ମନୋରଞ୍ଜନ
ଚାଷୀ ପଞ୍ଜୀକରଣରେ ଜାଲିଆତି କରିଥିବା ଚାଷୀଙ୍କୁ ଧରିବେ ସରକାର
ଭୁବନେଶ୍ୱର : ଖରିଫ୍ ଚାଷ ପଞ୍ଜୀକରଣ ଅବଧି ବୃଦ୍ଧି ପାଇବ। କୌଣସି କାରଣବଶତଃ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇପାରିନଥିବା ଚାଷୀଙ୍କୁ ସୁଯୋଗ ମିଳିବ। ଏ ସମ୍ପର୍କରେ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ରେକର୍ଡସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ଚାଷ କାର୍ଯ୍ୟକୁ ଫେରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଖରିଫ ଧାନ ବିକ୍ରି ପାଇଁ ସର୍ବାଧିକ ୧୯ ଲକ୍ଷ ୬୭ହଜାର […]
ଭୁବନେଶ୍ୱର : ଖରିଫ୍ ଚାଷ ପଞ୍ଜୀକରଣ ଅବଧି ବୃଦ୍ଧି ପାଇବ। କୌଣସି କାରଣବଶତଃ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇପାରିନଥିବା ଚାଷୀଙ୍କୁ ସୁଯୋଗ ମିଳିବ। ଏ ସମ୍ପର୍କରେ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ରେକର୍ଡସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ଚାଷ କାର୍ଯ୍ୟକୁ ଫେରୁଛନ୍ତି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଖରିଫ ଧାନ ବିକ୍ରି ପାଇଁ ସର୍ବାଧିକ ୧୯ ଲକ୍ଷ ୬୭ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ହେଲେ ଏ ଭିତରେ ଜାଲିଆତି କରି ପଞ୍ଜୀକରଣ କରିଥିବା ଲୋକଙ୍କ ତାଲିକା ସରକାରଙ୍କ ହାତରେ ଲାଗିଛି। ଜାଲିଆତି କରି ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲାପାଳଙ୍କୁ ଖୁବଶୀଘ୍ର ଯୋଗାଣ ବିଭାଗ ଚିଠି କରିବ। ଏଥିରେ ସମ୍ପୃକ୍ତ ଥିବା ଚାଷୀ, ସମବାୟ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଏ ସବୁର କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ଜାଲିଆତିରେ ସମ୍ପୃକ୍ତ ଥିବା ଚାଷୀ ଓ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗ ଯୋଜନା କରୁଛି।
ବଡ କଥା ହେଲା, ୨୦୨୫-୨୬ ରବି ଫସଲ ସମୟରେ ୧ ଲକ୍ଷ ୮୧ ହଜାର ୬୮୪ ଚାଷ ହୋଇ ନଥିବା ଜମି ପଞ୍ଜୀକରଣ ହୋଇଥିଲା। ଯୋଗାଣ ବିଭାଗର ଏ ଚିଠିର ଏହାକୁ ସ୍ପଷ୍ଟ କରିଥିଲା। ପୁଣିଥରେ ଚଳିତ ଖରିଫ ପଞ୍ଜୀକରଣ ସମୟରେ ବିଭାଗ ନଜରକୁ ଏପ୍ରକାର ଜାଲିଆତି ଆସିଛି। ତେଣୁ ଜାଲିଆତି କରିଥିବା ଚାଷୀ ଓ ଅଧିକାରୀଙ୍କୁ ଆଗୁଆ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର ରବି ଫସଲ ସମୟରେ ଧରାପଡ଼ିଥିବା ଚାଷୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ତେଣୁ ଏଥର ବି କେବଳ ସରକାର କଥାରେ କହି ଚୁପ୍ ବସିଯିବେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।






