ବର୍ବର, ଅମାନୁଷିକ, ଅମାନବୀୟ କାଣ୍ଡ : ଦୁଷ୍କର୍ମ ପରେ ୭ବର୍ଷୀୟ ନାବାଳିକାକୁ ବସ୍ତାରେ ପୁରାଇ ଫୋପାଡିଦେଲେ

The Sakala Picture
Published On

ଢେଙ୍କାନାଳ : ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ପରେ ବସ୍ତାରେ ପୁରାଇ ତାଳ ବରଡ଼ା ପତ୍ରତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହୋଇ ନଥିଲେ ବି ଖବର ପାଇ […]

ଢେଙ୍କାନାଳ : ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ପରେ ବସ୍ତାରେ ପୁରାଇ ତାଳ ବରଡ଼ା ପତ୍ରତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହୋଇ ନଥିଲେ ବି ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ସୂଚନା ଅନୁସାରେ ହିନ୍ଦୋଳ ଅଞ୍ଚଳର ଏକ ଅନୁସୂଚିତ ଜନଜାତି ସଂପ୍ରଦାୟର ଦଂପତି ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମ କରି ପରିବାର ପୋଷନ୍ତି। ଗତକାଲି ବାପା-ମା’ ଅନ୍ୟଦିନ ଭଳି କାମକୁ ଯାଇଥିବା ବେଳେ ୭ବର୍ଷ ବୟସର ନିଷ୍ପାପ ଶିଶୁକନ୍ୟା ତାଳସଜ ଖାଇବା ପାଇଁ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ। ଏହି ସୟମରେ ସେଠାରେ ଥିବା ଯୁବକ ତାଡି ପିଇ ଏଭଳି ଘଟଣା ଘଟାଇ ଥିବା କୁହାଯାଉଛି। ତେବେ ଦୁଷ୍କର୍ମ ପରେ ୭ବର୍ଷୀୟ ନାବାଳିକାକୁ ବସ୍ତାରେ ପୁରାଇ ଫୋପାଡି ଦେଇଥିଲେ ଦୁର୍ବୁତ୍ତ। କେବଳ ସେତିକି ନୁହେଁ ନାବାଳିକା ଉପରେ ତାଳ ବରଡ଼ା ଘୋଡେଇ ରକ୍ତାକ୍ତ ଅବସ୍ଥାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ତେବେ କୌଣସି ସୁତ୍ରରୁ ସୂଚନା ପାଇ ପରିବାର ଲୋକ ନାବାଳିକାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ହିନ୍ଦୋଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସହିତ ସଂପୃକ୍ତ ଥିବା ସନ୍ଦେହରେ ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ତେବେ ଘଟଣାରେ ଜଣେ ନା ଆଉ କିଏ ସଂପୃକ୍ତି ଅଛି ତାହାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

20 Apr 2025 By The Sakala

ବର୍ବର, ଅମାନୁଷିକ, ଅମାନବୀୟ କାଣ୍ଡ : ଦୁଷ୍କର୍ମ ପରେ ୭ବର୍ଷୀୟ ନାବାଳିକାକୁ ବସ୍ତାରେ ପୁରାଇ ଫୋପାଡିଦେଲେ

ଢେଙ୍କାନାଳ : ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ପରେ ବସ୍ତାରେ ପୁରାଇ ତାଳ ବରଡ଼ା ପତ୍ରତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହୋଇ ନଥିଲେ ବି ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ହିନ୍ଦୋଳ ଅଞ୍ଚଳର ଏକ ଅନୁସୂଚିତ ଜନଜାତି ସଂପ୍ରଦାୟର ଦଂପତି ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମ କରି ପରିବାର ପୋଷନ୍ତି। ଗତକାଲି ବାପା-ମା’ ଅନ୍ୟଦିନ ଭଳି କାମକୁ ଯାଇଥିବା ବେଳେ ୭ବର୍ଷ ବୟସର ନିଷ୍ପାପ ଶିଶୁକନ୍ୟା ତାଳସଜ ଖାଇବା ପାଇଁ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ। ଏହି ସୟମରେ ସେଠାରେ ଥିବା ଯୁବକ ତାଡି ପିଇ ଏଭଳି ଘଟଣା ଘଟାଇ ଥିବା କୁହାଯାଉଛି। ତେବେ ଦୁଷ୍କର୍ମ ପରେ ୭ବର୍ଷୀୟ ନାବାଳିକାକୁ ବସ୍ତାରେ ପୁରାଇ ଫୋପାଡି ଦେଇଥିଲେ ଦୁର୍ବୁତ୍ତ। କେବଳ ସେତିକି ନୁହେଁ ନାବାଳିକା ଉପରେ ତାଳ ବରଡ଼ା ଘୋଡେଇ ରକ୍ତାକ୍ତ ଅବସ୍ଥାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ।

ତେବେ କୌଣସି ସୁତ୍ରରୁ ସୂଚନା ପାଇ ପରିବାର ଲୋକ ନାବାଳିକାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ହିନ୍ଦୋଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସହିତ ସଂପୃକ୍ତ ଥିବା ସନ୍ଦେହରେ ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ତେବେ ଘଟଣାରେ ଜଣେ ନା ଆଉ କିଏ ସଂପୃକ୍ତି ଅଛି ତାହାର ତଦନ୍ତ କରୁଛି।

https://www.thesakala.in/latest-odisha-news/dhenkanal/7-year-old-girl-accused-of-rape-in-hindol/article-40089
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର