ମନୋରଞ୍ଜନ
‘IADWS’ର ସଫଳ ପରୀକ୍ଷଣ କଲା DRDO
ନୂଆଦିଲ୍ଲୀ: ଭାରତ ଓଡ଼ିଶା ଉପକୂଳରେ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ (IADWS)ର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ IADWS, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ସଶସ୍ତ୍ର ବାହିନୀର ବିକାଶକାରୀମାନଙ୍କୁ ଉଡ଼ାଣ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ଭାରତକୁ ସେହି କିଛି ବଛା […]
ନୂଆଦିଲ୍ଲୀ: ଭାରତ ଓଡ଼ିଶା ଉପକୂଳରେ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ (IADWS)ର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ IADWS, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ସଶସ୍ତ୍ର ବାହିନୀର ବିକାଶକାରୀମାନଙ୍କୁ ଉଡ଼ାଣ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ବିପଦ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୩ ଦିନ ଦର୍ଶନ ବନ୍ଦ
ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ଭାରତକୁ ସେହି କିଛି ବଛା ବଛା ଦେଶଙ୍କ ଶ୍ରେଣୀରେ ସାମିଲ କରିଛି, ଯେଉଁମାନଙ୍କ ପାଖରେ ଆଧୁନିକ, ସ୍ୱଦେଶୀ ଏବଂ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଛି । IADWS ଏକ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯେଉଁଥିରେ ସମ୍ପୂର୍ଣ୍ଣ ସ୍ୱଦେଶୀ କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍, ଆଡଭାନ୍ସଡ୍ ଭେରି ସର୍ଟ ରେଞ୍ଜ୍ ଏୟାର ଡିଫେନ୍ସ ସିଷ୍ଟମ୍ ମିସାଇଲ୍ ଏବଂ ଏକ ଉଚ୍ଚ-ଶକ୍ତି ସମ୍ପନ୍ନ ଲେଜର-ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ସାମିଲ ଅଛି ।






