ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Madhusudan Das Picture
Published On

ଭୁବନେଶ୍ୱର: ଦିନେ ପରୀକ୍ଷାଫଳ ଲାଗି ବୁକଲେଟ ଯୋଗାଡ଼ କରିବାକୁ ପଡ଼ୁଥିଲା। ଠିକ୍‌ ସେଇଭଳି ନୂଆ ଚାକିରିର ବିଜ୍ଞାପନ ହେଉ କି ଆବେଦନ ସବୁକିଛି ବହି, ଖବରକାଗଜରୁ ବୁଝା ପଡ଼ୁଥିଲା। ହେଲେ ଏବେ ସେସବୁ କେବଳ ସ୍ମୃତିରେ ସିମିତ। କାରଣ ଫୋନ ଯୋଗେ ସବୁ ହାତପାହାନ୍ତାରେ ମିଳୁଛି, ଫଳରେ ଲୋକ ବହି ପଢିବା ଓ କିଣିବାକୁ ଆଗଭଳି ରାଜି ହେଉନାହାନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି

ପରିବର୍ତ୍ତିତ ସମୟର ତାଳ ଦେଇ ବଦଳିଛି ପୁସ୍ତକ ଯୋଗାଡ଼ କରିବାର ମାଧ୍ୟମ। ଏବେର ସମୟ ଡିଜିଟାଲରେ ଚାଲିଛି। ଖାଲି ସେତିକି ନୁହେଁ ବହି ସବୁ ଏବେ ଅନଲାଇନରେ ଉପଲବ୍ଧ ହେଉଛି। ଯେ କୌଣସି ବିଷୟରେ ଜ୍ଞାନ ଆହରଣ ଲାଗି ଏବେ ସବୁକିଛି ୟୁଟ୍ୟୁବରେ ଭିନ୍ନ ଭିନ୍ନ ଆପ ଜରିଆରେ ଉପଲବ୍ଧ। କେବଳ ବିଦ୍ୟାଳୟ ପାଠ୍ୟପୁସ୍ତକ ଛଡ଼ା ଆଉ କୌଣସି ବହି ପାଇଁ ସେ ପ୍ରକାରର ଆଗ୍ରହ କାଁ ଭାଁ କେତେକଙ୍କ ଭିତରେ ଦେଖିବାକୁ ମିଳୁଛି। ପୂର୍ବରୁ ଲୋକ ନୂଆ କିଣିବା ଅପେକ୍ଷା ପୁରୁଣାରେ କାମ ଚଳେଇ ଦେଉଥିଲେ ଏବଂ କମ ପଇସାରେ ମଧ୍ୟ ତାହା ହେଇଯାଉଥିଲା।  ହେଲେ ସେହି ପାଠ୍ୟପୁସ୍ତକ ବିକ୍ରି କରି, ଖରା ବର୍ଷାରୁ ବହି ସବୁକୁ ବଞ୍ଚେଇ ରଖୁଥିବା ବହିଦୋକାନୀ ଏବେ ନିରାଶ କହିଲେ ଚଳେ। ଡିଜିଟାଲ ଦୌଡ଼ରେ ଯେମିତି ଏସବୁ ଆପଣାଛାଏଁ ବାଦ୍‌ ପଡ଼ିଯାଇଛି। 

ଆହୁରି ପଢ଼ନ୍ତୁ: ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ପୁରୁଣା ବହିର ଠିକଣା ପାଲଟିଥିବା ବହି ଦୋକାନ ଏବେ ବିନା ଗ୍ରାହକରେ ଖାଁ ଖାଁ ହୋଇ ପଡିଛି। ଏହି ଦୋକାନୀମାନେ ଛାତ୍ରଛାତ୍ରୀଙ୍କୁ ୫୦ ରୁ ୬୦ ପ୍ରତିଶତ ରିହାତିରେ ବହି ବିକ୍ରି କରିଥାନ୍ତି। ବିଶେଷ କରି ଷଷ୍ଠ ଶ୍ରେଣୀରୁ ଆରମ୍ଭକରି ପିଜି ଓ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାର ବହି ପୁରୁଣା ଗଳ୍ପ, ଉପନ୍ୟାସ, କବିତା ଆଦି ବହିକୁ ସଂଗ୍ରହକରି ରଖିଥାନ୍ତି। ହେଲେ ସେହି ଦୁର୍ଲଭ ଓ ହଜି ବସୁଥିବା ପୁରୁଣା ବହି ପାଇଁ ଆଉ ଗ୍ରାହକ ଆସୁନଥିବାରୁ ବ୍ୟବସାୟୀ ନିରାଶ ହେଉଛନ୍ତି। ଏହି ପୁରୁଣା ବହିର ସମ୍ଭାର ରାଜଧାନୀର ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ସିଆରପି ଛକ ପରି ଆଉ ମାତ୍ର କିଛିଟା ସ୍ଥାନରେ ହିଁ ଏହି ଦୋକାନ ଦୃଶ୍ୟମାନ ହେଉଛି। ଏହି ବ୍ୟବସାୟୀମାନେ ପିଲାମାନଙ୍କଠାରୁ ପୁରୁଣା ବହି ସଂଗ୍ରହ କରି ସେହି ବହିକୁ ଆବଶ୍ୟକୀୟ ପିଲାଙ୍କୁ ବିକ୍ରି କରିଥାନ୍ତି। ବ୍ୟବସାୟୀ ସଂଜୟ କୁମାର ମୁଦୁଲି କୁହନ୍ତି, କରୋନା ପରଠାରୁ ଧୀରେ ଧୀରେ ବ୍ୟବସାୟ କମିଲାଣି। କାରଣ ପିଲା ଏବେ ବହି କମ ଏବଂ ୟୁଟ୍ୟୁବ୍‌ରୁ ବେଶୀ ପଢୁଛନ୍ତି। ଅନ୍‌ଲାଇନରୁ ବହି କିଣିବା ପସନ୍ଦ କରୁଛନ୍ତି। କେବଳ ସେତିକି ନୁହଁ ଧୀରେ ଧୀରେ ସମୟ ଅନୁଯାୟୀ ବହି ବଦଳୁଛି, ବହିର ପାଠ୍ୟକ୍ରମ ମଧ୍ୟ ବଦଳୁଛି। ତେଣୁ ବହି ବିକ୍ରି ନହେବାରୁ ଆମର ଆଗଭଳି ବେପାର ବି ହେଉନି। କେବଳ କିଛିଟା ଲୋକ ହିଁ ଦୋକାନକୁ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର