ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

Sakala Desk Picture
Published On

ଭୁବନେଶ୍ୱର: ହାଇଦ୍ରାବାଦ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ଏନଏସଟିଆଇ) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ସେଠାରେ ଚାଲୁଥିବା ଦକ୍ଷତା ବିକାଶ ପଦକ୍ଷେପ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ବିଦ୍ୟାନଗର ସ୍ଥିତ ଏନଏସଟିଆଇ ପରିସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଡି. ସୁଧାକର ଗଣମାଧ୍ୟମ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେ ଅନୁଷ୍ଠାନର ୧୯୬୩ ମସିହାରୁ ଆରମ୍ଭ ହୋଇଥିବା ଗୌରବମୟ ଯାତ୍ରା ଏବଂ ଦେଶର ଦକ୍ଷ ମାନବସମ୍ବଳ ଗଠନରେ ଏହାର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏନଏସଟିଆଇ ହାଇଦ୍ରାବାଦ ବର୍ତ୍ତମାନ ତିନୋଟି ପ୍ରମୁଖ ଶାଖା ମାଧ୍ୟମରେ କାର୍ଯ୍ୟ କରୁଛି, ଯେଉଁଥିରେ ମାନୁଫାକଚରିଂ, ମହିଳା ସଶକ୍ତିକରଣ ଏବଂ ଆଇଟି  କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଯୁଗ୍ମ ନିର୍ଦ୍ଦେଶକ କହିଥିଲେ ଯେ, ଏଠାରେ କ୍ରାଫ୍ଟ ଇନଷ୍ଟ୍ରକ୍ଟର ଟ୍ରେନିଂ ସ୍କିମ୍ (ସିଆଇଟିଏସ) ଏବଂ କ୍ରାଫ୍ଟସମ୍ୟାନ୍ ଟ୍ରେନିଂ ସ୍କିମ୍ (ସିଟିଏସ) ଭଳି ପାଠ୍ୟକ୍ରମ ପରିଚାଳିତ ହେଉଛି। ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହେଭି ମେସିନାରୀ ଭଳି ପାରମ୍ପରିକ ଟ୍ରେଡ୍ ସହିତ ନୂତନ ଯୁଗର କୋର୍ସଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରାୟୋଗିକ ପ୍ରଶିକ୍ଷଣ ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଜଡ଼ିତ ହେବା ସହ ଷ୍ଟାଇପେଣ୍ଡ ପାଇବାର ସୁଯୋଗ ମଧ୍ୟ ପାଉଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଯୁବ ଛାତ୍ରଛାତ୍ରୀ, ବିଶେଷକରି ଯୁବତୀମାନଙ୍କ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହିଳା ପ୍ରଶିକ୍ଷଣ ଅନୁଷ୍ଠାନରେ ପୋଷାକ ଡିଜାଇନ୍ ଓ ଟେଲରିଂ, ସ୍ମାର୍ଟ କୃଷି ପ୍ରଣାଳୀ ସହ ବିଭିନ୍ନ ଦକ୍ଷତାଭିତ୍ତିକ କୋର୍ସ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବତୀମାନଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ସହ ସ୍ୱୟଂରୋଜଗାର ଓ ଉଦ୍ୟୋଗୀତା ପ୍ରତି ଉତ୍ସାହିତ କରୁଛି।

ସେହିପରି ଆଞ୍ଚଳିକ ଦକ୍ଷତା ବିକାଶ ଓ ଉଦ୍ୟୋଗ ନିର୍ଦ୍ଦେଶାଳୟ  ସହ ମିଳିତ ଭାବେ ଅନୁଷ୍ଠାନଟି ଆପ୍ରେଣ୍ଟିସସିପ୍ ପ୍ରଶିକ୍ଷଣ ଓ ପିଏମ ବିଶ୍ୱକର୍ମା ଯୋଜନାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ଏହି ପଦକ୍ଷେପଗୁଡ଼ିକ ଦକ୍ଷତା ପ୍ରମାଣପତ୍ରକୁ ସୁଦୃଢ଼ କରିବା ସହ କାରିଗରମାନଙ୍କୁ ସମର୍ଥନ ଯୋଗାଇବାରେ ସହାୟକ ହେଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର