ପାରିବାରିକ କଳହରୁ ନିଜ ୭ ବର୍ଷର ପୁଅକୁ ବିକି ଦେଲା ମାଆ !

ଯାଜପୁର: ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି। ନିଜର କୁନି ପୁଅକୁ ବିକ୍ରି କରିଦେଲା ମାଆ। ଯାଜପୁର ବଡ଼ସୁଆର ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସହ ଝଗଡ଼ା କରି ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ। ସାଙ୍ଗରେ ୩ ବର୍ଷର ପୁଅକୁ ନେଇଯାଇଥିଲେ ମାଆ । ୪ ବର୍ଷ ପରେ ଫେରିବା ବେଳକୁ ପୁଅକୁ ବିକି ଦେଇଥିବା କହିଲେ ମାଆ। ୭ ବର୍ଷର ପୁଅ ସାଇରାମକୁ ଖୋଜି ନୟାନ୍ତ ହେଲେଣି ବାପା ଓ ଜେଜେମାଆ। […]
ଯାଜପୁର: ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି। ନିଜର କୁନି ପୁଅକୁ ବିକ୍ରି କରିଦେଲା ମାଆ। ଯାଜପୁର ବଡ଼ସୁଆର ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସହ ଝଗଡ଼ା କରି ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ। ସାଙ୍ଗରେ ୩ ବର୍ଷର ପୁଅକୁ ନେଇଯାଇଥିଲେ ମାଆ । ୪ ବର୍ଷ ପରେ ଫେରିବା ବେଳକୁ ପୁଅକୁ ବିକି ଦେଇଥିବା କହିଲେ ମାଆ।
୭ ବର୍ଷର ପୁଅ ସାଇରାମକୁ ଖୋଜି ନୟାନ୍ତ ହେଲେଣି ବାପା ଓ ଜେଜେମାଆ। ଏ ନେଇ ପରିବାର ଲୋକ ଗତ ବୁଧବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁଅକୁ ଖୋଜିଆଣିବାକୁ କରିଛନ୍ତି ନିବେଦନ। ଅଭିଯୋଗ କଲାପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବାରୁ ଦୁଃଖରେ ଅଛନ୍ତି ପୂରା ପରିବାର।