ଟୋକିଓରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ, ଯୋଗଦେଲେ ୨୦୦ରୁ ଅଧିକ ପୁଞ୍ଜିପତି

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ପ୍ରଥମ ଦିନରେ ଓଡ଼ିଶାକୁ ନିପ୍ପନ ଷ୍ଟିଲ୍‌‌ ପକ୍ଷରୁ ବୃହତ୍‌‌ ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଆଜି ଅର୍ଥାତ୍‌‌ ବୁଧବାର ଟୋକିଓର ଓକୁରାଠାରେ ଅନୁଷ୍ଠିତ ହୋଇଛି ଓଡ଼ିଶା ବାଣିଜ୍ୟ ସମ୍ମେଳନ ୨୦୨୩। ଏହି ସମ୍ମେଳନରେ ଜାପାନ ଏବଂ ଉପସାଗରୀୟ ଦେଶର ୨୦୦ ଅଧିକ ଶିଳ୍ପପତି, ନିବେଶକ ଯୋଗଦେଇଥିଲେ। ସମ୍ମେଳନକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବା ସହ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଥିବା ବ୍ୟାପକ ସୁଯୋଗ, ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଛନ୍ତି। ରାଜ୍ୟ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ପ୍ରଥମ ଦିନରେ ଓଡ଼ିଶାକୁ ନିପ୍ପନ ଷ୍ଟିଲ୍‌‌ ପକ୍ଷରୁ ବୃହତ୍‌‌ ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଆଜି ଅର୍ଥାତ୍‌‌ ବୁଧବାର ଟୋକିଓର ଓକୁରାଠାରେ ଅନୁଷ୍ଠିତ ହୋଇଛି ଓଡ଼ିଶା ବାଣିଜ୍ୟ ସମ୍ମେଳନ ୨୦୨୩। ଏହି ସମ୍ମେଳନରେ ଜାପାନ ଏବଂ ଉପସାଗରୀୟ ଦେଶର ୨୦୦ ଅଧିକ ଶିଳ୍ପପତି, ନିବେଶକ ଯୋଗଦେଇଥିଲେ। ସମ୍ମେଳନକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବା ସହ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଥିବା ବ୍ୟାପକ ସୁଯୋଗ, ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଛନ୍ତି। ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା କରୁଥିବା କମ୍ପାନୀ ମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇଦେବେ । ରାଜ୍ୟକୁ ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ପୁଞ୍ଜିପତି ମାନଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଅନୁରୂପ ଭାବରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ସହ ଏକ ନୈଶ୍ୟ ଭୋଜିରେ ମଧ୍ୟ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବାରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ୟ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ୍‌ ମଧ୍ୟ ବୁଲିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ୫-ଟି ସଚିବ ଭି.କେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଜାପାନର ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ଓଡ଼ିଶାରେ ହେବ ଦେଶର ବୃହତ୍ତମ ଇସ୍ପାତ ଶିଳ୍ପ

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

‘ନବୀନ ଓଡ଼ିଶା’କୁ ଆହୁରି ସମୃଦ୍ଧ କରିବ ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା କମ୍ପାନୀ ନିପ୍ପନ ଷ୍ଟିଲ। ଦେଶର ସର୍ବବୃହତ୍‌‌ ଇସ୍ପାତ କାରଖାନା ଓଡ଼ିଶାରେ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କମ୍ପାନୀର ଅଧ୍ୟକ୍ଷ ଏଇଜି ହାସିମୋତୋ। ଓଡ଼ିଶାରେ ବାର୍ଷିକ ୩୦ ନିୟୁତଟନ୍‌‌ ଉତ୍ପାଦନକ୍ଷମ ଗ୍ରୀନ୍‌‌ଫିଲ୍ଡ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବ ନିପ୍ପନ ଷ୍ଟିଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତର ପ୍ରଥମ ଦିନରୁ ଓଡ଼ିଶା ପାଇଁ ଏତେ ବଡ଼ ନିବେଶ ପ୍ରସ୍ତାବ ଆସିଥିବା ବେଳେ ଆଗାମୀ ଦୁଇଦିନରେ ବିପୁଳ ପୁଞ୍ଜିନିବେଶ ସମ୍ଭାବନା ସୃଷ୍ଟି ହୋଇଛି।

ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିପ୍ପନ ଷ୍ଟିଲର ଏହି ନିବେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି। ଆଲୋଚନା ବେଳେ ନିପ୍ପନ ପକ୍ଷରୁ ରାଜ୍ୟରେ ବୃହତ୍‌‌ ନିବେଶ ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ ଦେଶର ସର୍ବବୃହତ୍‌‌ ତଥା ବିଶ୍ୱର ଅନ୍ୟତମ ବୃହତ୍‌‌ ଇସ୍ପାତ କାରଖାନା ସ୍ଥାପନ ହେବ। ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଭଦ୍ରକ ଜିଲ୍ଲାର ଲୋକେ ବିଶେଷଭାବେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରତ୍ୟକ୍ଷ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏଇଜି ହାସିମୋତୋଙ୍କୁ ଓଡ଼ିଶାକୁ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।

ଓଡ଼ିଶାରେ ଇସ୍ପାତ କାରଖାନା ସ୍ଥାପନ ନିମନ୍ତେ ନିପନ ଷ୍ଟିଲର ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ରାଜ୍ୟର ଶିଳ୍ପ ବିକାଶରେ ଏକ ନୂଆ ଅଧ୍ୟାୟ ଲେଖିବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଟୋକିଓରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତ ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ଏବଂ ଉଭୟ ପକ୍ଷର ପାରସ୍ପରିକ ହିତ ସାଧନ ପାଇଁ ଏହା ଏକ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି। ଏହି ଅବସରରେ ଜାପାନ ସରକାର ଏବଂ ସେଠାକାର ଜନସାଧାରଣଙ୍କ ପକ୍ଷରୁ ମିଳିଥିବା ଆତିଥ୍ୟେୟତା ପାଇଁ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ କୃତଜ୍ଞତା ଜଣାଇବା ସହ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

05 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର