ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଚକ୍ ଖଡ଼ିରେ ତିଆରି କଲେ ରାଜ୍ୟପାଳଙ୍କ ପ୍ରତିକୃତି

The Sakala Picture
Published On

ଗୋପାଳପୁର: ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷ ଛାତ୍ର ତଥା ଇମାଜିକ୍ସ କ୍ଲବ୍ ଛାତ୍ର କେ.ବିଜୟ କୁମାର ରେଡ୍ଡୀ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ପ୍ରତିକୃତିକୁ ଚକ୍ ଖଡ଼ିରେ ତିଆରି କରିଛନ୍ତି । ଏହାର ଉଚ୍ଚତା ଏକ ସେଣ୍ଟିମିଟର ରହିଛି। ଏହାକୁ ସେ ଗୋଟିଏ ଦିନରେ ତିଆରି କରିଛନ୍ତି। ଛାତ୍ର କେ.ବିଜୟ କୁମାର ରେଡ୍ଡୀ ଆଜି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ଭେଟି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଏଥିସହ ପୂର୍ବରୁ ଚକ୍ […]

ଗୋପାଳପୁର: ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷ ଛାତ୍ର ତଥା ଇମାଜିକ୍ସ କ୍ଲବ୍ ଛାତ୍ର କେ.ବିଜୟ କୁମାର ରେଡ୍ଡୀ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ପ୍ରତିକୃତିକୁ ଚକ୍ ଖଡ଼ିରେ ତିଆରି କରିଛନ୍ତି । ଏହାର ଉଚ୍ଚତା ଏକ ସେଣ୍ଟିମିଟର ରହିଛି। ଏହାକୁ ସେ ଗୋଟିଏ ଦିନରେ ତିଆରି କରିଛନ୍ତି। ଛାତ୍ର କେ.ବିଜୟ କୁମାର ରେଡ୍ଡୀ ଆଜି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ଭେଟି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

ଏଥିସହ ପୂର୍ବରୁ ଚକ୍ ଖଡ଼ିରେ ତିଆରି କରିଥିବା ଐତିହର ୭୫ଟିର ଫୋଟ ଚିତ୍ର ପୁସ୍ତକ ସେ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ରାଜ୍ୟପାଳ ତାଙ୍କ କଳାକୃତିକୁ ଉଚ୍ଚ ପ୍ରଶଂସା କରିବା ସହ ମନ୍ କି ବାତରେ ସାମିଲ ହେବାକୁ କହିଥିଲେ। ତାହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି କରି ଦେବାକୁ କହିଥିଲେ। ରାଜ୍ୟପାଳ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିବେ ବୋଲି କହିଥିବା ବିଜୟ କହିଛନ୍ତି। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି ତିଆରି କରି ରାଜ୍ୟପାଳଙ୍କୁ ପ୍ରଦାନ କରିବେ କେ ବିଜୟ କହିଛନ୍ତି । ଏହି ଭଳି କୃତି ପାଇଁ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁ ଓ ମହାବିଦ୍ୟାଳୟ ଇମାଜିକ୍ସ କ୍ଲବ୍ ସଂଯୋଜକ ଡ଼ ସାଗର ମୁର୍ମୁ , ଶୁଭମ୍ ଶ୍ୱାସତ ପୁର୍ଷ୍ଟୀ, ପ୍ରଣମ୍ ପାଣି, ତାପସ ପାଣଗ୍ରାହୀ, ଭଗବାନ ପଣ୍ଡା ଉଚ୍ଚ ପ୍ରଶଂସା କରିବା ସହ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର, ଏମକେସିଜିରେ ଚାଲିଛି ଚିକିତ୍ସା

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

04 Jul 2022 By The Sakala

ଚକ୍ ଖଡ଼ିରେ ତିଆରି କଲେ ରାଜ୍ୟପାଳଙ୍କ ପ୍ରତିକୃତି

ଗୋପାଳପୁର: ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷ ଛାତ୍ର ତଥା ଇମାଜିକ୍ସ କ୍ଲବ୍ ଛାତ୍ର କେ.ବିଜୟ କୁମାର ରେଡ୍ଡୀ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ପ୍ରତିକୃତିକୁ ଚକ୍ ଖଡ଼ିରେ ତିଆରି କରିଛନ୍ତି । ଏହାର ଉଚ୍ଚତା ଏକ ସେଣ୍ଟିମିଟର ରହିଛି। ଏହାକୁ ସେ ଗୋଟିଏ ଦିନରେ ତିଆରି କରିଛନ୍ତି। ଛାତ୍ର କେ.ବିଜୟ କୁମାର ରେଡ୍ଡୀ ଆଜି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ଭେଟି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।

ଏଥିସହ ପୂର୍ବରୁ ଚକ୍ ଖଡ଼ିରେ ତିଆରି କରିଥିବା ଐତିହର ୭୫ଟିର ଫୋଟ ଚିତ୍ର ପୁସ୍ତକ ସେ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ରାଜ୍ୟପାଳ ତାଙ୍କ କଳାକୃତିକୁ ଉଚ୍ଚ ପ୍ରଶଂସା କରିବା ସହ ମନ୍ କି ବାତରେ ସାମିଲ ହେବାକୁ କହିଥିଲେ। ତାହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି କରି ଦେବାକୁ କହିଥିଲେ। ରାଜ୍ୟପାଳ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିବେ ବୋଲି କହିଥିବା ବିଜୟ କହିଛନ୍ତି। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି ତିଆରି କରି ରାଜ୍ୟପାଳଙ୍କୁ ପ୍ରଦାନ କରିବେ କେ ବିଜୟ କହିଛନ୍ତି । ଏହି ଭଳି କୃତି ପାଇଁ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁ ଓ ମହାବିଦ୍ୟାଳୟ ଇମାଜିକ୍ସ କ୍ଲବ୍ ସଂଯୋଜକ ଡ଼ ସାଗର ମୁର୍ମୁ , ଶୁଭମ୍ ଶ୍ୱାସତ ପୁର୍ଷ୍ଟୀ, ପ୍ରଣମ୍ ପାଣି, ତାପସ ପାଣଗ୍ରାହୀ, ଭଗବାନ ପଣ୍ଡା ଉଚ୍ଚ ପ୍ରଶଂସା କରିବା ସହ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର