ମନୋରଞ୍ଜନ
ଓଡ଼ିଶା
ଜୁନ ଆରମ୍ଭରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : କେରଳମୁହାଁ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଯଦିଓ ଆସନ୍ତା ୪ରୁ ୫ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆଇଏମ୍ଡି କହୁଛି, ହେଲେ ଏହାପୂର୍ବରୁ ମୌସୁମୀ କେରଳ ଛୁଇଁଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମୌସୁମୀ କେରଳ ଛୁଇଁବା ପୂର୍ବରୁ ବର୍ତ୍ତମାନ ଦକ୍ଷିଣ ଭାରତର କର୍ଣ୍ଣାଟକ ସମେତ କେରଳ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଛି। ଏହାକୁ ପ୍ରାକ୍ ମୌସୁମୀ ବର୍ଷା କୁହାଯାଉଛି। ତେଣୁ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା […]
ଭୁବନେଶ୍ୱର : କେରଳମୁହାଁ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଯଦିଓ ଆସନ୍ତା ୪ରୁ ୫ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆଇଏମ୍ଡି କହୁଛି, ହେଲେ ଏହାପୂର୍ବରୁ ମୌସୁମୀ କେରଳ ଛୁଇଁଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମୌସୁମୀ କେରଳ ଛୁଇଁବା ପୂର୍ବରୁ ବର୍ତ୍ତମାନ ଦକ୍ଷିଣ ଭାରତର କର୍ଣ୍ଣାଟକ ସମେତ କେରଳ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଛି। ଏହାକୁ ପ୍ରାକ୍ ମୌସୁମୀ ବର୍ଷା କୁହାଯାଉଛି। ତେଣୁ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ପରିଲକ୍ଷିତ ହୋଇଛି। ସୋମବାରଠାରୁ କେରଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଏହାସହତି କେରଳ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତ୍ରିସୁର, ମାଲାପୁରମ, କୋଜିକୋଡ୍, ୱାଇନାଡ୍, କନୁର ଓ କାସାରାଗୋଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।
ସାଧାରଣତଃ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ। ଏଥର କିନ୍ତୁ ଆଗୁଆ କେରଳ ଛୁଇଁବା ନେଇ ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିସାରିଛି। ତେବେ ମୌସୁମୀ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶା ଛୁଇଁଥାଏ। ଯଦି ମୌସୁମୀ ଆଗୁଆ କେରଳ ଛୁଇଁବ, ତେବେ ଓଡ଼ିଶାରେ ମଧ୍ୟ ମୌସୁମୀ ବର୍ଷା ଆଗୁଆ ହେବା ନେଇ ଅନୁମାନ କରାଯାଉଛି। ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଜୁନ୍ ଆରମ୍ଭରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି।
ସୂଚନାଯୋଗ୍ୟ, ମେ’ ୧୩ ତାରିଖରେ ଅର୍ଥାତ ୬ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଥିଲା। ଏହାର ଦୁଇ ସପ୍ତାହ ପରେ ମୌସୁମୀ ମେ’ ୨୭ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଯାଇଛି। ତେବେ ନିର୍ଦ୍ଧାରିତ ତାରିଖର ୪ ଦିନ ପୂର୍ବ କିମ୍ବା ପରେ ମୌସୁମୀ ଛୁଇଁବା ନେଇ କୁହାଯାଇଥିବାରୁ ୨୪-୨୫ ବେଳକୁ ମୌସୁମୀ କେରଳ ଛୁଇଁଯାଇପାରେ ବୋଲି ଆକଳନ କରାଯାଉଛି।
ଅନ୍ୟପଟେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଏହି କ୍ରମରେ ବୁଧବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ପବନର ବେଗ ୩୦-୪୦ କିମି ରହିବାର ଆଶଙ୍କା ରହିଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ସ୍ଥିତି ନେଇ ଆକଳନ କରାଯାଇଛି।






