୨ ଦିନିଆ ରିମାଣ୍ଡରେ କୋଟିପତି ଗଞ୍ଜେଇ ମାଫିଆ ରଜନୀକାନ୍ତ: ୬ ବ୍ୟାଙ୍କ୍‍ ଆକାଉଣ୍ଟର ଯାଞ୍ଚ ଆରମ୍ଭ, ଆନ୍ତଃରାଜ୍ୟ ଲିଙ୍କ୍‍ ସନ୍ଦେହ!

The Sakala Picture
Published On

ବ୍ରହ୍ମପୁର/ଛତ୍ରପୁର/ଖଲ୍ଲିକୋଟ: ଗଞ୍ଜେଇ ମାଫିଆ ରଜନୀକାନ୍ତ ପଟ୍ଟନାୟକଙ୍କ ଖଲ୍ଲିକୋଟ ଥାନା ଅଧୀନ ଖଜାପଲ୍ଲୀ ଗ୍ରାମସ୍ଥିତ ଘରୁ ଶୁକ୍ରବାର ଗଞ୍ଜାମ ପୁଲିସ ନଗଦ ୭୫ଲକ୍ଷ ଟଙ୍କା ସହ ୮.୫ କିଲୋ ସୁନା ଅଳଙ୍କାର ଏବଂ ୩୪ କିଲୋ ଗଞ୍ଜେଇ ଜବତ କରିଥିଲା। ଏ ନେଇ ଗଞ୍ଜାମ ଏସ୍‍ପି ବ୍ରିଜେଶ ରଏ ଗତକାଲି ହିଁ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ରଜନୀକାନ୍ତଙ୍କ ପୁରା ଇତିହାସ ଯାଞ୍ଚ କରାଯିବ ବୋଲି ଏ ସମୟରେ ଏସ୍‍ପି ସୁରାକ ଦେଇଥିଲେ। ତେବେ ଆଜି […]

ବ୍ରହ୍ମପୁର/ଛତ୍ରପୁର/ଖଲ୍ଲିକୋଟ: ଗଞ୍ଜେଇ ମାଫିଆ ରଜନୀକାନ୍ତ ପଟ୍ଟନାୟକଙ୍କ ଖଲ୍ଲିକୋଟ ଥାନା ଅଧୀନ ଖଜାପଲ୍ଲୀ ଗ୍ରାମସ୍ଥିତ ଘରୁ ଶୁକ୍ରବାର ଗଞ୍ଜାମ ପୁଲିସ ନଗଦ ୭୫ଲକ୍ଷ ଟଙ୍କା ସହ ୮.୫ କିଲୋ ସୁନା ଅଳଙ୍କାର ଏବଂ ୩୪ କିଲୋ ଗଞ୍ଜେଇ ଜବତ କରିଥିଲା। ଏ ନେଇ ଗଞ୍ଜାମ ଏସ୍‍ପି ବ୍ରିଜେଶ ରଏ ଗତକାଲି ହିଁ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ରଜନୀକାନ୍ତଙ୍କ ପୁରା ଇତିହାସ ଯାଞ୍ଚ କରାଯିବ ବୋଲି ଏ ସମୟରେ ଏସ୍‍ପି ସୁରାକ ଦେଇଥିଲେ। ତେବେ ଆଜି ପୁଣି ଗଞ୍ଜାମ ଏସ୍‍ପି ଶ୍ରୀ ରାଏ ଆଉ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ରଜନୀଙ୍କ ପୂର୍ବ ଇତିହାସକୁ ପୁଲିସ ଖୋଳତାଡ୍‍ କରୁଥିବା ସୂଚନା ଦେଇଛନ୍ତି। ଶୁକ୍ରବାର ରଜନୀକାନ୍ତକୁ ଗିରଫ କରି ଗଞ୍ଜାମ ପୁଲିସ କୋର୍ଟଚାଲାଣ କରିଥିଲା। ଅଧିକ ତଥ୍ୟ ଆଦାୟ ପାଇଁ ରଜନୀକାନ୍ତଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିଥିଲା। ହେଲେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀନିବାସ ପ୍ରତିହାରୀ ୨ଦିନଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ରିମାଣ୍ଡରେ ଆଣିବା ପରେ ଖଲ୍ଲିକୋଟ ପୁଲିସ ତାଙ୍କୁ ବିଭିନ୍ନ ଦିଗରୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଛି। ରଜନୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ମଧ୍ୟ ପୁଲିସ ଜେରା କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ରଜନୀକାନ୍ତ ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ବ୍ୟବସାୟ ଚଲାଇ ଆସୁଥିବା ବେଳେ ସେହି ଅଞ୍ଚଳରେ ନିଜର ପତିଆରା ଜାହିର କରି ରଖିଥିଲେ। ହେଲେ ତାକୁ ପୁଲିସ କେବେ ଧରିବାରେ ସଫଳ ହୋଇନଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ରଜନୀକୁ ଧରିବା ପରେ ତାଙ୍କ ବିଶାଳ ସାମ୍ରାଜ୍ୟ ବିଷୟରେ ଜାଣିବାକୁ ପାଇଛି। ରଜନୀଙ୍କୁ ଗଞ୍ଜେଇ ଲିଙ୍କ୍‍ ବିଷୟରେ ପୁଲିସ ଖୋଳତାଡ଼୍‍ କରିବା ବେଳେ କନ୍ଧମାଳ ଜିଲ୍ଲାର କେତେକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସହ ରଜନୀର ସମ୍ପର୍କ ଥିବା ପୁଲିସ ଜାଣିବାକୁ ପାଇଛି। ଏ ନେଇ ପୁଲିସର ଏକ ଟିମ୍‍ କନ୍ଧମାଳ ଯିବବୋଲି ଜଣାପଡ଼ିଛି। ରଜନୀ କେବଳ ଗଞ୍ଜେଇ ନୁହେଁ ଅଫିମ୍‍ କାରବାର ମଧ୍ୟ ବେଶ୍‍ ୨୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କରୁଥିଲା।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

ଏହି ୧୫/୨୦ ବର୍ଷ ମଧ୍ୟରେ ରଜନୀ ଅମାପ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଉକ୍ତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରି ତାଲିକା ପ୍ରସ୍ତୁତ କରୁଛି ପୁଲିସ। ବିଭିନ୍ନ ଘରୋଇ ବ୍ୟାଙ୍କ୍‍ ସହ ପ୍ରାୟ ୬ଟି ବ୍ୟାଙ୍କ୍‍ ଆକାଉନ୍ଟକୁ ପୁଲିସ ଜବତ କରି ଖୋଳତାଡ଼ କରୁଛି। ଅନ୍ୟଏକ ଟିମ୍‍ ଭୁବନେଶ୍ୱର ଯାଇ ସେଠାରେ ଖୋଳତାଡ଼ ଆରମ୍ଭ କରିଛି। କନ୍ଧମାଳ ଜିଲ୍ଲାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସହ ରଜନୀଙ୍କ ସମ୍ପର୍କ ରହିଥିଲେ ମଧ୍ୟ ବାହାର ରାଜ୍ୟ ଏବଂ ବାହାର ଜିଲ୍ଲାକୁ ରଜନୀ ଗଞ୍ଜେଇ ଚୋରାଚାଲାଣ କରି ବେଶ୍‍ ଟଙ୍କା ଉପାର୍ଜନ କରିଛନ୍ତି। ତେବେ ଦୀର୍ଘବର୍ଷ ଧରି ରଜନୀ ଏହି ସାମ୍ରଜ୍ୟ କିପରି ଚଲାଉଥିଲେ ଏବଂ ଏଥିରେ ତାଙ୍କୁ କିଏ କିଏ ସହଯୋଗ କରୁଥିଲା ସେ ନେଇ ପୁଲିସ ଛାନ୍‍ବିନ୍‍ କରୁଛି। ବର୍ତ୍ତମାନ ରଜନୀଙ୍କ ବ୍ୟାଙ୍କ୍‍ ଆକାଉନ୍ଟ ଗୁଡ଼ିକ ଫ୍ରିଜ୍‍ କରିବା ପାଇଁ ପୁଲିସ ପ୍ରତି ବ୍ୟାଙ୍କକୁ ଲିଖିତ ଜଣାଇ ଥିବା କହିଛନ୍ତି ଏସ୍‍ପି। ଗଞ୍ଜେଇ ଓ ଅଫିମ ବ୍ୟବସାୟ ସହ ସ୍ଥାନୀୟ ଏବଂ ପରିଚିତ ଲୋକଙ୍କୁ ରଜନୀକାନ୍ତ ସୁନା ବନ୍ଧକ ରଖି ଟଙ୍କା ବେଆଇନ ଭାବେ ଟଙ୍କା ଋଣରେ ଦେଉଥିଲେ। ରଜନୀଙ୍କୁ ଦୁଇଦିନଆ ରିମାଣ୍ଡରେ ବିଭିନ୍ନ ପ୍ରଶ୍ନ ପାଚାରୁଛି। ରଜନୀଙ୍କ ଠାରୁ ପୁଲିସ କେତେକ ଗଞ୍ଜେଇ ମାଫିଆଙ୍କ ନାମ ମଧ୍ୟ ଜାଣିବାକୁ ପାଇଛି। ସେମାନଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୂକ୍ତ କରିବା ନେଇ ଜଣାପଡ଼ିଛି। ଅତିରିକ୍ତ ଏସ୍‍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ ରଜନୀଙ୍କ ପୁରା ଇତିହାସ ଖୋଜି ବାହାର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‍ପି ସୂଚନା ସେଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

23 Oct 2021 By The Sakala

୨ ଦିନିଆ ରିମାଣ୍ଡରେ କୋଟିପତି ଗଞ୍ଜେଇ ମାଫିଆ ରଜନୀକାନ୍ତ: ୬ ବ୍ୟାଙ୍କ୍‍ ଆକାଉଣ୍ଟର ଯାଞ୍ଚ ଆରମ୍ଭ, ଆନ୍ତଃରାଜ୍ୟ ଲିଙ୍କ୍‍ ସନ୍ଦେହ!

ବ୍ରହ୍ମପୁର/ଛତ୍ରପୁର/ଖଲ୍ଲିକୋଟ: ଗଞ୍ଜେଇ ମାଫିଆ ରଜନୀକାନ୍ତ ପଟ୍ଟନାୟକଙ୍କ ଖଲ୍ଲିକୋଟ ଥାନା ଅଧୀନ ଖଜାପଲ୍ଲୀ ଗ୍ରାମସ୍ଥିତ ଘରୁ ଶୁକ୍ରବାର ଗଞ୍ଜାମ ପୁଲିସ ନଗଦ ୭୫ଲକ୍ଷ ଟଙ୍କା ସହ ୮.୫ କିଲୋ ସୁନା ଅଳଙ୍କାର ଏବଂ ୩୪ କିଲୋ ଗଞ୍ଜେଇ ଜବତ କରିଥିଲା। ଏ ନେଇ ଗଞ୍ଜାମ ଏସ୍‍ପି ବ୍ରିଜେଶ ରଏ ଗତକାଲି ହିଁ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ରଜନୀକାନ୍ତଙ୍କ ପୁରା ଇତିହାସ ଯାଞ୍ଚ କରାଯିବ ବୋଲି ଏ ସମୟରେ ଏସ୍‍ପି ସୁରାକ ଦେଇଥିଲେ। ତେବେ ଆଜି ପୁଣି ଗଞ୍ଜାମ ଏସ୍‍ପି ଶ୍ରୀ ରାଏ ଆଉ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ରଜନୀଙ୍କ ପୂର୍ବ ଇତିହାସକୁ ପୁଲିସ ଖୋଳତାଡ୍‍ କରୁଥିବା ସୂଚନା ଦେଇଛନ୍ତି। ଶୁକ୍ରବାର ରଜନୀକାନ୍ତକୁ ଗିରଫ କରି ଗଞ୍ଜାମ ପୁଲିସ କୋର୍ଟଚାଲାଣ କରିଥିଲା। ଅଧିକ ତଥ୍ୟ ଆଦାୟ ପାଇଁ ରଜନୀକାନ୍ତଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିଥିଲା। ହେଲେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀନିବାସ ପ୍ରତିହାରୀ ୨ଦିନଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ରିମାଣ୍ଡରେ ଆଣିବା ପରେ ଖଲ୍ଲିକୋଟ ପୁଲିସ ତାଙ୍କୁ ବିଭିନ୍ନ ଦିଗରୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଛି। ରଜନୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ମଧ୍ୟ ପୁଲିସ ଜେରା କରିଛି।

ରଜନୀକାନ୍ତ ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ବ୍ୟବସାୟ ଚଲାଇ ଆସୁଥିବା ବେଳେ ସେହି ଅଞ୍ଚଳରେ ନିଜର ପତିଆରା ଜାହିର କରି ରଖିଥିଲେ। ହେଲେ ତାକୁ ପୁଲିସ କେବେ ଧରିବାରେ ସଫଳ ହୋଇନଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ରଜନୀକୁ ଧରିବା ପରେ ତାଙ୍କ ବିଶାଳ ସାମ୍ରାଜ୍ୟ ବିଷୟରେ ଜାଣିବାକୁ ପାଇଛି। ରଜନୀଙ୍କୁ ଗଞ୍ଜେଇ ଲିଙ୍କ୍‍ ବିଷୟରେ ପୁଲିସ ଖୋଳତାଡ଼୍‍ କରିବା ବେଳେ କନ୍ଧମାଳ ଜିଲ୍ଲାର କେତେକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସହ ରଜନୀର ସମ୍ପର୍କ ଥିବା ପୁଲିସ ଜାଣିବାକୁ ପାଇଛି। ଏ ନେଇ ପୁଲିସର ଏକ ଟିମ୍‍ କନ୍ଧମାଳ ଯିବବୋଲି ଜଣାପଡ଼ିଛି। ରଜନୀ କେବଳ ଗଞ୍ଜେଇ ନୁହେଁ ଅଫିମ୍‍ କାରବାର ମଧ୍ୟ ବେଶ୍‍ ୨୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କରୁଥିଲା।

ଏହି ୧୫/୨୦ ବର୍ଷ ମଧ୍ୟରେ ରଜନୀ ଅମାପ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଉକ୍ତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରି ତାଲିକା ପ୍ରସ୍ତୁତ କରୁଛି ପୁଲିସ। ବିଭିନ୍ନ ଘରୋଇ ବ୍ୟାଙ୍କ୍‍ ସହ ପ୍ରାୟ ୬ଟି ବ୍ୟାଙ୍କ୍‍ ଆକାଉନ୍ଟକୁ ପୁଲିସ ଜବତ କରି ଖୋଳତାଡ଼ କରୁଛି। ଅନ୍ୟଏକ ଟିମ୍‍ ଭୁବନେଶ୍ୱର ଯାଇ ସେଠାରେ ଖୋଳତାଡ଼ ଆରମ୍ଭ କରିଛି। କନ୍ଧମାଳ ଜିଲ୍ଲାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସହ ରଜନୀଙ୍କ ସମ୍ପର୍କ ରହିଥିଲେ ମଧ୍ୟ ବାହାର ରାଜ୍ୟ ଏବଂ ବାହାର ଜିଲ୍ଲାକୁ ରଜନୀ ଗଞ୍ଜେଇ ଚୋରାଚାଲାଣ କରି ବେଶ୍‍ ଟଙ୍କା ଉପାର୍ଜନ କରିଛନ୍ତି। ତେବେ ଦୀର୍ଘବର୍ଷ ଧରି ରଜନୀ ଏହି ସାମ୍ରଜ୍ୟ କିପରି ଚଲାଉଥିଲେ ଏବଂ ଏଥିରେ ତାଙ୍କୁ କିଏ କିଏ ସହଯୋଗ କରୁଥିଲା ସେ ନେଇ ପୁଲିସ ଛାନ୍‍ବିନ୍‍ କରୁଛି। ବର୍ତ୍ତମାନ ରଜନୀଙ୍କ ବ୍ୟାଙ୍କ୍‍ ଆକାଉନ୍ଟ ଗୁଡ଼ିକ ଫ୍ରିଜ୍‍ କରିବା ପାଇଁ ପୁଲିସ ପ୍ରତି ବ୍ୟାଙ୍କକୁ ଲିଖିତ ଜଣାଇ ଥିବା କହିଛନ୍ତି ଏସ୍‍ପି। ଗଞ୍ଜେଇ ଓ ଅଫିମ ବ୍ୟବସାୟ ସହ ସ୍ଥାନୀୟ ଏବଂ ପରିଚିତ ଲୋକଙ୍କୁ ରଜନୀକାନ୍ତ ସୁନା ବନ୍ଧକ ରଖି ଟଙ୍କା ବେଆଇନ ଭାବେ ଟଙ୍କା ଋଣରେ ଦେଉଥିଲେ। ରଜନୀଙ୍କୁ ଦୁଇଦିନଆ ରିମାଣ୍ଡରେ ବିଭିନ୍ନ ପ୍ରଶ୍ନ ପାଚାରୁଛି। ରଜନୀଙ୍କ ଠାରୁ ପୁଲିସ କେତେକ ଗଞ୍ଜେଇ ମାଫିଆଙ୍କ ନାମ ମଧ୍ୟ ଜାଣିବାକୁ ପାଇଛି। ସେମାନଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୂକ୍ତ କରିବା ନେଇ ଜଣାପଡ଼ିଛି। ଅତିରିକ୍ତ ଏସ୍‍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ ରଜନୀଙ୍କ ପୁରା ଇତିହାସ ଖୋଜି ବାହାର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‍ପି ସୂଚନା ସେଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର