ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ଯୁବ ଛାତ୍ର ସଂଗଠନର ଗର୍ଜନ

Madhusudan Das Picture
Published On

ଭୁବନେଶ୍ବର: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି। ଆଜିଠୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ବିଜେଡି ଯୁବ ଛାତ୍ର ସଂଗଠନର ଅହୋରାତ୍ର ଧାରଣା ଆରମ୍ଭ ହୋଇଛି। ବିଧାନସଭା ବି ଘେରାଉ କରାଯିବ। ଏଥିରେ ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ସାମିଲ ହେବେ । ସ୍କୁଲ ବହିରେ ୧୬୭୮ରୁ ଅଧିକ ତ୍ରୁଟି ହୋଇଛି। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ  ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଥିଲା ବିଜେଡି। ମନ୍ତ୍ରୀ କିନ୍ତୁ ପଦ ଛାଡି଼ନଥିବାରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ବର୍ଷାରେ ଭିଜି ଭିଜି ଧାରଣା ଦେଇଛନ୍ତି ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମୀ। ବିଜେଡି ବିଧାୟକମାନେ ବି ଏଥିରେ ସାମିଲ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ବିଧାନସଭା ଭିତରେ ଏବଂ ବାହାରେ ପ୍ରବଳ ବିରୋଧ ପ୍ରଦର୍ଶନ କରିଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି । ବିଧାନସଭା ପ୍ରବଳ ହୋହାଲ୍ଲା କାରଣରୁ ବିଧାନସଭାକୁ ଦୁଇ ଥର ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଜ ଦାବି ପୂରଣ ନେଇ ଦଳ ପକ୍ଷରୁ ଆଜିଠାରୁ ବିଧାନସଭା ସମ୍ମୁଖରେ ଏକ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆରମ୍ଭ କରାଯାଇଛି। ମହାତ୍ମା ଗାନ୍ଧୀ ମାର୍ଗରେ ଶତାଧିକ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) କର୍ମୀଙ୍କ ସହ ବିଜେଡି ବିଧାୟକମାନେ ସାମିଲ ହୋଇ ମନ୍ତ୍ରୀ ମଣ୍ଡଳରୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବହିଷ୍କାର ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର