ଦୁଇ କିମି ରାସ୍ତାରେ ଶତାଧିକ ଖାଲ

The Sakala Picture
Published On

ପାଟଣାଗଡ଼ : ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ରାସ୍ତାର ଚିତ୍ର ବଦଳୁନାହିଁ। ଫଳରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ସାଲେପାଲି ପଞ୍ଚାୟତର ନିଲିଜିବାହାଲ ଗ୍ରାମରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ମାଟି ରାସ୍ତାରେ। ନିଲିଜିବାହାଲ ଓ ଆଖପାଖ ଅଞ୍ଚଳ ୧୨ ଖଣ୍ଡ […]

ପାଟଣାଗଡ଼ : ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ରାସ୍ତାର ଚିତ୍ର ବଦଳୁନାହିଁ। ଫଳରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ସାଲେପାଲି ପଞ୍ଚାୟତର ନିଲିଜିବାହାଲ ଗ୍ରାମରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ମାଟି ରାସ୍ତାରେ। ନିଲିଜିବାହାଲ ଓ ଆଖପାଖ ଅଞ୍ଚଳ ୧୨ ଖଣ୍ଡ ଗାଁ ଲୋକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ଟିଏ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦୀର୍ଘବର୍ଷରୁ ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁସାରେ, ପାଟଣାଗଡ଼ ବ୍ଲକ ଓ ବେଲପଡ଼ା ବ୍ଲକ ସୀମାରେଖାରେ ଥିବା ବୁଦାମୁଣ୍ଡାରୁ ନିଲଜିବାହାଲ ରାଜସ୍ୱ ଗ୍ରାମ୍ୟ ପର୍ଯ୍ୟନ୍ତ ୪ କି.ମି ମାଟି ରାସ୍ତା ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ନିଲହିବାହାଲ ଗ୍ରାମରୁ ବୁଦାମଣ୍ଡା ପର୍ଯ୍ୟନ୍ତ ରାସ୍ତାର ମାଟି ସଂମ୍ପ୍ରସାରଣ କାମ ପାଖାପାଖି ୨ ବର୍ଷତଳେ ହୋଇଥିଲା। ହେଲେ ବୁଦାମୁଣ୍ଡାରୁ ନିଲଜିବାହାଲର ଦୁଇ କିଲୋମିଟର ମାଟି ରାସ୍ତା ଦୀର୍ଘଦିନରୁ ହୋଇଥିବାବେଳେ ପକ୍କା ସଡ଼କ ହୋଇନଥିବାରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛିା ଖଲିଆ, ବାବିଜୁରି, ଧାତୁକ ମଲିକମୁଣ୍ଡା, ଯୋଗୀମୁଣ୍ଡା, ଯାମବାହାଲ, ଚକାମାଲ, ତୁର୍ଲାମାଲ, ସାନକନଙ୍ଗାପାଲି, ବାଲିପଟା ଏବଂ ନିଲଜିବାହାଲର ଅଞ୍ଚଳବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ନିଲଜିବାହାଲରୁ ବୁଦାମଣ୍ଡା ୪ କିମି ଦେଇ ଆଉ ସେଇଠୁ ୬ କିମି ଗଲାପରେ କପାଣି ଛକଠାରେ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥାଏ। ଏହି ରାସ୍ତାଟି କପାଣି ଗ୍ରାମଦେଇ ବେଳପଡ଼ା ବ୍ଲକକୁ ସଂଯୋଗ କରୁଥିବାବେଳେ ଏହି ରାସ୍ତା ଦେଇ କଣ୍ଟାବାଞ୍ଜିକୁ ଯିବା ଆସିବା ପାଇଁ ଅଞ୍ଚଳର ଲୋକଙ୍କୁ ପାଖ ପଡ଼ିଥାଏ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ତେଣୁ ଯେତେ ଅସୁବିଧା ହେଲେ ମଧ୍ୟ ଏହି ଦୁଇ କିଲୋମିଟର ଖାଲ ଢ଼ିପ ଦେଇ ବହୁ ଅସୁବିଦାରେ ଯିବା ଆସିବା କରନ୍ତି। ଏହି ରାସ୍ତାର ମଧ୍ୟଭାଗରେ ଏକ ଛୋଟ ପୋଲ ରହିଛି। ପୋଲ ଉପରେ ବର୍ଷ ଦିନରେ ବନ୍ୟାଜଳ ପ୍ରବାହିତ ହେବାଫଳରେ ରାସ୍ତାଟି ବିଚ୍ଛିନ୍ନ ହୋଇଥାଏ। ଏନେଇ ଗ୍ରାମବାସୀ ଅନେକଥର ଗ୍ରାମସଭାରେ ଏହି ସମସ୍ୟା ନେଇ ପ୍ରସ୍ତାବ ଆଗତ କରିଥିଲେ ମଧ୍ୟ ସରପଞ୍ଚ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଏହାସହ ଜିଲ୍ଲା ଓ ବ୍ଲକ ପ୍ରଶାସନ କର୍ତ୍ତୃପକ୍ଷ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପକ୍କା ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର