ରେସ୍ତୋରାଁ କର୍ମଚାରୀଙ୍କ ବର୍ବରତା: ନିମ୍ନ ମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିରୋଧରେ ପ୍ରତିବାଦ କରିବାରୁ ପର୍ଯ୍ୟଟକଙ୍କୁ ମାଡ଼

Madhusudan Das Picture
Published On

ପୁରୀ: ପୁରୀରେ ରେସ୍ତୋରାଁ କର୍ମଚାରୀଙ୍କ ବର୍ବରତା । ନିମ୍ନ ମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିରୋଧରେ ପ୍ରତିବାଦ କରିବାରୁ ଗର୍ଭବତୀ ପର୍ଯ୍ୟଟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଜୀବନରେ କେବେ ପୁରୀ ଆସିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି ମହିଳା ଜଣକ । ଗର୍ଭବତୀ ଜାଣିବି ରେସ୍ତୋରାଁ ସଟର ବନ୍ଦ କରି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ଗାଲ, କାନ ଓ ଏକାଧିକ ସ୍ଥାନରେ ହୋଇଛି କ୍ଷତ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ସୂଚନା ଅନୁସାରେ, ମହୀଶୂରରୁ ଆସିଥିବା ସୁସ୍ମିତା ଓ ତାଙ୍କ ପରିବାର ଓ ସମ୍ପର୍କୀୟ ମିଶି ପ୍ରାୟ ୧୩ ଜଣ ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳର ଏକ ହୋଟେଲକୁ ଖାଇବାକୁ  ଯାଇଥିଲେ । ସେଠାରେ ଖାଦ୍ୟରେ ଚୁଟି ବାହାରିବାକୁ ନେଇ ରେସ୍ତୋରାଁ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ । ବଦଳରେ ଖାଇବା ପରଷିବା ଜାଗାରେ ଓଲଟା ଟଙ୍କା ଦେଲେ ଆଉ ଖାଦ୍ୟ ପରସିବେ ବୋଲି ଜିଦି ଧରିଥିଲେ ରେସ୍ତୋରାଁ କର୍ମଚାରୀ । ମହିଳା ଜଣଙ୍କ ଖାଇବା ଦେବା ପରେ ଟଙ୍କା ଦେବାକୁ ହୋଟେଲ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ହେଲେ ସେଥିପ୍ରତି କର୍ଣ୍ଣପାତ ନକରି ଖାଇବା ଦେବା ପୂର୍ବରୁ ଟଙ୍କା ନେବା ପାଇଁ ହୋଟେଲ କର୍ମଚାରୀ ଜିଦ୍ ଧରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପରେ ପ୍ରତିବାଦରେ ମହିଳା ଜଣଙ୍କ ଭିଡିଓ କରିଥିଲେ । ଏଥିରେ ହୋଟେଲ କର୍ମଚାରୀ ଉତକ୍ଷିପ୍ତ ହୋଇ ହୋଟେଲର ସଟର ବନ୍ଦକରି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଗାଲ,ଓ ଏକାଧିକ ସ୍ଥାନରେ ଆଘାତ ଲାଗିଥିଲା ।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର