ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ, ଆଇନମନ୍ତ୍ରୀ କହିଲେ- ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ

The Sakala Picture
Published On

ଭୁବନେଶ୍ବର : ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ୩ ଦିନ ତଳେ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିର ବିବାଦ ନେଇ ମନ୍ଦିର ପ୍ରଶାସନକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ମନ୍ଦିର ପ୍ରଶାସନ ସମସ୍ତଙ୍କ ସହ ମାରାଥନ ବୈଠକ କରିଥିଲା। ଆଜି ସକାଳେ ମନ୍ଦିର ପ୍ରଶାସକ ଓ ଆଇନ ସଚିବ ରିପୋର୍ଟ ଦେଇଛନ୍ତି। ରିପୋର୍ଟ ସହ ସୁପାରିଶ […]

ଭୁବନେଶ୍ବର : ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ୩ ଦିନ ତଳେ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିର ବିବାଦ ନେଇ ମନ୍ଦିର ପ୍ରଶାସନକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ମନ୍ଦିର ପ୍ରଶାସନ ସମସ୍ତଙ୍କ ସହ ମାରାଥନ ବୈଠକ କରିଥିଲା। ଆଜି ସକାଳେ ମନ୍ଦିର ପ୍ରଶାସକ ଓ ଆଇନ ସଚିବ ରିପୋର୍ଟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମଜନିତ ବିବାଦ: ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୁରୁଷ ବନ୍ଧୁଙ୍କୁ ପଚରାଉଚରା

ରିପୋର୍ଟ ସହ ସୁପାରିଶ ବି କରିଛନ୍ତି। ଶ୍ରୀ ମନ୍ଦିର ତରଫରୁ ଛତିଶା ନିଯୋଗ ଓ ମୁକ୍ତିମଣ୍ଡପର ପରାମର୍ଶ କ୍ରମେ ଅନ୍ୟ ଜାଗାର ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହେବ। ଜଗନ୍ନାଥ ଧାମ ନାମକରଣକୁ ସମସ୍ତେ ବିରୋଧ କରିଛନ୍ତି। ଧାମ କେବଳ ଚାରି ଧାମରେ ବ୍ୟବହାର ହୋଇପାରିବ। ତେଣୁ ଦୀଘାରେ ଜଗନ୍ନାଥ ଧାମର ନାମକରଣ ସହିତ ଦୀଘାରେ ମହୋଦଧି ନାଁ ହଟାଇବାକୁ ପଶ୍ଚିମବଙ୍ଗ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଯଦି ପଶ୍ଚିମବଙ୍ଗ ସରକାର କିଛି ନ ଶୁଣନ୍ତି, ତାହାଲେ ଆମେ ଆଇନର ସହାୟତା ନେବୁ। ମନ୍ଦିର ସେବାୟତଙ୍କ କାର୍ଯ୍ୟଧାରା, ଅନ୍ୟ ମନ୍ଦିରକୁ ଯାଇ ପୂଜାର୍ଚନା କରିବା ନେଇ ଏସଓପି ଶୀଘ୍ର ଆସିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ୧.୨୩ କୋଟି ସରକାରୀ ଟଙ୍କା ହଡ଼ପ ମାମଲା: ଗିରଫ ହେଲେ ସାତକୋଶିଆ DFO ଅଫିସ୍‌ର ବରିଷ୍ଠ ସହାୟକ ଅଜୟ ନାୟକ

ଅନ୍ୟପଟେ ଶ୍ରୀ ମନ୍ଦିରର ବଳକା ଦାରୁରେ ଦୀଘା ଜଗନ୍ନାଥ ମନ୍ଦିରରେ ଅଢେଇ ଫୁଟ ମୂର୍ତି ତିଆରି କରିବା ସମ୍ଭବ ନୁହେଁ। ଏହା ଏକ ମିଥ୍ୟା ପ୍ରଚାର ବୋଲି ସ୍ପଷ୍ଟ ହୋଇଛି। ଦାରୁଘରେ ରହୁଥିବା ବଳକା ଦାରୁ କାଠ ୧୯୯୫ ରେ ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଦଇତାପତି ନିଯୋଗରେ ରହିଥିଲା। ଏଣିକି ଦାରୁ ଘର ବ୍ୟତୀତ ଅନ୍ୟ କେଉଁଠି ଦାରୁ କାଠ ରହିବ ନାହିଁ ଏବଂ ଅନ୍ୟ ଯେଉଁଠି ଯଦି ଦାରୁ କାଠ ଥାଏ ତାହାଲେ ସେସବୁକୁ ଦାରୁ ଘରକୁ ଅଣାଯିବା ପାଇଁ ପଦକ୍ଷେପ ନିଆଯାଉଛି। ଅନେକ ସମୟରେ ସେବାୟତଙ୍କ ପ୍ରଭୁଙ୍କ ପୂଜାର୍ଚନା ନେଇ ମନ୍ତବ୍ୟ ଓ ଟିପ୍ପଣୀ କିପରି ରୋକାଯାଇପାରିବ, ସେ ନେଇ ବି ପଦକ୍ଷେପ ନିଆଯାଉଅଛି।

ଆହୁରି ପଢ଼ନ୍ତୁ: ବିଦେଶ ଗସ୍ତକୁ ନେଇ ନବୀନଙ୍କ ଜବାବ: 'ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି'

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ନୋଟିସ ପରେ ସିଏ ତାଙ୍କ ଉତ୍ତର ରଖିଛନ୍ତି। ତାଙ୍କ ଉତ୍ତର ରେ ସିଏ କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ କାଠ ନୁହେଁ, ନିମ୍ବ କାଠରେ ନିର୍ମାଣ ହୋଇଛି। ଭୁବନେଶ୍ୱରର ସୁଦର୍ଶନ ମହାରଣା ଏହାକୁ ନିମ୍ବ କାଠରେ କରାଯାଇଛି ବୋଲି ସ୍ୱୀକାର କରିଛନ୍ତି। ଏବେ ବି ତାଙ୍କ ଠାରୁ ଏବଂ ଦଇତାପତି ନିଯୋଗ ଠାରୁ ବିସ୍ତୃତ ଉତ୍ତର ଅପେକ୍ଷା କରୁଛୁ। ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତି ନିଆଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର