ଘରୋଇ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର

The Sakala Picture
Published On

ନିଆଳି: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।ପାରିପାର୍ଶିକ ସ୍ଥିତିକୁ ଦେଖି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତାଙ୍କୁ ହତ୍ୟା କରାଯିବା ପରେ ଏଠାରେ ଓଡଣିରେ ଟାଙ୍ଗୀ ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର । ଏନେଇ ଓଲଟପୁର […]

ନିଆଳି: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।ପାରିପାର୍ଶିକ ସ୍ଥିତିକୁ ଦେଖି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତାଙ୍କୁ ହତ୍ୟା କରାଯିବା ପରେ ଏଠାରେ ଓଡଣିରେ ଟାଙ୍ଗୀ ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର । ଏନେଇ ଓଲଟପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅଡ଼ଶପୁରଠାରେ ଦେବକି ହଷ୍ଟେଲରେ ରହି ଯୁକ୍ତ ୩ ତୃତୀୟ ବର୍ଷ ପାଠ ପଢ଼ୁଥିଲେ। ସେ ୨୦୨୦ ମସିହାରୁ ଏହି ହଷ୍ଟେଲରେ ରହୁଥିଲେ। ଉଚ୍ଚ ଶିକ୍ଷା ପାଇଁ ୨୦୨୦ ମସିହାରେ ନିଆଳିରେ ରହି ପାଠ ପଢିବାକୁ ଆସିଥିଲେ। ତେବେ ଦୀପାବଳି ରାତିରେ ଘଟିଥିଲା ଅଘଟଣ। ଗତକାଲି ଦୀପାବଳି ପାଇଁ ହଷ୍ଟେଲର ସବୁ ଛାତ୍ରୀ ବେଶ୍‌ ଖୁସି ଥିବା ବେଳେ ସନ୍ଧ୍ୟାରେ ସମସ୍ତେ ବାଣ ଫୁଟାଇବାକୁ ଛାତକୁ ଯାଇଥିଲେ। ମାତ୍ର ସମ୍ପୃକ୍ତ ଛାତ୍ରୀଜଣକ ଦେହ ଭଲ ଲାଗୁ ନ ଥିବା କହି ରୁମ୍‌ରେ ରହିଥିଲେ। ପିଲାମାନେ ବାଣ ଫୁଟାଇ ଆସି ସମ୍ପୃକ୍ତ ଛାତ୍ରୀଙ୍କୁ ଖୋଜିବାରୁ ଏକ ରୁମ୍‌ର ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ। ଏହାପରେ ଝରକା ଫାଙ୍କରେ ଭିତରକୁ ଅନାଇ ଛାତ୍ରୀଜଣକ ଝୁଲୁଥିବା ଦେଖିବାକୁ ପାଇଲେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଖବରପାଇ ପୁଲିସ୍‌ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଅଡଶପୁରରେ ପହଞ୍ଚିଥିବା ବେଳେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ମୃତ୍ୟୁ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସେମାନେ କହିଛନ୍ତି। ମୃତ ଛାତ୍ରୀଙ୍କ ବଡବାପାଙ୍କ ଅଭିଯୋଗ ଅନୁଯାୟୀ, ଝିଅର ମୃତଦେହ ଝୁଲୁଥିବା ଓଢଣୀରେ ପଡିଥିଲା ଅନେକ ଗଣ୍ଠି । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ, ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର