କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ, ଡ୍ରାଇଭର ଫେରାର

Madhusudan Das Picture
Published On

କେନ୍ଦୁଝର: ଟ୍ରକ୍ ଧକ୍କାରେ ଚାଲିଗଲା ଦମ୍ପତି ଜୀବନ । କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଧୂରପଦା ନିକଟରେ  ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଦ୍ରୁତଗାମୀ ଟ୍ରକ୍ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦମ୍ପତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ କେନ୍ଦୁଝର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଫେରାର ଟ୍ରକ୍‌କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଦମ୍ପତି ଏକ ବାଇକ୍ ଯୋଗେ ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ବାଇକ୍ ଆରୋହୀ ଟ୍ରକ୍ ତଳକୁ ଚାଲିଯାଇଥିଲେ। ଦୁର୍ଘଟଣା ପରେ ମହିଳା ଜଣକ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଟ୍ରକ୍ ସହିତ ଘୋଷାଡ଼ି ହୋଇ ଯାଇଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ କେନ୍ଦୁଝର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି। ଏହା ସହିତ ଫେରାର ଥିବା ଡ୍ରାଇଭର ଏବଂ ଟ୍ରକ୍‌କୁ ଚିହ୍ନଟ କରି ଧରିବା ପାଇଁ ପୋଲିସ ପକ୍ଷରୁ ଛାନ୍‌ଭିନ୍ ଜାରି ରହିଛି।

ଆହୁରି ପଢ଼ନ୍ତୁ:  କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର