ଗଞ୍ଜାମ ମାଟି ଡଃ. ମହାପାତ୍ରଙ୍କ ପାଇଁ ଗର୍ବିତ: ବାଚସ୍ପତି

The Sakala Picture
Published On

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କୁ ଆଜି ପ୍ରେସକ୍ଲବ ବ୍ରହ୍ମପୁର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ପାଇଥିବାରୁ ତାଙ୍କୁ ସମର୍ଦ୍ଧିତ କରାଯାଇଛି । ଏନେଇ ସ୍ଥାନୀୟ ପ୍ରେସକ୍ଳବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୂଳପତି […]

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କୁ ଆଜି ପ୍ରେସକ୍ଲବ ବ୍ରହ୍ମପୁର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ପାଇଥିବାରୁ ତାଙ୍କୁ ସମର୍ଦ୍ଧିତ କରାଯାଇଛି । ଏନେଇ ସ୍ଥାନୀୟ ପ୍ରେସକ୍ଳବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିଲେ ।

ଏହି ଅବସରରେ ଡଃ. ମହାପାତ୍ରଙ୍କୁ ମାନପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ଡ଼ଃ. ମହାପାତ୍ର ୧୯୯୦ ମସିହାରୁ ସମ୍ବାଦିକ କ୍ଷେତ୍ରରେ ପାଦଦେଇଥିଲେ । ବହୁ ଝଡ଼ ଝଞ୍ଜା ଦେଇ ଗତି କରି ନିଜର ନିଷ୍ଠାପର କର୍ତ୍ତବ୍ୟପରାୟଣ ଯୋଗୁଁ ଗୋଟିଏ ପରେ ଗୋଟିଏ ସିଡ଼ି ଦେଇ ଗତି କରିବା ସହ ସମାଜ ପାଇଁ ବଳିଷ୍ଠ ଉଦାହରଣ ପାଲଟିଛନ୍ତି ବୋଲି ଅତିଥି ମାନେ ଏଠାରେ କହିଥିଲେ । ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି “ସମ୍ବାଦ” ଖବରକାଗଜରୁ ନିଜର ଯାତ୍ରା ଆରମ୍ଭ କରିଥିଲେ ଡକ୍ଟର ମହାପାତ୍ର । ପରେ ଦୂରଦର୍ଶନ, ଏନ.ଡ଼ି ଟିଭି, ଷ୍ଟାର ନ୍ୟୁଜ, ଆଜତକ, ୟୁଟିଭି ଭଳି ବୈଦୁତିକ ଗଣମାଧ୍ୟମ ଓ ଆକାଶବାଣୀ ବ୍ରହ୍ମପୁର ଠାରେ ସାମୟିକ ଭାବେ କାର୍ଯ୍ୟକରିଛନ୍ତି । ସମ୍ପ୍ରତି ବ୍ରହ୍ମପୁର ବିଶ୍ୱାବିଦ୍ୟାଳୟର ଅତିଥି ଅଧ୍ୟାପକ ସହ “ସକାଳ” ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଗଂଜାମ ମାଟି ଡକ୍ଟର ମହାପାତ୍ରଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟ ଅତିଥି ଏଠାରେ କହିଥିଲେ ।

ଗବେଷଣା କରିବା କ୍ଷେତ୍ରରେ ତାଙ୍କ ନିଷ୍ଠା, ଚେଷ୍ଟା ଓ ଉଦ୍ୟମ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଛନ୍ତି ବାଚସ୍ପତି । ସେହିଭଳି ବ୍ରହ୍ମପୁର ସହରର ପ୍ରମୁଖ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଓକିଲ ସଂଘ, ଜି.ପି.ସି.ଡ଼ି. ଏ ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବିଲ୍ଡର ସଂଘ, ଗଞ୍ଜାମ ହୋଟେଲ ସଂଘ, ଚାମ୍ବର ଅଫ୍ କମର୍ସ, ଫୋରମ ଫର ଗଞ୍ଜାମ, ସଂକଲ୍ପ ଶିକ୍ଷା ଅନୁଷ୍ଠାନ, ମହାନ ସଂଘ, ବିଜେଡି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା, ଲାୟନ୍ସ କ୍ଲବ, ଇନର ହୁଇଲ, ଏସ.ଏମ୍.ଆଇ.ଟି, ଓଡିଶା ନାଟକ ମହୋତ୍ସବ, କାହ୍ନା ଚାରିଟେବୁଲ ଟ୍ରଷ୍ଟ, ଲବଲି କିନ୍ନର ସଂଘ, ଡକ୍ଟରସ ଫୋରମ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଗଞ୍ଜାମ କଳାକାର ମହାସଂଘ, ପୂର୍ବତନ କର୍ପୋରେଟର ପି. ଆଶା ରାଣୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘର ମୁଖ୍ୟ ଓ ସଦସ୍ୟ ପ୍ରମୁଖ ସଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଏହାସହ ପ୍ରେସକ୍ଲବ ବ୍ରହ୍ମପୁରର ଏକ ୱେବସାଇଟ୍ www.pressclubberhampur.com ଦୁଇ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ପ୍ରେସକ୍ଳବର ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ଚିରଞ୍ଜିତ ରାଜଗୁରୁ, କୋଷାଧ୍ୟକ୍ଷ ନାରାୟଣ ମହାଙ୍କଡ, ଉପସ୍ଥିତ ରହି ମଞ୍ଚ ସଂଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଦାସ, ରବୀନ୍ଦ୍ର ମହାରଣା, ନାଗେଶ୍ୱର ପୃଷ୍ଟି, ସତ୍ୟ ଚେତନ ପରିଡା, କ୍ଷୀରସିନ୍ଧୁ ମହାନ୍ତି, ଉମା ଶଙ୍କର ପାଣିଗ୍ରାହୀ, ସରୋଜ ମହାନ୍ତି, ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା, ବନିତା ବେହେରା, ଚିକୁ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସାମ୍ବାଦିକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ ।

01 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର