ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକର ଛାୟା

Madhusudan Das Picture
Published On

ବରଗଡ଼: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୁଶାନ୍ତ ସିଂ ଙ୍କ ପରଲୋକ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା, କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ବିଜୁ ଜନତା ଦଳର ମୁଖ୍ୟ ଚେହେରା ଥିଲେ । ଭଟଲି ବିଧାନସଭା ଆସନରୁ ସେ ତିନି ଥର ବିଧାୟକ ଭାବେ ଜିତି ଆସିବା ସହ ବିଜେଡି ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ପାଇଥିଲେ । 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୨ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ତାଙ୍କର ରାଜନୈତିକ ଜୀବନରେ ସାଧାରଣ ଲୋକଙ୍କ ସେବା ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପରିଚିତ ଥିଲେ।  ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର