାଦରୁ ଘଟିଛି ଏହି ଅଘଟଣ । ମୃତ ମହିଳା ହେଉଛନ୍ତି ୫୨ ବର୍ଷିୟା ସୁଶୀଳା ନାୟକ ।

ଆହୁରି ପଢ଼ନ୍ତୁ: ସାପୁଆ ନଦୀରେ ବନ୍ୟା: ଆଠଗଡ଼ର କନ୍ତୋଲ ଅଞ୍ଚଳ ଜଳମଗ୍ନ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଠପ୍

ମିଳିଥିବା ସୂଚନା ଅନୁଯାୟୀ, ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ଏକ ପାଇଖାନା ନିର୍ମାଣ କରିଥିଲେ। ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା । ଆଜି ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ଏହିଘଟଣାର ସମାଧାନ ପାଇଁ ପୋଲିସ କିଛି ଅଧିକ ସାକ୍ଷୀ ଆଣିବା ପାଇଁ କହି ଉଭୟ ପକ୍ଷ ଙ୍କୁ ଘରକୁ ପଠାଇ ଦେଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଞ୍ଚିବା ପରେ ତାଙ୍କ ପଡୋଶୀ ରକ୍ତମୁଖା ହୋଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: କଟକରେ ନକଲି ପନିର ଓ ଛେନା କାରବାର ମାମଲା: ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକଙ୍କ ଆକ୍ରମଣରେ ସୁଶୀଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ମଧ୍ୟ ଆହତ ହୋଇଥିଲେ। ଏମିତିକି ଆହତମାନଙ୍କୁ ନେଇ ହସ୍ପିଟାଲ ଆସୁଥିବା ଆମ୍ବୁଲାନ୍ସ କୁ ଆକ୍ରମଣକାରୀ କିଛି ସମୟ ଅଟକାଇ ଦେଇଥିଲେ। ଆହତ ମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପେର ଡାକ୍ତର ସୁଶୀଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆହତ ମନୋରଞ୍ଜନ ଓ ପବିତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ଅଭାବନୀୟ ଘଟଣା: ଖୋଲା ଡ୍ରେନରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର