ରାଜ୍ୟରେ ହେବ ୪ ନୂଆ ତହସିଲ, ଭୁବନେଶ୍ବରରେ ଆଉ ୨ ଟି...

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଟି ନୂଆ ତହସିଲ୍‌ ପ୍ରତିଷ୍ଠା ହେବ। ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁର ତହସିଲକୁ ବିଭକ୍ତ କରାଯାଇ ଏହି ନୂତନ ତହସିଲ୍‌ ସୃଷ୍ଟି କରାଯିବ। ଭୁବନେଶ୍ୱର ତହସିଲକୁ ବିଭକ୍ତ କରାଯାଇ ଆଉ ୨ ଟି ନୂଆ ତହସିଲ୍‌ ଖୋଲିବା ସହ କଟକ ଏବଂ ସମ୍ୱଲପୁର ପାଇଁ ଆଉ ଗୋଟିଏ ଲେଖାଏଁ ନୂଆ ତହସିଲ୍‌ ପ୍ରତିଷ୍ଠା ହେବ। ବର୍ତ୍ତମାନ ଏହି ତହସିଲ୍‌ଗୁଡ଼ିକ ମହାନଗର ନିଗମ ଅଧିନରେ ଆସୁଛି। ମାତ୍ର ଏହି ତହସିଲ୍‌ଗୁଡ଼ିକର ଅଞ୍ଚଳ ପରିସୀମା, ଜନସଂଖ୍ୟା ଘନତ୍ୱ ବୃଦ୍ଧି ହେଉଛି। ଏଥିପାଇଁ ଅଞ୍ଚଳଗୁଡ଼ିକରେ ଜନସେବା ପ୍ରଦାନରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଉପରୋକ୍ତ ଦିଗକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ପକ୍ଷରୁ ଏହି ତହସିଲଗୁଡ଼ିକୁ ବିଭକ୍ତ କରି ୪ ଟି ନୂଆ ତହସିଲ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ

ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏହି ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇନୂତନ ତହସିଲ ସୃଷ୍ଟି ପାଇଁ ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ଏଥିରେ ଉପଯୁକ୍ତ ଯଥାର୍ଥତା ସହିତ ନୂତନ ତହସିଲର ପ୍ରସ୍ତାବିତ ସ୍ଥାନ ସହିତ, ଆର୍‌ଆଇ ସର୍କଲ ଏବଂ ଗ୍ରାମଗୁଡ଼ିକର ନାମ ସେମାନଙ୍କର ସମ୍ପୃକ୍ତ ପୋଷ୍ଟ ଆଦି ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଏହି ପ୍ରସ୍ତାବରେ ନିର୍ବାଚିତ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି ଜନସାଧାରଣଙ୍କ ପାଇଁ ଭୌଗୋଳିକ ନିକଟତା ଏବଂ ପ୍ରଶାସନିକ ସେବା ପ୍ରଦାନର ସୁବିଧାକୁ ଧ୍ୟାନ ଦେବାକୁ କୁହାଯାଇଛି। ଏହାସହିତ ପ୍ରସ୍ତାବିତ ତହସିଲ ପାଇଁ କର୍ମଚାରୀଙ୍କ ଆବଶ୍ୟକତା, ଆର୍ଥିକ ପ୍ରଭାବ ମତାମତ ସହିତ  ୭ ଦିନ ମଧ୍ୟରେ ସମ୍ପୃକ୍ତ ଆରଡିସି ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

19 Nov 2025 By Deviprasad Mohanty

ରାଜ୍ୟରେ ହେବ ୪ ନୂଆ ତହସିଲ, ଭୁବନେଶ୍ବରରେ ଆଉ ୨ ଟି...

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଟି ନୂଆ ତହସିଲ୍‌ ପ୍ରତିଷ୍ଠା ହେବ। ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁର ତହସିଲକୁ ବିଭକ୍ତ କରାଯାଇ ଏହି ନୂତନ ତହସିଲ୍‌ ସୃଷ୍ଟି କରାଯିବ। ଭୁବନେଶ୍ୱର ତହସିଲକୁ ବିଭକ୍ତ କରାଯାଇ ଆଉ ୨ ଟି ନୂଆ ତହସିଲ୍‌ ଖୋଲିବା ସହ କଟକ ଏବଂ ସମ୍ୱଲପୁର ପାଇଁ ଆଉ ଗୋଟିଏ ଲେଖାଏଁ ନୂଆ ତହସିଲ୍‌ ପ୍ରତିଷ୍ଠା ହେବ। ବର୍ତ୍ତମାନ ଏହି ତହସିଲ୍‌ଗୁଡ଼ିକ ମହାନଗର ନିଗମ ଅଧିନରେ ଆସୁଛି। ମାତ୍ର ଏହି ତହସିଲ୍‌ଗୁଡ଼ିକର ଅଞ୍ଚଳ ପରିସୀମା, ଜନସଂଖ୍ୟା ଘନତ୍ୱ ବୃଦ୍ଧି ହେଉଛି। ଏଥିପାଇଁ ଅଞ୍ଚଳଗୁଡ଼ିକରେ ଜନସେବା ପ୍ରଦାନରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଉପରୋକ୍ତ ଦିଗକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ପକ୍ଷରୁ ଏହି ତହସିଲଗୁଡ଼ିକୁ ବିଭକ୍ତ କରି ୪ ଟି ନୂଆ ତହସିଲ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏହି ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇନୂତନ ତହସିଲ ସୃଷ୍ଟି ପାଇଁ ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ଏଥିରେ ଉପଯୁକ୍ତ ଯଥାର୍ଥତା ସହିତ ନୂତନ ତହସିଲର ପ୍ରସ୍ତାବିତ ସ୍ଥାନ ସହିତ, ଆର୍‌ଆଇ ସର୍କଲ ଏବଂ ଗ୍ରାମଗୁଡ଼ିକର ନାମ ସେମାନଙ୍କର ସମ୍ପୃକ୍ତ ପୋଷ୍ଟ ଆଦି ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଏହି ପ୍ରସ୍ତାବରେ ନିର୍ବାଚିତ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି ଜନସାଧାରଣଙ୍କ ପାଇଁ ଭୌଗୋଳିକ ନିକଟତା ଏବଂ ପ୍ରଶାସନିକ ସେବା ପ୍ରଦାନର ସୁବିଧାକୁ ଧ୍ୟାନ ଦେବାକୁ କୁହାଯାଇଛି। ଏହାସହିତ ପ୍ରସ୍ତାବିତ ତହସିଲ ପାଇଁ କର୍ମଚାରୀଙ୍କ ଆବଶ୍ୟକତା, ଆର୍ଥିକ ପ୍ରଭାବ ମତାମତ ସହିତ  ୭ ଦିନ ମଧ୍ୟରେ ସମ୍ପୃକ୍ତ ଆରଡିସି ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର