ଡାକ୍ତରରୁ ଆଇଏଏସ୍ ରୀନା

The Sakala Picture
Published On

ସମ୍ବଲପୁର : କଠିନ ପରିଶ୍ରମ, ନିଷ୍ଠା ଓ ଧୈର୍ଯ୍ୟ ନିଶ୍ଚିତ ସଫଳତା ଆଣିଦିଏ। ଶୁକ୍ରବାର ଶୁକ୍ରବାର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୪ ବ୍ୟାଙ୍କ ହାସଲ କରିଥିବା ଝାରସୁଗୁଡ଼ା ଝିଅ ରୀନା ପ୍ରଧାନ ଏହା କହିଛନ୍ତି। ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ରୀନାଙ୍କ ସଫଳତାକୁ ନେଇ ତାଙ୍କୁ ଓ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ଝାରସୁଗୁଡ଼ା ସରବାହାଲ ବାସିନ୍ଦା ତଥା ଅବସରପ୍ରାପ୍ତ ଅତିରିକ୍ତ ବିଡିଓ ଧରଣୀଧର ପ୍ରଧାନ ଓ କଲ୍ୟାଣୀ ପ୍ରଧାନଙ୍କ […]

ସମ୍ବଲପୁର : କଠିନ ପରିଶ୍ରମ, ନିଷ୍ଠା ଓ ଧୈର୍ଯ୍ୟ ନିଶ୍ଚିତ ସଫଳତା ଆଣିଦିଏ। ଶୁକ୍ରବାର ଶୁକ୍ରବାର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୪ ବ୍ୟାଙ୍କ ହାସଲ କରିଥିବା ଝାରସୁଗୁଡ଼ା ଝିଅ ରୀନା ପ୍ରଧାନ ଏହା କହିଛନ୍ତି। ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ରୀନାଙ୍କ ସଫଳତାକୁ ନେଇ ତାଙ୍କୁ ଓ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ଝାରସୁଗୁଡ଼ା ସରବାହାଲ ବାସିନ୍ଦା ତଥା ଅବସରପ୍ରାପ୍ତ ଅତିରିକ୍ତ ବିଡିଓ ଧରଣୀଧର ପ୍ରଧାନ ଓ କଲ୍ୟାଣୀ ପ୍ରଧାନଙ୍କ ଝିଅ ରୀନାଙ୍କ ଶିକ୍ଷା ଜୀବନର ଅଧିକାଂଶ ସମୟ ଝାରସୁଗୁଡ଼ାରେ ରହିଛି ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

ସରବାହାଲ ଚମାରପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଜୀବନ ଆରମ୍ଭ କରିଥିବା ରୀନା ପରବର୍ତ୍ତୀ ସମୟରେ ସରବାହାଲ ହାଇସ୍କୁଲରୁ ମାଟ୍ରିକ ଓ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ଯୁକ୍ତଦୁଇ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତି କରିବା ସହ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ଡାକ୍ତରୀ ପାଠ ପଢ଼ିଥିଲେ । ୨୦୧୬ରେ ଡାକ୍ତରୀ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରି ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ଝାରସୁଗୁଡ଼ା ପରେ ନବରଙ୍ଗପୁର ଜିଲ୍ଲାରେ ଡାକ୍ତର ଭାବେ କାମ କରୁଥିବା ସମୟରେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଜାରି ରଖୁଥିଲେ ।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

ଦୁଇଥର ପରୀକ୍ଷା ଦେବା ପରେ ମଧ୍ୟ ସେ ନିରାଶ ହୋଇ ନ ଥିଲେ। ତୃତୀୟ ସୁଯୋଗରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୪ ବ୍ୟାଙ୍କ ସହ ସଫଳତା ହାସଲ କରିଛନ୍ତି । ସେ ନିଜେ ଜଣେ ଡାକ୍ତର ହୋଇଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ଅଧିକ ଗୁରୁତ୍ବ ଦେବେ ବୋଲି ରୀନା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ରେ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ବେଦାନ୍ତ ଆଲୁମିନିୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର