ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

Madhusudan Das Picture
Published On

ବାରିପଦା:  ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ। ଯୁବକ ଓ ଦୁଇ ପିଲାର ମା'ଙ୍କୁ ବାନ୍ଧି ଅକଥନୀୟ ଅତ୍ୟାଚାର; ଭିଡିଓ ଭାଇରାଲ ପରେ ଦୁଇଦିନ ପରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୁଲିସକୁ ଜିମାରେ ଦେଲେ ଗ୍ରାମବାସୀ। ସାରସକଣା ବ୍ଲକ ଯୋକା ପଞ୍ଚାୟତରେ କଙ୍ଗାରୁ କୋର୍ଟର ଏକ ବର୍ବର ଚିତ୍ର ସାମ୍ନାକୁ ଆସିଛି, ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ମିଳିଥିବା ସୂଚନା ଅନୁସାରେ, ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ଦୁଇଟି ସନ୍ତାନ ଥିବା ବିବାହିତା ମହିଳାଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଉଭୟ ଭେଟାଭେଟି ହେଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଗଛରେ ଦଉଡ଼ି ବାନ୍ଧି ଅଟକ ରଖିଥିଲେ ଏବଂ ଗ୍ରାମ ମୁଖିଆ ତଥା ପାରମ୍ପରିକ ମାଝିମାନଙ୍କୁ ଡାକି କଙ୍ଗାରୁ କୋର୍ଟ ବସାଇ ଜେରା କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲେ। ଦୀର୍ଘ ଦୁଇ ଦିନ ଧରି ସେମାନଙ୍କୁ ଏଭଳି ଅଟକ ରଖାଯାଇଥିବା ବେଳେ, ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ ରେକର୍ଡ କରି ଭାଇରାଲ କରିଦେବା ପରେ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ଗ୍ରାମବାସୀ ଦୁଇଦିନ ପରେ ଉଭୟଙ୍କୁ ଝାରପୋଖରିଆ ପୁଲିସ ଜିମାରେ ଦେଇଛନ୍ତି। ଅନ୍ୟପଟେ ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେବା ସହ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ବସାଇ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର