ମନୋରଞ୍ଜନ
କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ କଳା ଚିଠା ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କଟକ: କଳା ଟଙ୍କାରେ କୁବେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ଼ ଘଟଣା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଗିଲା ବାବୁଙ୍କ କଳା ଚିଠା । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ରେଡ୍ ବେଳେ ନଗଦ ୪ କୋଟି ୨୭ ଲକ୍ଷ ଜବତ ପରେ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ୭ ଦିନିଆ ରିମାଣ୍ଡ ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ବାବୁଙ୍କ ଘରୁ ମିଳିଥିଲା ନଗଦ ୪ କୋଟି ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ।





