ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

Sakala Desk Picture
Published On

ଭୁବନେଶ୍ୱର: ହାଇଦ୍ରାବାଦ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ଏନଏସଟିଆଇ) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ସେଠାରେ ଚାଲୁଥିବା ଦକ୍ଷତା ବିକାଶ ପଦକ୍ଷେପ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା।

ଆହୁରି ପଢ଼ନ୍ତୁ: ପ୍ରତାପ ଜେନାଙ୍କ ଘରେ ମଦ୍ୟପ ଯୁବକଙ୍କ ଆତଙ୍କରାଜ, କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ

ବିଦ୍ୟାନଗର ସ୍ଥିତ ଏନଏସଟିଆଇ ପରିସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଡି. ସୁଧାକର ଗଣମାଧ୍ୟମ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେ ଅନୁଷ୍ଠାନର ୧୯୬୩ ମସିହାରୁ ଆରମ୍ଭ ହୋଇଥିବା ଗୌରବମୟ ଯାତ୍ରା ଏବଂ ଦେଶର ଦକ୍ଷ ମାନବସମ୍ବଳ ଗଠନରେ ଏହାର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏନଏସଟିଆଇ ହାଇଦ୍ରାବାଦ ବର୍ତ୍ତମାନ ତିନୋଟି ପ୍ରମୁଖ ଶାଖା ମାଧ୍ୟମରେ କାର୍ଯ୍ୟ କରୁଛି, ଯେଉଁଥିରେ ମାନୁଫାକଚରିଂ, ମହିଳା ସଶକ୍ତିକରଣ ଏବଂ ଆଇଟି  କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ହୋଟେଲ ମିସ୍ତ୍ରୀର ତଣ୍ଟି କାଟିଦେଲା ସହାୟକ

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଯୁଗ୍ମ ନିର୍ଦ୍ଦେଶକ କହିଥିଲେ ଯେ, ଏଠାରେ କ୍ରାଫ୍ଟ ଇନଷ୍ଟ୍ରକ୍ଟର ଟ୍ରେନିଂ ସ୍କିମ୍ (ସିଆଇଟିଏସ) ଏବଂ କ୍ରାଫ୍ଟସମ୍ୟାନ୍ ଟ୍ରେନିଂ ସ୍କିମ୍ (ସିଟିଏସ) ଭଳି ପାଠ୍ୟକ୍ରମ ପରିଚାଳିତ ହେଉଛି। ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହେଭି ମେସିନାରୀ ଭଳି ପାରମ୍ପରିକ ଟ୍ରେଡ୍ ସହିତ ନୂତନ ଯୁଗର କୋର୍ସଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରାୟୋଗିକ ପ୍ରଶିକ୍ଷଣ ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଜଡ଼ିତ ହେବା ସହ ଷ୍ଟାଇପେଣ୍ଡ ପାଇବାର ସୁଯୋଗ ମଧ୍ୟ ପାଉଛନ୍ତି।

ଆହୁରି ପଢ଼ନ୍ତୁ: SCB ଅଗ୍ନିକାଣ୍ଡ ଘଟଣାର ୯ଦିନ ପରେ ବି ଜଣେ ହେଲେ କେନ୍ଦ୍ରମନ୍ତ୍ରୀ କଟକ ନଆସିବା ଦୁଃଖର କଥା: ନବୀନ

ଯୁବ ଛାତ୍ରଛାତ୍ରୀ, ବିଶେଷକରି ଯୁବତୀମାନଙ୍କ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହିଳା ପ୍ରଶିକ୍ଷଣ ଅନୁଷ୍ଠାନରେ ପୋଷାକ ଡିଜାଇନ୍ ଓ ଟେଲରିଂ, ସ୍ମାର୍ଟ କୃଷି ପ୍ରଣାଳୀ ସହ ବିଭିନ୍ନ ଦକ୍ଷତାଭିତ୍ତିକ କୋର୍ସ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବତୀମାନଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ସହ ସ୍ୱୟଂରୋଜଗାର ଓ ଉଦ୍ୟୋଗୀତା ପ୍ରତି ଉତ୍ସାହିତ କରୁଛି।

ସେହିପରି ଆଞ୍ଚଳିକ ଦକ୍ଷତା ବିକାଶ ଓ ଉଦ୍ୟୋଗ ନିର୍ଦ୍ଦେଶାଳୟ  ସହ ମିଳିତ ଭାବେ ଅନୁଷ୍ଠାନଟି ଆପ୍ରେଣ୍ଟିସସିପ୍ ପ୍ରଶିକ୍ଷଣ ଓ ପିଏମ ବିଶ୍ୱକର୍ମା ଯୋଜନାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ଏହି ପଦକ୍ଷେପଗୁଡ଼ିକ ଦକ୍ଷତା ପ୍ରମାଣପତ୍ରକୁ ସୁଦୃଢ଼ କରିବା ସହ କାରିଗରମାନଙ୍କୁ ସମର୍ଥନ ଯୋଗାଇବାରେ ସହାୟକ ହେଉଛି। 

28 Mar 2026 By Sakala Desk

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: ହାଇଦ୍ରାବାଦ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ଏନଏସଟିଆଇ) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ସେଠାରେ ଚାଲୁଥିବା ଦକ୍ଷତା ବିକାଶ ପଦକ୍ଷେପ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା।

ବିଦ୍ୟାନଗର ସ୍ଥିତ ଏନଏସଟିଆଇ ପରିସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଡି. ସୁଧାକର ଗଣମାଧ୍ୟମ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେ ଅନୁଷ୍ଠାନର ୧୯୬୩ ମସିହାରୁ ଆରମ୍ଭ ହୋଇଥିବା ଗୌରବମୟ ଯାତ୍ରା ଏବଂ ଦେଶର ଦକ୍ଷ ମାନବସମ୍ବଳ ଗଠନରେ ଏହାର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏନଏସଟିଆଇ ହାଇଦ୍ରାବାଦ ବର୍ତ୍ତମାନ ତିନୋଟି ପ୍ରମୁଖ ଶାଖା ମାଧ୍ୟମରେ କାର୍ଯ୍ୟ କରୁଛି, ଯେଉଁଥିରେ ମାନୁଫାକଚରିଂ, ମହିଳା ସଶକ୍ତିକରଣ ଏବଂ ଆଇଟି  କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଉଛି।

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଯୁଗ୍ମ ନିର୍ଦ୍ଦେଶକ କହିଥିଲେ ଯେ, ଏଠାରେ କ୍ରାଫ୍ଟ ଇନଷ୍ଟ୍ରକ୍ଟର ଟ୍ରେନିଂ ସ୍କିମ୍ (ସିଆଇଟିଏସ) ଏବଂ କ୍ରାଫ୍ଟସମ୍ୟାନ୍ ଟ୍ରେନିଂ ସ୍କିମ୍ (ସିଟିଏସ) ଭଳି ପାଠ୍ୟକ୍ରମ ପରିଚାଳିତ ହେଉଛି। ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହେଭି ମେସିନାରୀ ଭଳି ପାରମ୍ପରିକ ଟ୍ରେଡ୍ ସହିତ ନୂତନ ଯୁଗର କୋର୍ସଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରାୟୋଗିକ ପ୍ରଶିକ୍ଷଣ ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଜଡ଼ିତ ହେବା ସହ ଷ୍ଟାଇପେଣ୍ଡ ପାଇବାର ସୁଯୋଗ ମଧ୍ୟ ପାଉଛନ୍ତି।

ଯୁବ ଛାତ୍ରଛାତ୍ରୀ, ବିଶେଷକରି ଯୁବତୀମାନଙ୍କ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହିଳା ପ୍ରଶିକ୍ଷଣ ଅନୁଷ୍ଠାନରେ ପୋଷାକ ଡିଜାଇନ୍ ଓ ଟେଲରିଂ, ସ୍ମାର୍ଟ କୃଷି ପ୍ରଣାଳୀ ସହ ବିଭିନ୍ନ ଦକ୍ଷତାଭିତ୍ତିକ କୋର୍ସ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବତୀମାନଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ସହ ସ୍ୱୟଂରୋଜଗାର ଓ ଉଦ୍ୟୋଗୀତା ପ୍ରତି ଉତ୍ସାହିତ କରୁଛି।

ସେହିପରି ଆଞ୍ଚଳିକ ଦକ୍ଷତା ବିକାଶ ଓ ଉଦ୍ୟୋଗ ନିର୍ଦ୍ଦେଶାଳୟ  ସହ ମିଳିତ ଭାବେ ଅନୁଷ୍ଠାନଟି ଆପ୍ରେଣ୍ଟିସସିପ୍ ପ୍ରଶିକ୍ଷଣ ଓ ପିଏମ ବିଶ୍ୱକର୍ମା ଯୋଜନାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ଏହି ପଦକ୍ଷେପଗୁଡ଼ିକ ଦକ୍ଷତା ପ୍ରମାଣପତ୍ରକୁ ସୁଦୃଢ଼ କରିବା ସହ କାରିଗରମାନଙ୍କୁ ସମର୍ଥନ ଯୋଗାଇବାରେ ସହାୟକ ହେଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର