ମୁର୍ମୁଷୁ ଅବସ୍ଥାରେ ଜନବସତିକୁ ପଶି ଆସିଥିବା ହରିଣ ଛୁଆର ମୃତ୍ଯୁ, ମୃତ୍ୟୁର କାରଣ ଅସ୍ପଷ୍ଟ

The Sakala Picture
Published On

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଗଡ଼ସାମନ୍ତରାପୁର ଗ୍ରାମ ଯାଦବ କୁଳ କୋଠଘର ପଛପଟ ପଡ଼ିଆକୁ ଗୁରୁବାର ରାତି ପ୍ରାୟ ସାଢେ ୭ଟାରେ ଏକ ହରିଣ ଛୁଆର ମୃତଦେହ ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। ହରିଣ ଛୁଆଟି ସନ୍ଧ୍ୟା ପ୍ରାୟ ୬ଟାରେ ନିକଟ ଜଙ୍ଗଲରୁ ଜନବସତିକୁ ପଶି ଆସିଥିଲା। ବୁଲା କୁକୁର ଦଳ ହରିଣକୁ ଗୋଡାଇବାରୁ ପ୍ରାଣ ବିକଳରେ ଗାଁ ଭିତରେ ଏଣେ ତେଣେ ଦୌଡିଥିଲା। ପରେ ଯାଦବ କୁଳ କୋଠଘର ବାରିପଟେ ଥିବା ପଡ଼ିଆରେ […]

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଗଡ଼ସାମନ୍ତରାପୁର ଗ୍ରାମ ଯାଦବ କୁଳ କୋଠଘର ପଛପଟ ପଡ଼ିଆକୁ ଗୁରୁବାର ରାତି ପ୍ରାୟ ସାଢେ ୭ଟାରେ ଏକ ହରିଣ ଛୁଆର ମୃତଦେହ ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। ହରିଣ ଛୁଆଟି ସନ୍ଧ୍ୟା ପ୍ରାୟ ୬ଟାରେ ନିକଟ ଜଙ୍ଗଲରୁ ଜନବସତିକୁ ପଶି ଆସିଥିଲା। ବୁଲା କୁକୁର ଦଳ ହରିଣକୁ ଗୋଡାଇବାରୁ ପ୍ରାଣ ବିକଳରେ ଗାଁ ଭିତରେ ଏଣେ ତେଣେ ଦୌଡିଥିଲା। ପରେ ଯାଦବ କୁଳ କୋଠଘର ବାରିପଟେ ଥିବା ପଡ଼ିଆରେ ପଡ଼ି ଛଟପଟ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର, ରାମହରି ଗୌଡ, ବିନୋଦ ଗୌଡ, ଶ୍ୟାମଘନ ଗୌଡ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ସୂଚନା ଦେବାସହ ମୁର୍ମୁଷୁ ଅବସ୍ଥାରେ ଛଟପଟ ହେଉଥିବା ହରିଣକୁ ପାଣି ଦେଇ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କିଛିକ୍ଷଣ ମଧ୍ୟରେ ହରିଣଟି ମୃତ୍ୟୁବରଣ କରିଥିଲା। ଦି

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଗପହଣ୍ଡି ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ମୂରଲୀଧର ନାୟକ, ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନା, ସୁଶୀଳ କୁମାର ପଣ୍ଡା, ସନ୍ତୋଷ ଗୌଡ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଜବତ କରି ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଶୁକ୍ରବାର ସକାଳେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବ ବୋଲି ରେଞ୍ଜର ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ଅପରପକ୍ଷରେ ଗଞ୍ଜାମ-ଗଜପତି ସୀମାନ୍ତ ପୁରୁଣା ପାଣି, ତରଭଙ୍ଗ, ମହୁଲପଡ଼ା, ଗଡ଼ସାମନ୍ତରାପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଜାଣତରେ ଅବାଧ ପ୍ରାଣୀ ଶିକାର ବଢ଼଼ି ଚାଲିଛି। ଗତ କିଛି ବର୍ଷ ବ୍ୟବଧାନରେ ଜଙ୍ଗଲରୁ ବହୁ ସଂଖ୍ୟକ ବିରଳ ପ୍ରଜାତିର ଅନେକ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ବନ ବିଭାଗ ଜବତ କରିଥିବା ହରିଣର ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିବାରୁ ଶିକାରୀମାନେ ଅଭିନବ ଢଙ୍ଗରେ ବିଷ ପ୍ରୟୋଗ କରି ବନ୍ୟଜନ୍ତୁମାନଙ୍କୁ ଶିକାର କରୁଥିବା ସ୍ଥାନୀୟ ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ରେଞ୍ଜରଙ୍କ ସହ ଯୋଗାଯୋଗା କରିବାରେ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଏଥିସହ ଗାଁ ଲୋକଙ୍କ ଅଭିଯୋଗ ନିରାଧାର ଓ ଅସତ୍ୟ ବୋଲି କହିଛନ୍ତି। ସେହିପରି ବ୍ୟବଚ୍ଛେଦ ପରେ ହିଁ ହରିଣର ବୟସ ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦିଗପହଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଆଶିଷ କୁମାର ଦୋରା କହିଛନ୍ତି।

15 Jul 2021 By The Sakala

ମୁର୍ମୁଷୁ ଅବସ୍ଥାରେ ଜନବସତିକୁ ପଶି ଆସିଥିବା ହରିଣ ଛୁଆର ମୃତ୍ଯୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଗଡ଼ସାମନ୍ତରାପୁର ଗ୍ରାମ ଯାଦବ କୁଳ କୋଠଘର ପଛପଟ ପଡ଼ିଆକୁ ଗୁରୁବାର ରାତି ପ୍ରାୟ ସାଢେ ୭ଟାରେ ଏକ ହରିଣ ଛୁଆର ମୃତଦେହ ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। ହରିଣ ଛୁଆଟି ସନ୍ଧ୍ୟା ପ୍ରାୟ ୬ଟାରେ ନିକଟ ଜଙ୍ଗଲରୁ ଜନବସତିକୁ ପଶି ଆସିଥିଲା। ବୁଲା କୁକୁର ଦଳ ହରିଣକୁ ଗୋଡାଇବାରୁ ପ୍ରାଣ ବିକଳରେ ଗାଁ ଭିତରେ ଏଣେ ତେଣେ ଦୌଡିଥିଲା। ପରେ ଯାଦବ କୁଳ କୋଠଘର ବାରିପଟେ ଥିବା ପଡ଼ିଆରେ ପଡ଼ି ଛଟପଟ ହୋଇଥିଲା।

ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର, ରାମହରି ଗୌଡ, ବିନୋଦ ଗୌଡ, ଶ୍ୟାମଘନ ଗୌଡ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ସୂଚନା ଦେବାସହ ମୁର୍ମୁଷୁ ଅବସ୍ଥାରେ ଛଟପଟ ହେଉଥିବା ହରିଣକୁ ପାଣି ଦେଇ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କିଛିକ୍ଷଣ ମଧ୍ୟରେ ହରିଣଟି ମୃତ୍ୟୁବରଣ କରିଥିଲା। ଦି

ଗପହଣ୍ଡି ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ମୂରଲୀଧର ନାୟକ, ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନା, ସୁଶୀଳ କୁମାର ପଣ୍ଡା, ସନ୍ତୋଷ ଗୌଡ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଜବତ କରି ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଶୁକ୍ରବାର ସକାଳେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବ ବୋଲି ରେଞ୍ଜର ଜଣାଇଛନ୍ତି।

ଅପରପକ୍ଷରେ ଗଞ୍ଜାମ-ଗଜପତି ସୀମାନ୍ତ ପୁରୁଣା ପାଣି, ତରଭଙ୍ଗ, ମହୁଲପଡ଼ା, ଗଡ଼ସାମନ୍ତରାପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଜାଣତରେ ଅବାଧ ପ୍ରାଣୀ ଶିକାର ବଢ଼଼ି ଚାଲିଛି। ଗତ କିଛି ବର୍ଷ ବ୍ୟବଧାନରେ ଜଙ୍ଗଲରୁ ବହୁ ସଂଖ୍ୟକ ବିରଳ ପ୍ରଜାତିର ଅନେକ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ବନ ବିଭାଗ ଜବତ କରିଥିବା ହରିଣର ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିବାରୁ ଶିକାରୀମାନେ ଅଭିନବ ଢଙ୍ଗରେ ବିଷ ପ୍ରୟୋଗ କରି ବନ୍ୟଜନ୍ତୁମାନଙ୍କୁ ଶିକାର କରୁଥିବା ସ୍ଥାନୀୟ ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ରେଞ୍ଜରଙ୍କ ସହ ଯୋଗାଯୋଗା କରିବାରେ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଏଥିସହ ଗାଁ ଲୋକଙ୍କ ଅଭିଯୋଗ ନିରାଧାର ଓ ଅସତ୍ୟ ବୋଲି କହିଛନ୍ତି। ସେହିପରି ବ୍ୟବଚ୍ଛେଦ ପରେ ହିଁ ହରିଣର ବୟସ ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦିଗପହଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଆଶିଷ କୁମାର ଦୋରା କହିଛନ୍ତି।

https://www.thesakala.in/latest-odisha-news/ganjam/death-of-a-deer-calf/article-3797
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର