ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

Madhusudan Das Picture
Published On

ଭୁବନେଶ୍ୱର: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ୩ଜଣ ଶିଶୁ ନିଖୋଜ । ଜଣେ ନାବାଳକ ଓ ଦୁଇ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ସୂଚନା ପାଇଁ ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି ପୁଲିସ । ଯିଏ ସୂଚନା ଦେବ, ତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ଏନେଇ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । 

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ନିଖୋଜ ନାବାଳିକା ହେଉଛନ୍ତି ସାଲିଆସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ, ସାଲିଆସାହି ହାତିଆସୁଣୀର ଶୁଭଶ୍ରୀ ନାୟକ ଏବଂ ଅନ୍ୟ ଜଣେ ନିଖୋଜ ନାବାଳକ ହେଉଛନ୍ତି ୧୨ ବର୍ଷୀୟ ପ୍ରଦ୍ୟୁମ୍ନ ପ୍ରଧାନ । ପ୍ରଦ୍ୟୁମ୍ନଙ୍କୁ ଶେଷଥର ପାଇଁ ଧଉଳି ପାହାଡ଼ ଉପରେ ଦେଖିବାକୁ ମିଳିଥିଲା । ୩ଜଣ ଶିଶୁ ନିଖୋଜ ହୋଇଥିବା ନେଇ ପୁଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆର ପୋଷ୍ଟ କରିଛି ଏବଂ ଏହାକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କୁହାଯାଇଛି । ଛୋଟ ପିଲାଙ୍କ ନିଖୋଜ ଘଟଣା ଏବେ ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା। ସିସିଟିଭି ଆଧାରରେ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ଧଉଳି ଓ ନୟାପଲ୍ଲୀ ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର