ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ଆଧାରରେ ଅପରାଧିକ ମାମଲା ରଦ୍ଦ କରାଯାଇପାରିବ ନାହିଁ: ହାଇକୋର୍ଟ

The Sakala Picture
Published On

କଟକ: ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ହେବା ନ୍ୟାୟିକ ପ୍ରକ୍ରିୟାର ଅଗ୍ରଗତିକୁ ରୋକି ନଥାଏ। ଉଭୟ ନ୍ୟାୟିକ କାର୍ଯ୍ୟବାହୀ ପ୍ରକ୍ରିୟା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟରେ ଏକ ମୌଳିକ ଅନ୍ତର ରହିଛି। ଏଣୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଜଣେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ଅପରାଧିକ ମାମଲା ଆଇନ ଅନୁସାରେ ଜାରି ରହିବା ଉଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ‌ରେ କହିଛନ୍ତି। ରିଖିରାମ ଚନ୍ଦ୍ରକାର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଏକତ୍ର ଶୁଣାଣି କରି […]

କଟକ: ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ହେବା ନ୍ୟାୟିକ ପ୍ରକ୍ରିୟାର ଅଗ୍ରଗତିକୁ ରୋକି ନଥାଏ। ଉଭୟ ନ୍ୟାୟିକ କାର୍ଯ୍ୟବାହୀ ପ୍ରକ୍ରିୟା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟରେ ଏକ ମୌଳିକ ଅନ୍ତର ରହିଛି। ଏଣୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଜଣେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ଅପରାଧିକ ମାମଲା ଆଇନ ଅନୁସାରେ ଜାରି ରହିବା ଉଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ‌ରେ କହିଛନ୍ତି। ରିଖିରାମ ଚନ୍ଦ୍ରକାର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଏକତ୍ର ଶୁଣାଣି କରି ଜଷ୍ଟିସ ଶିବଶଙ୍କର ମିଶ୍ର ଏପରି ରାୟ ପ୍ରକାଶ କରିଛନ୍ତି। ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ପ୍ରାମାଣିକ ତଥ୍ୟର ମାନ ଅପରାଧିକ ମାମଲା ସହ ସମାନ ନୁହେଁ। ଏଣୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ହୋଇଥିବା ସତ୍ତ୍ବେ ଦୁର୍ନୀତି ମାମଲାରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲା ରଦ୍ଦ ପାଇଁ ଏହା ଫଳପ୍ରଦ ହେବ ନାହିଁ। ପ୍ରାଧିକୃତ ଅଧିକାରୀଙ୍କ ସ୍ୱୀକୃତି ଆଧାରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଅଧିକାରୀଙ୍କୁ ଦୋଷମୁକ୍ତ କରିଦିଆଯାଇଥାଏ। ଏଣୁ ଏହି ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରଦ୍ଦ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ଆବେଦନକାରୀ ମାନେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ହୋଇଥିବାରୁ ସେମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ରୁଜୁ ମାମଲା ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ୪ ଜିଲ୍ଲା ପାଇଁ ୪ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ଓଡ଼ିଶା ସରକାର

 

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ: ଓଡ଼ିଶାର ୬ ଜିଲ୍ଲା ପାଇଁ 'ରେଡ୍ ୱାର୍ଣ୍ଣିଂ', ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର