ନୟାପଲ୍ଲୀରେ 'ହିଟ୍ ଆଣ୍ଡ ରନ୍': ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର ହେଲା SUV

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ନୟାପଲ୍ଲୀ ଅଞ୍ଚଳରେ ପୁଣି ଏକ 'ହିଟ୍ ଆଣ୍ଡ ରନ୍' ବା ଧକ୍କା ଦେଇ ଫେରାର୍ ହେବା ଘଟଣା ସାମ୍ନାକୁ ଆସିଛି। ରାସ୍ତା ପାର ହେଉଥିବା ଜଣେ ବ୍ୟକ୍ତିଙ୍କୁ ଏକ କଳା ରଙ୍ଗର ଏସୟୁଭି (SUV) ଧକ୍କା ଦେବା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାରେ ବ୍ୟକ୍ତିଜଣକ ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲରେ ବିରଳ ଶିଶୁ ଜନ୍ମ; ଶିଶୁର ରହିଛି ଦୁଇଟି ମୁଣ୍ଡ, କିନ୍ତୁ ଗୋଟିଏ ଶରୀର

ଏହି ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ରାଜଧାନୀରେ ପଥଚାରୀଙ୍କ ସୁରକ୍ଷା ଓ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଏହା ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଆହତ ବ୍ୟକ୍ତିଙ୍କ ନାମ ବିଭୂତି ଭୂଷଣ ଚଇନି ଏବଂ ସେ ଭରତପୁର ଅଧୀନସ୍ଥ ସମ୍ପୁର ଅଞ୍ଚଳର ବାସିନ୍ଦା ଅଟନ୍ତି। ସେ ମିଠା କିଣି ରାସ୍ତା ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ି ଚାଳକ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ।

ଆହୁରି ପଢ଼ନ୍ତୁ: କ୍ରସର ୟୁନିଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା: ଖଣି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ

ଏହି ଭୟଙ୍କର ଧକ୍କାରେ ବିଭୂତି ଭୂଷଣ ଚଇନି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: କଳାହାଣ୍ଡି ଓ ରାୟଗଡ଼ାରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ଅନ୍ୟପକ୍ଷରେ, ଏହି ଘଟଣା ପରେ ନୟାପଲ୍ଲୀ ପୋଲିସ୍ ନିଜର ତଦନ୍ତକୁ ଜୋରଦାର କରିଛି। ଦୁର୍ଘଟଣା ଘଟାଇଥିବା କଳା ଏସୟୁଭି ଏବଂ ଏହାକୁ ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି। ତଦନ୍ତ ଆଗେଇବା ସହ ଏହି ଘଟଣାରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର