ଗ୍ୟାସ୍‌ ସିଲିଣ୍ଡର ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

The Sakala Picture
Published On

ବ୍ରହ୍ମପୁର : ଗ୍ୟାସ ସିଲିଣ୍ଡରକୁ କାଟି ତା’ ଭିତରେ ଗଞ୍ଜେଇ ଚାଲାଣ ଚାଲିଥିଲା। ଏଭଳି ଭାବେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକକୁ ଗିରଫ କରିଛି ବ୍ରହ୍ମପୁର ଅବାକରୀ ଗୁଇନ୍ଦା ବିଭାଗ। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିଲା ସେହି ଯୁବକ।ଗିରଫ ଯୁବକ ଜଣଙ୍କ ହେଲେ ପୁରୀ ଜିଲ୍ଲା ପିପିଲି ନୂଆହାଟର ଜୟନ ବେହେରା(୩୦) । ସେ ଏକ ବାଇକ୍‌ରେ କନ୍ଧମାଳରୁ ଗଞ୍ଜେଇ ଆଣି ତାକୁ କଟା ହୋଇଥିବା ଗ୍ୟାସ ଟାଙ୍କି ଭିତରେ ଭର୍ତ୍ତି […]

ବ୍ରହ୍ମପୁର : ଗ୍ୟାସ ସିଲିଣ୍ଡରକୁ କାଟି ତା’ ଭିତରେ ଗଞ୍ଜେଇ ଚାଲାଣ ଚାଲିଥିଲା। ଏଭଳି ଭାବେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକକୁ ଗିରଫ କରିଛି ବ୍ରହ୍ମପୁର ଅବାକରୀ ଗୁଇନ୍ଦା ବିଭାଗ। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିଲା ସେହି ଯୁବକ।ଗିରଫ ଯୁବକ ଜଣଙ୍କ ହେଲେ ପୁରୀ ଜିଲ୍ଲା ପିପିଲି ନୂଆହାଟର ଜୟନ ବେହେରା(୩୦) । ସେ ଏକ ବାଇକ୍‌ରେ କନ୍ଧମାଳରୁ ଗଞ୍ଜେଇ ଆଣି ତାକୁ କଟା ହୋଇଥିବା ଗ୍ୟାସ ଟାଙ୍କି ଭିତରେ ଭର୍ତ୍ତି କରିବା ପରେ ପୁରୀ ଜିଲ୍ଲାକୁ ଚାଲାଣ କରୁଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଯୁବକ ପୁଲିସ ଓ ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ବହୁ ଥର ଏଭଳି ଏଭଳି ଗଞ୍ଜେଇ ଚୋରା ଚାଲାଣ କରିଛି। ହେଲେ ଆଜି ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ଯାଞ୍ଚ ବେଳେ ଏହି ନିଶା ଚୋରାଚାଲାଣ ମାଫିଆ ଧରାପଡ଼ିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ନୂଆହାଟ ଅଞ୍ଚଳର ଜୟନ ବେହେରା। ତା’ ନିକଟରୁ ଜବତ ଘରୋଇ ଗ୍ୟାସ୍ ସିଲିଣ୍ଡରରୁ ୭ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଦୁର୍ଗାପ୍ରସାଦ କଳିଙ୍ଗା ଘାଟିରୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିବା ବେଳେ ସେ ଗଞ୍ଜେଇ ସହ ଧରାପଡ଼ିଛି।

ସେହିପରି ବିଭାଗ ପକ୍ଷରୁ ଯାଞ୍ଚ୍‌ ଚାଲୁଥିବା ବେଳେ ବାଇକ୍‌ରେ ଗଞ୍ଜେଇ ଚାଲାଣ କରୁଥିବା ଆଉ ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଡାବୁଲକିଆର ସୁଦର୍ଶନ ଦିଗାଲ(୨୯) ଓ ଜଗତସିଂହପୁର ଟାଉନର ମନୋଜ କୁମାର ସାହୁ(୪୫) । ଏହି ଦୁଇ ଜଣଙ୍କଠାରୁ ଦୁଇଟି ଜରି ବସ୍ତା ଜବତ ହୋଇଥିବା ବେଳେ ସେଥିରୁ ମୋଟ ୨୦କେଜି ଗଞ୍ଜେଇ ଜବତ ହୋଇଛି । କେତେକ ଯୁବକ କନ୍ଧମାଳରୁ ଗଞ୍ଜେଇ ଧରି ବାଇକରେ ଯାଉଥିବା ଖବର ମିଳିବା ପରେ ଯାଞ୍ଚ ଆରମ୍ଭ କରିବାକୁ ଅବକାରୀ ଗୁଇନ୍ଦା ବିଭାଗ ଉପ-ଆୟୁକ୍ତ ଡମ୍ୱୁରୁଧର ଖଣ୍ଡା ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉପ ଅଧୀକ୍ଷକ କୁବେର ସେଠୀଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ହ୍ୟୃଦୟଚନ୍ଦ୍ର ସାମନ୍ତ ଓ ତାଙ୍କ ଟିମ ଦୁର୍ଗାପ୍ରସାଦ ନିକଟରେ ଯାଞ୍ଚ କରିବା ବେଳେ ଉପରୋକ୍ତ ୩ ଅଭିଯୁକ୍ତ ଧରାପଡ଼ିଥିଲେ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର