୩୦ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର, ଆସନ୍ତାକାଲିଠୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। କାଲିଠାରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ବର୍ଷିବ ନିଆଁ । ତାତିରୁ ନାହିଁ ନିସ୍ତାର । ସିଭିୟର ହିଟୱେଭ ପାଇଁ ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉକ୍ତ ଜିଲ୍ଲାଗୁଡ଼ିକ ହେଉଛି – ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି । ସେହିପରି  ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ […]

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। କାଲିଠାରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ବର୍ଷିବ ନିଆଁ । ତାତିରୁ ନାହିଁ ନିସ୍ତାର । ସିଭିୟର ହିଟୱେଭ ପାଇଁ ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉକ୍ତ ଜିଲ୍ଲାଗୁଡ଼ିକ ହେଉଛି – ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି । ସେହିପରି  ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୨୮ ଏବଂ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ  ତାପମାତ୍ରା-

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଝାରସୁଗୁଡା: 43.6°C
ଭୁବନେଶ୍ୱର: 42.2°C
ହୀରାକୁଦ: 42.2°C
ସମ୍ବଲପୁର: 42.2°C
କେନ୍ଦୁଝର: 41.8°C
ଚାନ୍ଦବାଲି: 41.8°C
ରାଉରକେଲା: 41.4°C
ବାଲେଶ୍ୱର: 41°C
ପୁରୀ: 35°C
ଗୋପାଳପୁର: 34.8°C
ପାରାଦ୍ୱୀପ: 34.2°C

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର