ଆଜି ଜମିବ ଅସଲ ଛାଡଖାଇ ବେପାର, ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ

The Sakala Picture
Published On

ଭୁବନେଶ୍ୱର: ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଆମିଷ ବଜାରରେ ନ ଥିଲା ଭିଡ଼। ଛାଡ଼ଖାଇରେ ଆମିଷ ବଜାର ଖାଁ ଖାଁ ଥିଲା। ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଛାଡ଼ଖାଇ ଥିଲା। ଶନିବାର ଅଧିକାଂଶ ଲୋକ ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ ଓ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ବଜାରରେ ଭିଡ଼ ଜମିବ। ରାଜଧାନୀର ୟୁନିଟ୍‍-୪ସ୍ଥିତ ମାଛ ମାର୍କେଟ, […]

ଭୁବନେଶ୍ୱର: ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଆମିଷ ବଜାରରେ ନ ଥିଲା ଭିଡ଼। ଛାଡ଼ଖାଇରେ ଆମିଷ ବଜାର ଖାଁ ଖାଁ ଥିଲା। ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଛାଡ଼ଖାଇ ଥିଲା। ଶନିବାର ଅଧିକାଂଶ ଲୋକ ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ ଓ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ବଜାରରେ ଭିଡ଼ ଜମିବ। ରାଜଧାନୀର ୟୁନିଟ୍‍-୪ସ୍ଥିତ ମାଛ ମାର୍କେଟ, ବିଡିଏ ମାଛ ମାର୍କେଟ ଆଦିରେ ଲୋକ ନ ଥିଲେ। ମାସସାରା ଆମିଷ ଛାଡ଼ିଥିବା ଲୋକେ ପ୍ରଥମେ ମାଛ ଖାଇବା ପରେ ଅନ୍ୟାନ୍ୟ ଆମିଷ ଖାଇବେ। ରବିବାର ବ୍ୟବସାୟକୁ ନେଇ ଆଶା ରଖିଛନ୍ତି ମାଛ ବ୍ୟବସାୟୀ, ଚିକେନ୍‍ ଓ ଖାସୀ ମାଂସ ବ୍ୟବସାୟୀ। ଶନିବାର ଯୋଗୁଁ ୨୦ ପ୍ରତିଶତ ବି ବ୍ୟବସାୟ ହୋଇ ନ ଥିବା ମାଛ ବ୍ୟବସାୟୀ ସେକ୍‍ ଅହମ୍ମଦ ଖାନ୍‍ କହିଛନ୍ତି। ରବିବାର ପାଇଁ ଭୁବନେଶ୍ୱରକୁ ଆନ୍ଧ୍ରରୁ ରୋହି ମାଛ, ପାରାଦୀପରୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଆମଦାନୀ ହୋଇଛି। ସେହିପରି ପିପିଲିରୁ ଚିକେନ୍‍ ଆସିଥିବାବେଳେ କୋଲକାତା, ନୟାଗଡ଼଼, ମୟୂରଭଞ୍ଜ, ବଲାଙ୍ଗୀର, କାକଟପୁରରୁ ଛେଳି ଆସିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଆହୁରି ପଢ଼ନ୍ତୁ: ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

21 Nov 2021 By The Sakala

ଆଜି ଜମିବ ଅସଲ ଛାଡଖାଇ ବେପାର, ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ

ଭୁବନେଶ୍ୱର: ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଆମିଷ ବଜାରରେ ନ ଥିଲା ଭିଡ଼। ଛାଡ଼ଖାଇରେ ଆମିଷ ବଜାର ଖାଁ ଖାଁ ଥିଲା। ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଛାଡ଼ଖାଇ ଥିଲା। ଶନିବାର ଅଧିକାଂଶ ଲୋକ ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ ଓ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ବଜାରରେ ଭିଡ଼ ଜମିବ। ରାଜଧାନୀର ୟୁନିଟ୍‍-୪ସ୍ଥିତ ମାଛ ମାର୍କେଟ, ବିଡିଏ ମାଛ ମାର୍କେଟ ଆଦିରେ ଲୋକ ନ ଥିଲେ। ମାସସାରା ଆମିଷ ଛାଡ଼ିଥିବା ଲୋକେ ପ୍ରଥମେ ମାଛ ଖାଇବା ପରେ ଅନ୍ୟାନ୍ୟ ଆମିଷ ଖାଇବେ। ରବିବାର ବ୍ୟବସାୟକୁ ନେଇ ଆଶା ରଖିଛନ୍ତି ମାଛ ବ୍ୟବସାୟୀ, ଚିକେନ୍‍ ଓ ଖାସୀ ମାଂସ ବ୍ୟବସାୟୀ। ଶନିବାର ଯୋଗୁଁ ୨୦ ପ୍ରତିଶତ ବି ବ୍ୟବସାୟ ହୋଇ ନ ଥିବା ମାଛ ବ୍ୟବସାୟୀ ସେକ୍‍ ଅହମ୍ମଦ ଖାନ୍‍ କହିଛନ୍ତି। ରବିବାର ପାଇଁ ଭୁବନେଶ୍ୱରକୁ ଆନ୍ଧ୍ରରୁ ରୋହି ମାଛ, ପାରାଦୀପରୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଆମଦାନୀ ହୋଇଛି। ସେହିପରି ପିପିଲିରୁ ଚିକେନ୍‍ ଆସିଥିବାବେଳେ କୋଲକାତା, ନୟାଗଡ଼଼, ମୟୂରଭଞ୍ଜ, ବଲାଙ୍ଗୀର, କାକଟପୁରରୁ ଛେଳି ଆସିଛି।

ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର