କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

Madhusudan Das Picture
Published On

ଭୁବନେଶ୍ୱର: ରାତି ପ୍ରାୟ ୧ଟା ୩୦। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ସାଇ ମନ୍ଦିର ନିକଟ। ରାଜଧାନୀର ରାଜରାସ୍ତାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପିଟୁଥିଲେ। ହାତ ଗୋଡ ବାନ୍ଧି ବିଧା, ଗୋଇଠା, ମୁଥ, ଚାପୁଡା ମାରୁଥିଲେ। ବାଡ଼ିରେ ପିଟିପିଟି ଦେହରେ ନୋଳା ଫଟେଇ ଦେଲେ। ଆଉ କିଛି ସମୟ ଏଭଳି ଚାଲିଥିଲେ କ’ଣ ହୋଇଥାନ୍ତା ତାହା କେହି କହିପାରି ନଥାନ୍ତେ। ଲାଗୁଥିଲା ରାଜଧାନୀରେ ବାଲିଅନ୍ତା ଭଡ଼ହିଂସାର ପୁନରାବୃତ୍ତି ହେବ। ହେଲେ ପିସିଆର୍‌‌ କର୍ମଚାରୀ ବିକ୍ରମ୍‌‌ ମହାନ୍ତିଙ୍କ ନେତୃତ୍ୱରେ ଥିବା ମୋଟ୍‌‌ ୪ ପୁଲିସ କର୍ମଚାରୀ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଥିଲା। ମରଣାନ୍ତକ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ଯୁବକ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଲିଙ୍ଗରାଜ କାଣ୍ଡି ଭୁବନେଶ୍ୱରରେ ଇନ୍‌‌ଫୋସିସ୍‌‌ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରନ୍ତି। ଶୈଳଶ୍ରୀ ବିହାରରୁ ଚକେଇସିଆଣି ଗଲା ବେଳକୁ କିଛି ପଇଡ଼ ଦୋକାନ ରହିଛି। ଦୋକାନୀମାନେ ଏଠାରେ ପଇଡ କାନ୍ଧୀକୁ ପାଲ ଘୋଡାଇ ଚାଲିଯାଆନ୍ତି। ଅଭିଯୋଗ ଅନୁଯାୟୀ, ଲିଙ୍ଗରାଜ ରାତି ପ୍ରାୟ ଗୋଟାଏରେ ଏକ ସାଇକଲରେ ଦୋକାନ ପାଖକୁ ଆସିଲେ। ଏଠାରୁ ୩ କାନ୍ଧୀ ପଇଡ ନେଇ ଯାଇଥିଲେ। ନେଲା ବେଳେ ରାସ୍ତାରେ ପଇଡ଼ କାନ୍ଧୀରୁ ଖସିଗଲା। ଏହା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହେଲା। ପଇଡ଼ ଦୋକାନୀଙ୍କୁ ଲୋକେ ଖବର ଦେଲେ। ପଇଡ଼ ଦୋକାନୀମାନେ ଲୁଚି ବସିଥିଲା ବେଳେ ଲିଙ୍ଗରାଜ ପୁନର୍ବାର ଆସିଥିଲେ। ଲିଙ୍ଗରାଜଙ୍କୁ ଧରିବା ମାତ୍ରେ ପ୍ରଥମେ ଦୋକାନୀମାନେ ଆକ୍ରମଣ କରିବା ଆରମ୍ଭ କଲେ। ଏହାପରେ ବହୁ ଲୋକ ଏକାଠି ହେଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଗଲା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ବାଲିଅନ୍ତା ଷ୍ଟାଇଲରେ ହାତଗୋଡ ବାନ୍ଧି ଭିଡ଼ ନ୍ୟାୟ ଦେବାକୁ ମନସ୍ଥ କରି ଲିଙ୍ଗରାଜର ହାତଗୋଡ଼କୁ ବାନ୍ଧି ଦିଆଗଲା। ମାଡ଼ର କୃରତା ଏତେ ଭୟଙ୍କର ଥିଲା ଯେ ଭିଡ଼କୁ ଲିଙ୍ଗରାଜ କରୁଥିବା ଆକୁଳ ନିବେଦନ କିଛି ବି ଶୁଣାଯାଉ ନଥିଲା। ଏହା ଭିତରେ କେହି ଜଣେ ୧୧୨କୁ ଫୋନ୍‌‌ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ପିସିଆର୍‌‌ ଘଟଣାସ୍ଥଳରେ ପହଞ୍ଚିଗଲା। ପିସିଆର୍‌‌ରେ ମାତ୍ର ୪ଜଣ ଥିଲା ବେଳେ ୫୦ଜଣ ଲୋକ ଲିଙ୍ଗରାଜଙ୍କୁ ମାରିଦେବାକୁ ରଡି କରୁଛନ୍ତି। ପିସିଆର୍‌‌ର ସମସ୍ତ କର୍ମଚାରୀ ସାହାସ ଜୁଟାଇ ଭିଡ଼ ଭିତରକୁ ପଶିଲେ। ପ୍ରଥମେ ବୁଝାଇଲେ। ନ ଶୁଣିବାରୁ ଚିତ୍କାର କଲେ। ସେମାନେ ଧକ୍କାମୁଖୀର ଶିକାର ହେଲେ ମଧ୍ୟ ଏହାକୁ ଭୃକ୍ଷେପ କଲେ ନାହିଁ। ହାତଗୋଡ଼ରୁ ରସି ଖୋଲିଦେଲେ। ସୁରକ୍ଷିତ ଭାବେ ୪ପିସିଆର୍‌‌ କର୍ମଚାରୀ ଲିଙ୍ଗରାଜକୁ ଉଦ୍ଧାର କରି ପିସିଆର୍‌‌ରେ ଚନ୍ଦ୍ରଶେଖରପୁର ଥାନା ଜିମା ଦେଲେ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର