୬ରେ ଲଘୁଚାପ ସମ୍ଭାବନା, ଓଡ଼ିଶା ଉପରେ ରହିବନି ପ୍ରଭାବ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୫-୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରର ବଙ୍ଗଲାଦେଶ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୟୁରୋପୀୟ ମଡେଲ୍‍ରୁ ଲଘୁଚାପ ନେଇ ଆଶଙ୍କା କରାଯାଉଛି। ତେବେ ଏହି ଲଘୁଚାପ ହେଲେ ମଧ୍ୟ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଉତ୍ତର ଓଡ଼ିଶାରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତ ତିନି ଦିନ ହେବ ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରୁ ରାଜ୍ୟରେ ବର୍ଷା କମିଛି। ତେବେ ଘୁର୍ଣ୍ଣିବଳୟ ଯୋଗୁ କିଛି […]

ଭୁବନେଶ୍ୱର : ଆସନ୍ତା ୫-୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରର ବଙ୍ଗଲାଦେଶ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୟୁରୋପୀୟ ମଡେଲ୍‍ରୁ ଲଘୁଚାପ ନେଇ ଆଶଙ୍କା କରାଯାଉଛି। ତେବେ ଏହି ଲଘୁଚାପ ହେଲେ ମଧ୍ୟ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଉତ୍ତର ଓଡ଼ିଶାରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତ ତିନି ଦିନ ହେବ ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରୁ ରାଜ୍ୟରେ ବର୍ଷା କମିଛି। ତେବେ ଘୁର୍ଣ୍ଣିବଳୟ ଯୋଗୁ କିଛି ମାତ୍ରାରେ ବର୍ଷା ହୋଇପାରେ। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ଜିଲ୍ଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ଜିଲ୍ଲାଗୁଡ଼ିକ ସମେତ କଟକ, ଜଗତସିଂହପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ନୟାଗଡ଼଼ରେ ହାଲ୍‍କାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ଏହି ବର୍ଷା ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର