ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ୟୁଟ୍ୟୁବରେ ଘୁରି ବୁଲୁଛି ଭିତର ବେଢ଼ାର ଭିଡିଓ

The Sakala Picture
Published On

ପୁରୀ: ପୁଣି ୟୁଟ୍ୟୁବରେ ଘୁରି ବୁଲୁଛି ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନ ଭିଡିଓ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପୁଣି ଥରେ ଉଠିଛି । ୟୁନିଫାଏଡ ଅନିମେଶ ଏହି ଭିଡିଓଟି ଅପଲୋଡ଼ କରିଥିବା ୟୁଟ୍ୟୁବରୁ ଦେଖିବକୁ ମିଳିଛି । ଏହି ଭିଡିଓଟି ଅପରାହ୍ନ ସମୟର ହୋଇଥିବାବେଳେ ଶ୍ରୀମନ୍ଦିର ନୀଳଚକ୍ରର ପତାକା ବଦଳା ଯାଉଥିବାର ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡିଛି । ଏହି ଭିଡିଓ ସମେତ ସିଂହଦ୍ୱାର ଓ ଶ୍ରୀମନ୍ଦିରର ଅନ୍ୟାନ୍ୟ ଭିଡିଓ ସହ ଅନେକ […]

ପୁରୀ: ପୁଣି ୟୁଟ୍ୟୁବରେ ଘୁରି ବୁଲୁଛି ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନ ଭିଡିଓ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପୁଣି ଥରେ ଉଠିଛି । ୟୁନିଫାଏଡ ଅନିମେଶ ଏହି ଭିଡିଓଟି ଅପଲୋଡ଼ କରିଥିବା ୟୁଟ୍ୟୁବରୁ ଦେଖିବକୁ ମିଳିଛି । ଏହି ଭିଡିଓଟି ଅପରାହ୍ନ ସମୟର ହୋଇଥିବାବେଳେ ଶ୍ରୀମନ୍ଦିର ନୀଳଚକ୍ରର ପତାକା ବଦଳା ଯାଉଥିବାର ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡିଛି । ଏହି ଭିଡିଓ ସମେତ ସିଂହଦ୍ୱାର ଓ ଶ୍ରୀମନ୍ଦିରର ଅନ୍ୟାନ୍ୟ ଭିଡିଓ ସହ ଅନେକ ଭିଡିଓ ଏଥିରେ ରହିଥିବା ଜଣାପଡିଛି । ତେବେ ଏହି ଭିଡିଓଟି ଏବେକାର ବୋଲି ଜଣାପଡିଥିବା ବେଳେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ପରୀକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଦର୍ଶାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ତେବେ ଏଭଳି ଭିଡିଓ ଶ୍ରୀମନ୍ଦିରର ଆଭ୍ୟନ୍ତରଣ ସୁରକ୍ଷାକୁ ନେଇ ଗୋଟେ ବଡ଼ ବିପତ୍ତି ଆଣିପାରେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ପୂର୍ବରୁ କିଛି ବର୍ଷ ପୂର୍ବେ ମଧ୍ୟ ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରର ଏଭଳି ଡ୍ରୋନ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିବାବେଳେ ଏହାକୁ ନେଇ ସେତେବେଳେ ଘୋର ବିରୋଧ କରାଯାଇଥିଲା । ତେବେ ଏହି ଭିଡିଓ ବର୍ତ୍ତମାନ ୟୁ ଟ୍ୟୁବରେ ଘୁରି ବୁଲୁଥିବା ବେଳେ ଭିଡିଓର ପ୍ରାରମ୍ଭରୁ ଓଡିଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ କରାଯାଇଥିବା ଦେଖିବକୁ ମିଳିଛି ଯାହା ସନ୍ଦେହ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ମାମଲାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ ହୋଇଛି ସେନେଇ ପୁରୀ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

03 Dec 2022 By The Sakala

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ୟୁଟ୍ୟୁବରେ ଘୁରି ବୁଲୁଛି ଭିତର ବେଢ଼ାର ଭିଡିଓ

ପୁରୀ: ପୁଣି ୟୁଟ୍ୟୁବରେ ଘୁରି ବୁଲୁଛି ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନ ଭିଡିଓ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପୁଣି ଥରେ ଉଠିଛି । ୟୁନିଫାଏଡ ଅନିମେଶ ଏହି ଭିଡିଓଟି ଅପଲୋଡ଼ କରିଥିବା ୟୁଟ୍ୟୁବରୁ ଦେଖିବକୁ ମିଳିଛି । ଏହି ଭିଡିଓଟି ଅପରାହ୍ନ ସମୟର ହୋଇଥିବାବେଳେ ଶ୍ରୀମନ୍ଦିର ନୀଳଚକ୍ରର ପତାକା ବଦଳା ଯାଉଥିବାର ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡିଛି । ଏହି ଭିଡିଓ ସମେତ ସିଂହଦ୍ୱାର ଓ ଶ୍ରୀମନ୍ଦିରର ଅନ୍ୟାନ୍ୟ ଭିଡିଓ ସହ ଅନେକ ଭିଡିଓ ଏଥିରେ ରହିଥିବା ଜଣାପଡିଛି । ତେବେ ଏହି ଭିଡିଓଟି ଏବେକାର ବୋଲି ଜଣାପଡିଥିବା ବେଳେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ପରୀକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଦର୍ଶାଯାଇଛି ।

ତେବେ ଏଭଳି ଭିଡିଓ ଶ୍ରୀମନ୍ଦିରର ଆଭ୍ୟନ୍ତରଣ ସୁରକ୍ଷାକୁ ନେଇ ଗୋଟେ ବଡ଼ ବିପତ୍ତି ଆଣିପାରେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ପୂର୍ବରୁ କିଛି ବର୍ଷ ପୂର୍ବେ ମଧ୍ୟ ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରର ଏଭଳି ଡ୍ରୋନ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିବାବେଳେ ଏହାକୁ ନେଇ ସେତେବେଳେ ଘୋର ବିରୋଧ କରାଯାଇଥିଲା । ତେବେ ଏହି ଭିଡିଓ ବର୍ତ୍ତମାନ ୟୁ ଟ୍ୟୁବରେ ଘୁରି ବୁଲୁଥିବା ବେଳେ ଭିଡିଓର ପ୍ରାରମ୍ଭରୁ ଓଡିଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ କରାଯାଇଥିବା ଦେଖିବକୁ ମିଳିଛି ଯାହା ସନ୍ଦେହ ସୃଷ୍ଟି କରିଛି ।

ମାମଲାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ ହୋଇଛି ସେନେଇ ପୁରୀ ପୁଲିସ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର