ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ
ବାଲେଶ୍ବର: ଟ୍ରେନରେ କଟି ଦୁଇ ମହିଳାଙ୍କ ମୃତ୍ୟୁ। ବାଲେଶ୍ବର ଜିଲ୍ଲା ବସ୍ତା ରେଳ ଷ୍ଟେସନ୍ ନିକଟରେ ଅଘଟଣ। ମୃତ ମହିଳା ଦ୍ୱୟଙ୍କ ପରିଚୟ ମିଳିନଥିବା ବେଳେ ପାଖାପାଖି ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ରେଳ ଧାରଣା ପାରି ହେଉଥିବା ସମୟରେ ଦ୍ରୁତଗାମୀ ଟ୍ରେନରେ ପିଟି ହୋଇ ଶରୀରରୁ ଗୋଡ ଅଲଗା ହୋଇଯିବା ସହ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ପୁରୀରୁ କଲିକତା ଡାଉନ୍ ଲାଇନ୍ ର ପ୍ଲାଟଫର୍ମ ଶେଷ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ଖବର ପାଇ ଜିଆର୍ପି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।






