ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

Madhusudan Das Picture
Published On

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି। ସେହିପରି ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଲଜିଷ୍ଟିକ୍ ବ୍ୟବସ୍ଥାର ସମୀକ୍ଷା ଆରମ୍ଭ ହୋଇଛି। 

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

ଏହି ଭିଭିଆଇପି (VVIP) ଗସ୍ତ ପାଇଁ ରାଜ୍ୟସ୍ତରୀୟ ବ୍ୟବସ୍ଥାର ସମୀକ୍ଷା ତଥା ଚୂଡ଼ାନ୍ତ ନିଷ୍ପତ୍ତି ନେବା ନିମନ୍ତେ ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଆରମ୍ଭ ହୋଇଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିଛନ୍ତି । ଏଥିରେ ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯିବ । ବୈଠକରେ ବହୁସ୍ତରୀୟ ସୁରକ୍ଷା ପ୍ରୋଟୋକଲ୍ ଉପରେ ଆଲୋଚନା କରାଯିବ । 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ନୂଆପଡ଼ା ନ୍ୟାସନାଲ କଲେଜରେ ଉତ୍ତେଜନା: ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଉଭୟ ନେତାଙ୍କ ଏହି ଗସ୍ତ ସମୟରେ ରାଜ୍ୟର ଆଞ୍ଚଳିକ ବିକାଶମୂଳକ ପ୍ରକଳ୍ପ, ଆଦିବାସୀ କଲ୍ୟାଣ ଯୋଜନା ଏବଂ ସାଧାରଣ ଭିତ୍ତିଭୂମିର ବିକାଶକୁ ନେଇ ଏକାଧିକ ପ୍ରମୁଖ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେବାର ସମ୍ଭାବନା ରହିଛି। ତେବେ, ସୁରକ୍ଷା ମଞ୍ଜୁରୀ ଏବଂ ପ୍ରୋଟୋକଲ୍ ନିଶ୍ଚିତ ହେବା ପରେ ଆଗାମୀ ଦିନରେ ସେମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ସାଧାରଣ ସଭା ଏବଂ ପ୍ରକଳ୍ପ ଉଦଘାଟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଚୂଡ଼ାନ୍ତ କରାଯିବ।

ଆହୁରି ପଢ଼ନ୍ତୁ: ଦଶହରା ଉପଲକ୍ଷେ ଅକ୍ଟୋବର ୧୯ରୁ ୨୬ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର